ଚର୍ଚ୍ଚାରେ ନବୀନଙ୍କ ଝିଆରୀ ‘ଗାୟତ୍ରୀ’
- ନିକଟରେ ଆସିଥିଲେ ଓଡ଼ିଶା
- ଆମେରିକାରୁ ନୂଆଦିଲ୍ଲୀ ଦେଇ ଆସିଲେ
- ନବୀନ ନିବାସରେ ନ ରହି ଷ୍ଟାର ହୋଟେଲରେ ଥିଲେ
ନୂଆଦିଲ୍ଲୀ,ଭୁବନେଶ୍ୱର//TATKAL ODISHA//
ଗାୟତ୍ରୀ ପଟ୍ଟନାୟକ I ନାଁଟି ଶୁଣା ଶୁଣା ଲାଗୁଥିଲେ ହେଁ ଅଧିକାଂଶ ତାଙ୍କ ବିଷୟରେ ପ୍ରାୟ ଜାଣି ନ ଥିବେ I
ସେ ହେଉଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଝିଆରୀ I ବିଜୁ ପଟ୍ଟନାୟକଙ୍କ ଏକମାତ୍ର ନାତୁଣୀ I ନବୀନଙ୍କ ବଡ଼ ଭାଇ ପ୍ରେମ ପଟ୍ଟନାୟକଙ୍କ ଝିଅ I ଆମେରିକରେ ଅବସ୍ଥାନ କରନ୍ତି I ସେଠାରେ ଜଣେ ଆମେରିକାନ ଯୁବକଙ୍କୁ ବିବାହ କରିଛନ୍ତି I ତାଙ୍କର ଗୋଟିଏ ମାତ୍ର ପୁଅ I
କୁହାଯାଉଛି ବିଜେଡିର ଗୋଟିଏ ଗୋଷ୍ଠୀ ପ୍ରେମଙ୍କ ପୁଅ ଅରୁଣ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁ ନାହାନ୍ତି I ସେଇ ଗୋଷ୍ଠୀ ଗାୟତ୍ରୀଙ୍କୁ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହାଁନ୍ତି I ଗାୟତ୍ରୀ ଭୁବନେଶ୍ୱର ଗସ୍ତ ସମୟରେ ତାଙ୍କୁ ବିଜେଡିର ଏହି ଗୋଷ୍ଠୀର କିଛି ସଦସ୍ୟ ଭେଟି ଆଲୋଚନା କରିଥିବା ଚର୍ଚ୍ଚା ହେଉଛି I ଏଥିରେ କିଛି ଅବସରପ୍ରାପ୍ତ ଆଇଏଏସ ଓ ବର୍ତ୍ତମାନର କିଛି ବରିଷ୍ଠ ଆଇଏଏସ ବି ସାମିଲ ଥିବା କୁହାଯାଉଛି I
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ନିଜେ ନବୀନ ତାଙ୍କ ପରେ କିଏ ମୁଖ୍ୟମନ୍ତ୍ରୀ ହେବେ? ତାହା ସ୍ପଷ୍ଟ କରି ନାହାନ୍ତି I
ହେଲେ ତାଙ୍କ ବଡ଼ ଭଉଣୀ ଗୀତା ପଟ୍ଟନାୟକ ମେହେଟା ଗାୟତ୍ରୀଙ୍କୁ ଖୁବ ଭଲ ପାଉ ଥିବାରୁ ଏବଂ ସେ ଓଡ଼ିଶା ଗସ୍ତ କରିଥିବାରୁ ଭିନ୍ନ ବାର୍ତ୍ତା ପ୍ରଚାର ହେଉଛି I
ଯଦି ଏହି କଥା ସତ ତାହାଲେ ଗୁରୁତ୍ୱପୂର୍ଣ୍ଣ I ଆଗାମୀ ଦିନରେ କିଛି ବି ହୋଇପାରେ I ହେଲେ କଣ ହେବ ଦେଖିବାର ବାକି ରହିଲା I
ତେବେ 2024 ନିର୍ବାଚନ ପୂର୍ବରୁ ଅର୍ଥାତ ଗୋଟିଏ ବର୍ଷ ଭିତରେ ଯାହାକିଛି ଚୂଡାନ୍ତ ନିଷ୍ପତ୍ତି ନିଆଯିବ I ଏହାହିଁ ସର୍ବ ଶେଷ୍ଠ ଖବର I