ବିଦେଶୀ ଛାତ୍ରଙ୍କ ପାଇଁ ସୋଆ ଏକ ପ୍ରକୃଷ୍ଟ ଶିକ୍ଷାନୁଷ୍ଠାନ

0
  • ଉଚ୍ଚଶିକ୍ଷା ନିମନ୍ତେ ସୋଆକୁ ଅଧିକ ବିଦେଶ ଛାତ୍ରଛାତ୍ରୀ ଆସିବା ଉଚିତ୍‌: ଡାକ୍ତର ରାଜ ପୁରୋହିତ


ଭୁବନେଶ୍ୱର,//TATKAL ODISHA//

ମରକ୍କୋ, ଆଲଜେରିଆ, ଲିବ୍ୟା, ଇଜିପ୍ଟ, ସୁଦାନ, ଦକ୍ଷିଣ ସୁଦାନ, ସାଉଦି ଆରବ, ଇରାକ, ଇରାନ୍‌, ସିରିଆ, ଲେବାନନ୍‌, ଇସ୍ରାଏଲ୍‌, ପାଲେଷ୍ଟାଇନ୍‌, ୟେମେନ୍‌, ୟୁଏଇ, କୁଏତ୍‌, କତାର, ଓମାନ୍ ଏବଂ ବାହାରିନ୍ ଭଳି ଦେଶଗୁଡ଼ିକର ମଧ୍ୟବିତ ପରିବାରଗୁଡ଼ିକ ସେମାନଙ୍କର ସନ୍ତାନ ମାନଙ୍କୁ ଉଚ୍ଚଶିକ୍ଷା ନିମନ୍ତେ ଭାରତକୁ ପଠାଇବା ପାଇଁ ବେଶ ଆଗ୍ରହୀ । ସେହି ଦେଶ ଗୁଡ଼ିକରେ ବିଭିନ୍ନ ସମସ୍ୟା ସମେତ ଯୁଦ୍ଧ ପରିସ୍ଥିତି ଲାଗି ରହିଥିବାରୁ ସେମାନଙ୍କ ପାଇଁ ଉତମ ମାନର ଶିକ୍ଷା, ଜୀବନଶୈଳୀ ଓ ରୋଜଗାରର ଆବଶ୍ୟକତା ରହୁଛି । ତେଣୁ ଏଭଳି ପରିସ୍ଥିତିରେ ସୋଆ ଭଳି ଉଚ୍ଚମାନର ବିଶ୍ୱବିଦ୍ୟାଳୟ ଏହି ଛାତ୍ରଛାତ୍ରୀମାନଙ୍କୁ ନିଜ ବିଶ୍ୱବିଦ୍ୟାଳୟରେ ପାଠ ପଢ଼ାଇବାର ସୁଯୋଗ ସୃଷ୍ଟି କରିବା ଉଚିତ୍ I

ସୋଆ ପରିଦର୍ଶନ କରିବା ଅବସରରେ ଏହା କହିଛନ୍ତି ଡାକ୍ତର ରାଜପୁରୋହିତ । ସେ କହିଛନ୍ତି ଯେ, ସୁଦାନ, ସୋମାଲିଆ, ଇଥିଓପିଆ ଓ ୟେମେନ୍ ଭଳି ଦେଶଗୁଡ଼ିକ ଭାରତ ପ୍ରତି ଖୁବ ଭଲ ମନୋଭାବ ରଖନ୍ତି ।ସେହିପରି ଭାରତ ଓ ଇସ୍ରାଏଲ୍‌ର ତଥା ଅନ୍ୟ କେତେକ ଦେଶ ସହ ସମ୍ପର୍କ ଖୁବ୍ ଭଲ ରହିଛି I

ତେଣୁ ସେହି ଦେଶର ଛାତ୍ରଛାତ୍ରୀମାନେ କିଭଳି ଭାରତରେ ଏବଂ ସୋଆରେ ଶିକ୍ଷାଗ୍ରହଣ ପାଇଁ ଆଗ୍ରହୀ ହେବେ ସେ ଦିଗରେ ଆମେ ସମସ୍ତେ ଯତ୍ନବାନ ହେବା ଆବଶ୍ୟକ I

ସୋଆ ପରିଦର୍ଶନ ଅବସରରେ ବିଶ୍ୱବିଦ୍ୟାଳୟର ମୁଖ୍ୟ କାର୍ଯ୍ୟାଳୟରେ ଏକ ବୈଠକର ଆୟୋଜନ କରାଯାଇଥିଲା। ଏଥିରେ ଉପକୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ସୋଆ ସମ୍ପର୍କରେ ବିସ୍ତୃତ ତଥ୍ୟ ପ୍ରଦାନ କରିଥିଲେ । ଡାକ୍ତର ରାଜପୁରୋହିତ ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକ ସହିତ ଭାରତର ସମ୍ପର୍କକୁ ନେଇ ନିଜର ବକ୍ତବ୍ୟ ରଖିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ କଂଟ୍ରୋଲର ଅଫ୍ ଏଗ୍‌ଜାମିନେସନ୍ ପ୍ରଫେସର ମଞ୍ଜୁଳା ଦାସ, ଆଇଡିଏସ୍ ଡିନ୍ ପ୍ରଫେସର ନୀତା ମହାନ୍ତି, ଆଇଏଏସ୍ ଡିନ୍ ପ୍ରଫେସର ବିଜୟ କୁମାର ସାହୁ, ଏସ୍‌ଏଚ୍‌ଏମ୍ ଡିନ୍ ପ୍ରଫେସର ଶିତିକଣ୍ଠ ମିଶ୍ର, ଆଇଟିଇଆର୍ ଡିନ୍‌ ପ୍ରଫେସର ପି.କେ. ସାହୁ, ଆଇବିସିଏସ ଡିନ ପ୍ରଫେସର ଅନୁପ ସାମନ୍ତରାୟ ଏବଂ ୟୁନିଭର୍ସିଟି ଆଉଟରିଚ୍ ପ୍ରୋଗ୍ରାମ୍ ନିର୍ଦ୍ଦେଶକ ପ୍ରଫେସର ନଚିକେତା ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ ।
ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତିରଞ୍ଜନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

+++++++++++++++++++++++++++++++++++++

Advt

Leave A Reply

Your email address will not be published.