ପାଣିରେ ଭାସିବା ଶିଖାଇବ ଓଡ଼ିଶା

0
  • 25ରେ ବିଶ୍ୱ କଳିଙ୍ଗ ଷ୍ଟାଡିଅମରେ ବିଶ୍ୱ ଜଳବୁଡି ନୀରୋଧ ଦିବସ ପାଳନ
  • ପ୍ରଶିକ୍ଷଣ ଶିଖାଇବେ ଅଶୋକ ବରାଳ
  • CYSDରେ ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି

ଭୁବନେଶ୍ୱର//TATKAL ODISHA//

  • ପାଣି ବୁଡ଼ିରୁ ବିଶ୍ବକୁ ବଞ୍ଚାଇବ ଓଡ଼ିଶା

ଏଣିକି ଆଉ କେହି ପାଣିରେ ବୁଡ଼ି ମୃତ୍ୟୁ ବରଣ କରିବେ ନାହିଁ। ପାଣି ବୁଡ଼ିରୁ ବିଶ୍ବକୁ ବଞ୍ଚାଇବ ଓଡ଼ିଶା ବୋଲି ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ଫୋରମ୍ ଫର ସ୍ମାର୍ଟ ସିଟିଜନ୍ ର ଆବାହକ ବିଜୟ କୁମାର ପଟ୍ଟନାୟକ କହିଛନ୍ତି।

ଫେରମ୍ ର ସଦସ୍ୟ ତଥା ଦେଶର ଜଣାଶୁଣା ଜଳ ଯୋଗଗୁରୁ ଅଶୋକ କୁମାର ବରାଳ ଉଦ୍ଭାବନ କରିଥିବା ନୂତନ ଜ୍ଞାନ କୌଶଳ ଦ୍ବାରା ଏହା ସମ୍ଭବ ହେବାକୁ ଯାଉଛି ବୋଲି ସେ କହିଛନ୍ତି। ମଣିଷ ଶରୀରର ଗଠନ ପାଣିରେ ଭାସିବା ପାଇଁ ବୋଲି ଯୋଗ ଗୁରୁ ଅଶୋକ ବରାଳ ବିଗତ କିଛି ବର୍ଷ ହେବ ଦାବି କରିଆସିଛନ୍ତି। ଏହା ସତ୍ୟ ଏବଂ ବୈଜ୍ଞାନିକ ସମତ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ଅଶୋକ ବରାଳ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ଓଡ୍ରାଫ ଜଓ୍ବାନ ମାନଙ୍କୁ ପାଣିରେ ଭାସିବା ଶିଖିଇ ଆସୁଛନ୍ତି।

ଆସନ୍ତା ଜୁଲାଇ ୨୫ ତାରିଖ ରେ “ବିଶ୍ଵ ଜଳ ବୁଡ଼ି ନିରୋଧ” ଦିବସ ପାଳନ ଅବସରରେ ଶ୍ରୀ ବରାଳ ଦମକଳ ବାହିନୀ ର ଜବାନ, ଓଡ୍ରାଫ ଜଓ୍ବାନ ଏବଂ ନଡିଆରଏଫ୍ ଜବାନ ମାନଙ୍କ ସହିତ ପାଣିରେ କିପରି ଶ୍ବାସ କ୍ରିୟା ନିୟନ୍ତ୍ରଣ ନକରି ଭାସି ହେବା ତାହା ବିଶ୍ଵ ବାସୀଙ୍କୁ ଜଣାଇବେ ବୋଲି ବିଜୟ ପଟ୍ଟନାୟକ କହିଛନ୍ତି। ଆସନ୍ତା ଜୁଲାଇ ୨୫ ତାରିଖ ସୋମବାର ଦିନ ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ସୁଇମିଂ କମ୍ପ୍ଲେକ୍ସ ରେ ଫୋରମ୍ ପକ୍ଷରୁ ଜାତୀୟସ୍ତରୀୟ ” ବିଶ୍ଵ ଜଳ ବୁଡ଼ି ନିରୋଧ ଦିବସ” ପାଳନ କରାଯିବ। ଏଥିରେ CYSD, ସଂଙ୍କଳ୍ପ ଟିଭି ଏବଂ ଇଣ୍ଡୋ ଜର୍ମାନ ଫୋକାଲ ପଏଣ୍ଟ୍ ଭଳି ଆନ୍ତର୍ଜାତିକ ସଂସ୍ଥା ଯୋଗ ଦେବେ। ଏହି ଅବସରରେ ଶ୍ରୀ ବରାଳ, ଜବାନ ମାନଙ୍କ ସହିତ ପାଣିରେ ଭାସିବାର କୋଶଳ ପ୍ରଦର୍ଶନ କରିବେ। ଭୁବନେଶ୍ୱର ରେ ଆୟୋଜିତ ହେବାକୁ ଥିବା ଜାତୀୟ ସ୍ତରୀୟ “ବିଶ୍ବ ଜଳ ବୁଡ଼ି ନିରୋଧ ଦିବସ” ରେ ଯୋଗଦେବାକୁ WHO ର ଭାରତ ମୁଖ୍ୟ Dr Roderico Ofrin ଙ୍କୁ ଫୋରମ୍ ଚିଠି ଲେଖିଛି। ବିଶ୍ବରେ ପ୍ରତି ଦିନ ୬୪୬ ଜଣ ଜଳରେ ବୁଡ଼ି ମୃତ୍ୟୁ ବରଣ କରୁଥିବା ବେଳେ। ଭାରତ ରେ ୮୦ ଜଣ ଏବଂ ଓଡ଼ିଶା ରେ ପ୍ରତି ଦିନ ଜଣେ ରୂ ଅଧିକ ବ୍ୟକ୍ତି ପାଣିରେ ବୁଡ଼ି ମୃତ୍ୟୁ ବରଣ କରୁଛନ୍ତି।

ମିଳିତ ଜାତିସଂଘର ତଥ୍ୟ ଅନୁସାରେ ପ୍ରତି ବର୍ଷ ୨ ଲକ୍ଷ ୩୬ ହଜାର ଲୋକ ପାଣିରେ ବୁଡ଼ି ମୃତ୍ୟୁ ବରଣ କରୁଛନ୍ତି। ବିଶ୍ଵ ଆକସ୍ମିକ ମୃତ୍ୟୁ ପରିସଂଖ୍ୟାନରେ ପାଣି ବୁଡ଼ି ଜନିତ ମୃତ୍ୟୁ ତୃତୀୟ ସ୍ଥାନ ରେ ରହିଛି। ଭୁବନେଶ୍ୱର ରେ ଆୟୋଜିତ ହେବାକୁ ଥିବା ଜାତୀୟ ସ୍ତରୀୟ ” ବିଶ୍ଵ ଜଳ ବୁଡ଼ି ନିରୋଧ ଦିବସ” ର ପ୍ରସ୍ତୁତି ବୈଠକ CYSD ରେ ଅନୁଷ୍ଠିତ ହୋଇଛି।

ବିଜୟ ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ CYSD ର ମୁଖ୍ୟ ଜଗଦାନନ୍ଦ, ଇଣ୍ଡୋ ଜର୍ମାନ ଫୋକାଲ ପଏଣ୍ଟ୍ ର ଇଣ୍ଡିଆ ମୂଖ୍ୟ ବିମଳ ସାହୁ, ବରିଷ୍ଠ ସାମ୍ବାଦିକ ଜିତେନ୍ଦ୍ର ପଟ୍ଟନାୟକ ଏବଂ ଜଳ ଯୋଗ ଗୁରୁ ଅଶୋକ କୁମାର ବରାଳ ଉପସ୍ଥିତ ଥିଲେ।

Leave A Reply

Your email address will not be published.