ମହମ୍ମଦ ମୋକିମ, ବିନୋଦ କୁମାରଙ୍କୁ ୩ ବର୍ଷ ଜେଲ୍ ଦଣ୍ଡାଦେଶ

0

ପଚାଶ ହଜାର ଜରିମାନା 

ଭୁବନେଶ୍ୱର,//TATKAL ODISHA// 

କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ ଓ ଅବସରପ୍ରାପ୍ତ ପୂର୍ବତନ ଆଇଏଏସ୍ ଅଧିକାରୀ ବିନୋଦ କୁମାରଙ୍କୁ ୩ ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଛି । ଏଥିସହ ୫୦ ହଜାର ଲେଖାଏ ଜରିମାନା କରିଛନ୍ତି ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ।

ଫସାଇ ଦେଇଛନ୍ତି… ମୁଁ ହାଇକୋର୍ଟ ଯିବିମୋକିମ”

ଓଡ଼ିଶା ରୁରାଲ୍ ହାଉସିଂ ଡେଭଲପମେଣ୍ଟ କର୍ପୋରେସନ୍ ଦୁର୍ନୀତି ମାମଲାରେ ଏମାନଙ୍କୁ ଦଣ୍ଡ ମିଳିଛି I  ବିନୋଦ ଓ ମୋକିମଙ୍କ ବ୍ୟତୀତ କମ୍ପାନୀ ସେକ୍ରେଟାରୀ ସ୍ୱସ୍ତି ରଞ୍ଜନ ମହାପାତ୍ର ଏବଂ ମେଟ୍ରୋ ବିଲଡର୍ସ ନିର୍ଦ୍ଦେଶକ ପୀୟୁଷଧରି ମହାନ୍ତିଙ୍କୁ ବି କୋର୍ଟ ତିନି ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି ।

  ଗତ ୨୦୦୦ ଜାନୁଆରୀରୁ ୨୦୦୧ ମେ ମାସ ମଧ୍ୟରେ ବିନୋଦ କୁମାର ଓଡ଼ିଶା ରୁରାଲ୍ ହାଉସିଂ ଡେଭଲପମେଣ୍ଟ କର୍ପୋରେସନ୍ ପରିଚାଳନା ନିର୍ଦେଶକ ଥିଲାବେଳେ ମେଟ୍ରୋ ବିଲଡର୍ସକୁ ୫୦ଟି ଫ୍ଲାଟ ନିର୍ମାଣ ପାଇଁ ୧.୫ କୋଟି ଟଙ୍କା ଋଣ ଦେଇଥିଲେ। ଏଥିରେ ବ୍ୟାପକ କେଳେଙ୍କାରୀ ହୋଇଥିବାର ପ୍ରମାଣ ମିଳିଲା I ସେଥିପାଇଁ କୋର୍ଟ ଏହି ରାୟ ଶୁଣାଇଛନ୍ତି I

+++++++++++++++++++++++++++++++++++++++

Advt

Leave A Reply

Your email address will not be published.