ନଇଁଲେ ମନ୍ତ୍ରୀ? କଙ୍କଡ଼ାହାଡ଼ ବିଇଓ କଲେ ନିର୍ଦେଶନାମା ପ୍ରତ୍ୟାହାର

0
  • କେନ୍ଦ୍ରାପଡ଼ା ବିଇଓ କେବେ କରିବେ ପ୍ରତ୍ୟାହାର?
  • ଉଚ୍ଚ କର୍ତ୍ତୃପକ୍ଷ ‘ହ୍ୱାଟ୍ସ ଆପ’ରେ ନିର୍ଦେଶ ଦେଇଥିବା ସତ କି ?
  • ଢେଙ୍କାନାଳ,ଭୁବନେଶ୍ୱର//TATKAL ODISHA//


ଶେଷରେ ନଇଁଲେ  ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ? ବିଭିନ୍ନ ସାମ୍ବାଦିକ ସଂଘ ପକ୍ଷରୁ ଆନ୍ଦୋଳନ ଚେତାବନୀ ପରେ  ମନ୍ତ୍ରୀଙ୍କ ବୟାନ ବଦଳାଇଛନ୍ତି I ଅନ୍ୟ ପକ୍ଷରେ କଙ୍କଡ଼ାହାଡ଼ ବିଇଓ ନିଜ ଆଦେଶକୁ ପ୍ରତ୍ୟାହାର କରି ନେଇଛନ୍ତି I ହେଲେ କେନ୍ଦ୍ରାପଡ଼ା ବିଇଓ ବର୍ତ୍ତମାନସୁଦ୍ଧା ପ୍ରତ୍ୟାହାର କରି ନାହାନ୍ତି I

ତେବେ ପ୍ରଶ୍ନ ଉଠୁଛି ବିଇଓଙ୍କୁ କେଉଁ ଉଚ୍ଚ କର୍ତ୍ତୃପକ୍ଷ ‘ହ୍ୱାଟ୍ସ ଆପ’ରେ ନିର୍ଦେଶ ଦେଇଥିଲେ ? ତାହା ସତ କି? ନା’ ମନଇଛା ବିଇଓମାନେ ନିର୍ଦେଶନାମା ପ୍ରକାଶ କରିଥିଲେ??

ପ୍ରତ୍ୟାହାର ଚିଠି ଦେଖନ୍ତୁ…

  ତେବେ ମନ୍ତ୍ରୀ  ଶ୍ରୀ ଦାଶ କହିଛନ୍ତି ଯେ, କିଛି ଅଣସ୍ୱୀକୃତି ପ୍ରାପ୍ତ ୱେବ ସାମ୍ବାଦିକ ବିଦ୍ୟାଳୟରେ ପଶି ଶିକ୍ଷାଦାନରେ ବାଧା ସୃଷ୍ଟି କରୁଥିବାରୁ ଢେଙ୍କାନାଳ ଜିଲ୍ଲାର କଙ୍କଡ଼ାହାଡ଼ ବିଇଓଙ୍କ ଏପରି ଚିଠି ଲେଖିଥିଲେ I

ସେଥିପାଇଁ  ବିଇଓମାନେ ବିଦ୍ୟାଳୟ ପରିସରକୁ ସାମ୍ବାଦିକଙ୍କ ପ୍ରବେଶ ଉପରେ ପ୍ରତିବନ୍ଧ ଲଗାଇଥିଲେ I ତାହା ସବୁ ସାମ୍ବାଦିକଙ୍କ ପାଇଁ ଉଦ୍ଧିଷ୍ଟ ନ ଥିଲା I ସରକାର ଏନେଇ କିଛି ନିର୍ଦେଶନାମା ଜାରି କରି ନଥିଲେ I ହେଲେ ଆଉ କିଏ ହ୍ୱାଟ୍ସ ଆପ’ରେ ନିର୍ଦେଶ ଦେଇଛି ତାହା ମୁଁ ଜାଣିନି ବୋଲି ପ୍ରକାଶ କରିଥିଲେ I

  • TATKALODISHAରେ ଏନେଇ ପ୍ରଥମେ ଓ exclusive ଷ୍ଟୋରୀ ପ୍ରକାଶ ପାଇଥିଲା… ଦେଖନ୍ତୁ…

//EXCLUSIVE//
*ସାମ୍ବାଦିକ, କ୍ୟାମେରାମ୍ୟାନଙ୍କୁ ସ୍କୁଲ ପ୍ରବେଶ ମନା: ନୂଆ ବିବାଦର ଆୟାମରମ୍ଭ

ସାମ୍ବାଦିକ, କ୍ୟାମେରାମ୍ୟାନଙ୍କୁ ସ୍କୁଲ ପ୍ରବେଶ ମନା

Leave A Reply

Your email address will not be published.