ଚାଷୀଙ୍କ ସ୍ୱାର୍ଥ ପାଇଁ ବରଗଡ଼ରେ ବିଜୟ କୁମାର ପଟ୍ଟନାୟକ

0
  • ବରଗଡ଼// TATKAL ODISHA//

ଚାଷକୁ ଲାଭଦାୟକ ବ୍ୟବସାୟରେ ପରିଣତ କରିହେବ I ଏହି କ୍ଷେତ୍ର ଆମ ରାଜ୍ୟର ଆର୍ଥିକ ସ୍ଥିତିକୁ ବି ମଜଭୁତ କରିବ I ଶିକ୍ଷିତ ଯୁବ ପୀଢ଼ି ଚାଷ ପ୍ରତି ଆଗ୍ରହୀ ହେବା ସହ କୃଷି ଉଦ୍ୟୋଗୀ ହେବା ପାଇଁ ସ୍ବପ୍ନ ଦେଖନ୍ତୁ ବୋଲି ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ କୁମାର ପଟ୍ଟନାୟକ ବା ବିକେପି ଗୁରୁମନ୍ତ୍ର ଦେଇଛନ୍ତି ।

ବରଗଡ଼ ଜିଲ୍ଲାର ବିଭିନ୍ନ ବ୍ଲକରେ ହଜାର ହଜାର ଚାଷୀଙ୍କୁ ଭେଟି ବିଜୟ ପଟ୍ଟନାୟକ ଜୈବିକ ଚାଷ ସହିତ ମତ୍ସ୍ୟ ଏବଂ ପଶୁ ପାଳନ ପାଇଁ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ଯେ, କ୍ଷେତରେ ବହୁଳ ମାତ୍ରରେ ରାସାୟନିକ ସାର ଏବଂ କିଟନାଶକ ବ୍ୟବହାର ଦ୍ବାରା କେବଳ ଲୋକଙ୍କର ସ୍ବାସ୍ଥ୍ୟ ଗତ ସମସ୍ୟା ଦେଖାଦେଇଛି ତାହା ନୁହେଁ, ତା’ଦ୍ବାରା ଆମେ ପରିବେଶକୁ ନଷ୍ଟ କରୁଛି । ଖାଦ୍ୟପେୟରେ ଅତ୍ୟଧିକ ସାର ଏବଂ କିଟନାଶକର ଉପସ୍ଥିତି କର୍କଟ ରୋଗର ମୂଖ୍ୟ କାରଣ। ବିଷାକ୍ତ ଖାଦ୍ୟଶସ୍ୟ ଖାଇ ପୃଥିବୀ ପୃଷ୍ଠରୁ ବହୁ ପ୍ରାଣୀ ବିଲୁପ୍ତ ହୋଇଯାଉଥିବା ବେଳେ, ଏବେ ବିଷାକ୍ତ ଖାଦ୍ୟ ମଣିଷ ଶରୀରରେ କର୍କଟ, ମଧୁମେହ ଏବଂ ହୃଦରୋଗ ସୃଷ୍ଟି କରୁଛି। ଏଥିସହିତ ମଣିଷର ରୋଗ ପ୍ରତିରୋଧକ ଶକ୍ତି ବି ହ୍ରାସ ପାଇଛି। ଫଳରେ କରୋନା ଭଳି ଭୁତାଣୁ ମହାମାରୀ ରୂପ ନେଇ ବିଶ୍ଵରେ ତାଣ୍ଡବଲୀଳା ରଚୁଛି।

ବିକେପି ପୁଣି କହିଛନ୍ତି ଯେ, ସ୍ବାସ୍ଥ୍ୟ ହଁ ସମ୍ପଦ , ସୁସ୍ଥ ଜୀବନ ଅମୁଲ୍ୟ। ତା ଆଗରେ ଧନ, ସଂପତ୍ତି ଏବଂ କ୍ଷମତା ମୂଲ୍ୟହୀନ। ତେଣୁ ସୁସ୍ଥ ଜୀବନ ଏବଂ ପରିବେଶ ପାଇଁ ଆମକୁ ଧାନ ସହିତ ମୀନକୁ ଗୁରୁତ୍ଵ ଦେବାକୁ ହେବ I ମାତ୍ର ଜଳବାୟୁ ପରିବର୍ତ୍ତନକୁ ଦେଖି କାର୍ଯ୍ୟ କରିବାକୁ ପଡ଼ିବ I ଏବେ ଜଳବାୟୁ ପରିବର୍ତ୍ତନ ଏବେ ବଡ଼ ସମସ୍ୟା। ଅତ୍ୟାଧିକ ସାର ଏବଂ କିଟନାଶକ ପ୍ରୟୋଗ ଜଳବାୟୁ ପରିବର୍ତ୍ତନର ଏକ ପ୍ରମୁଖ କାରଣ ।

ଶ୍ରୀ ପଟ୍ଟନାୟକ ପୁଣି କହିଛନ୍ତି ଯେ, ଯେଉଁ ଦିନ ଧାନ ଏବଂ ମୀନ ଗୋଟିଏ ଜମିରେ ଅମଳ ହେବେ, ସେଦିନ ପରିବେଶ ସନ୍ତୁଳିତ ହେବ। ମଣିଷ ସମାଜର ଅଗ୍ରଗତି ପାଇଁ ଅଙ୍ଗାର ଜନିତ ପ୍ରଗତିର ଆବଶ୍ୟକ ନାହିଁ। ଏହା କେବଳ ପରିବେଶକୁ ନଷ୍ଟ କରୁନାହିଁ, ଏହା ମଣିଷ ଜୀବନ ପାଇଁ ବିପଦ ସାଜିଛି। ଆର୍ଥିକ ବିକାଶ ପାଇଁ ଆମକୁ ସବୁଜ ପ୍ରଗତି ର ଆବଶ୍ୟକତା ରହିଛି ଏଥିପାଇଁ ଧାନ, ମୀନ ସହିତ ପଶୁପକ୍ଷୀ ପାଳନ, ବିଶେଷ କରି ଗାଇ, ଛେଳି, ମେଣ୍ଢା, କୁକୁଡ଼ା ଏବଂ ବତକ ପାଳନକୁ ଗୁରୁତ୍ଵ ଦେବାକୁ ହେବ । କୃଷିଜାତ ଦ୍ରବ୍ୟର ଉପଯୁକ୍ତ ମୂଲ୍ୟାୟନ ଏବଂ ମାର୍କେଟିଂ ପାଇଁ ଚାଷୀମାନେ ଏକତ୍ରିତ ହୋଇ କୃଷକ, ଉତ୍ପାଦକ ସଂଘ (ଏଫପିଓ) କରିବା ପାଇଁ ପରାମର୍ଶ ଦେଇଥିଲେ।

ଏହି ଅବସରରେ ଶ୍ରୀ ପଟ୍ଟନାୟକ ବରଗଡ଼ ଜିଲ୍ଲାର ବିଭିନ୍ନ ଏଫ୍ ପି ଓ ର କର୍ମକର୍ତ୍ତାଙ୍କୁ ଭେଟିବା ସହିତ ପଦ୍ମପୁର ଏବଂ ଗାଇସିଲେଟ ଅଞ୍ଚଳରେ ହୋଇ ଥିବା ଜୈବିକ ଚାଷ କ୍ଷେତ୍ର ପରିଦର୍ଶନ କରିଥିଲେ। ଚାଷକୁ କିପରି ଲାଭକାରୀ ବେଉସାରେ ପରିଣତ କରିହେବ ସେଇ ବିଷୟରେ ବରଗଡ଼ ଡିଆରଡିଏ ସମ୍ମିଳନୀ କକ୍ଷରେ ଚାଷୀଙ୍କ ସହିତ ଆଲୋଚନା କରିଥିଲେ।

Leave A Reply

Your email address will not be published.