ଅଙ୍ଗନୱାଡ଼ି, ଆଶା କର୍ମୀଙ୍କୁ ଶ୍ରମିକ ମାନ୍ୟତା: 29ରେ ନୂଆଦିଲ୍ଲୀରେ ବୈଠକ

0
  • ନୂଆଦିଲ୍ଲୀ// TATKAL ODISHA//

ଅଙ୍ଗନୱାଡ଼ି ଓ ଆଶା କର୍ମୀଙ୍କୁ ଶ୍ରମିକ ମାନ୍ୟତା ଏବଂ ସାମାଜିକ ନିରାପତ୍ତା ପ୍ରଦାନ ନେଇ ଆସନ୍ତା ୨୯ ତାରିଖରେ ଦିଲ୍ଲୀରେ ଶ୍ରମ ମନ୍ତ୍ରଣାଳୟରେ ଆଲୋଚନା ହେବ I ଏନେଇ ବିଜ୍ଞପ୍ତି ପ୍ରକାଶ ପାଇ ସାରିଛି I

ଅଙ୍ଗନୱାଡ଼ି କର୍ମୀ ଓ ଆଶା କର୍ମୀଙ୍କୁ ଶ୍ରମିକର ମାନ୍ୟତା , ଶିକ୍ଷୟତ୍ରୀ ମାନ୍ୟତା, ଉଚ୍ଚ କୁଶଳୀ ଶ୍ରମିକ, ସାମାଜିକ ନିରାପତ୍ତା ଯୋଜନାରେ ସାମିଲ କରି ପି ଏଫ୍, ଇଏସଆଇ,ଗ୍ରାଚ୍ୟୁଟି, ତଥା ଅନ୍ୟାନ୍ୟ ଯୋଜନାରେ ସାମିଲ କରିବା ପାଇଁ ସମଗ୍ର ଓଡ଼ିଶା ଅଙ୍ଗନୱାଡି କର୍ମୀ ଓ ସହାୟିକା ସଂଘ ଓ ପଶ୍ଚିମ ଓଡ଼ିଶା ଆଶା କର୍ମୀ ସଂଘ ନେତୃତ୍ବରେ ଅଙ୍ଗନୱାଡି କର୍ମୀ ଓ ଆଶା କର୍ମୀଙ୍କ ସକାଶେ ସ୍ୱର ଉତ୍ତୋଳନ କରିବା ସହିତ ସରକାରଙ୍କ ପାଖରେ ଦାବୀ ଉପସ୍ଥାପନ କରି ଆସୁଛି।

ବର୍ତ୍ତମାନ କେନ୍ଦ୍ର ଶ୍ରମ ମନ୍ତ୍ରଣାଳୟ ପକ୍ଷରୁ ଶ୍ରମିକ କଲ୍ୟାଣ ଡାଇରେକ୍ଟର ଜେନେରାଲ ତଥା ଯୁଗ୍ମ ସଚିବ ଆଲୋଚନା ପାଇଁ ରାଜି ହୋଇଛନ୍ତି I ସଂଘକୁ ମଧ୍ୟ ପତ୍ର ଦେଇ ଅବଗତ କରିଛନ୍ତି I

ସଂଘ ନେତୃମଣ୍ଡଳୀ ସହ ଗତ ୨୨ ଜୁଲାଇରେ ରାଜ୍ୟ ଶ୍ରମ ସଚିବ ଚିତ୍ରା ଅରୁମୁଗମ୍ ଓ ଶ୍ରମ କମିଶନର ତିରୁମାଲା ନାୟକ ସହିତ ବିସ୍ତୃତ ଆଲୋଚନା କରଯାଇଥିଲା। ସେହିପରି ୭ ସେପ୍ଟେମ୍ବର ଦିଲ୍ଲୀରେ ଶ୍ରମ ମନ୍ତ୍ରଣାଳୟର ମୂଖ୍ୟ ଶ୍ରମ କମିଶନର ଶକୁନ୍ତଳା ପଟ୍ଟନାୟକଙ୍କ ଓ ଅନ୍ୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।

ବର୍ତ୍ତମାନ ଶ୍ରମ ବିଭାଗ ଅଙ୍ଗନୱାଡି କର୍ମୀ ଓ ଆଶା କର୍ମୀଙ୍କ ସମସ୍ୟା ଉପରେ ଗୁରୁତ୍ଵ ଦେଇଛନ୍ତି ବୋଲି NFITU ରାଜ୍ୟ ସଭାପତି ତଥା ପଶ୍ଚିମ ଓଡ଼ିଶା ଅଙ୍ଗନୱାଡି କର୍ମୀ ଓ ସହାୟିକା ସଂଘ ଆବାହକ ପ୍ରଶାନ୍ତ ପାଢ଼ୀ କହିଛନ୍ତି।

Leave A Reply

Your email address will not be published.