ବୁଥ୍ କାର୍ଯ୍ୟକର୍ତ୍ତାରୁ ସ୍ଵରାଷ୍ଟ୍ର ମନ୍ତ୍ରୀ: ‘ଚାଣକ୍ୟ ଶାହା’

0

  • ଅମିତ ଶାହ ଓ ବିଜେପିର ଯାତ୍ରା’ ପୁସ୍ତକର ଓଡ଼ିଆ ସଂସ୍କରଣ ଉନ୍ମୋଚିତ


ଭୁବନେଶ୍ୱର,//TATKAL ODISHA//


ବୁଥ୍ କାର୍ଯ୍ୟକର୍ତ୍ତାରୁ ବିଶ୍ୱର ସବୁଠୁ ବଡ଼ ରାଜନୈତିକ ଦଳର ଜାତୀୟ ସଭାପତି I ପରେ ଦେଶର ସ୍ଵରାଷ୍ଟ୍ର ମନ୍ତ୍ରୀ I ଏହି ଯାତ୍ରାର ସଫଳ ନାୟକ ହେଉଛନ୍ତି ଅମିତ ଶାହା I ତାଙ୍କର ସଫଳ ଜୀବନ ଗାଥାକୁ ନିଖୁଣ ଭାବରେ ଉପସ୍ଥାପନ କରାଯାଇଛି ‘ଅମିତ ଶାହ ଓ ବିଜେପିର ଯାତ୍ରା’ ପୁସ୍ତକରେ I 

ସୋମବାର  ଭୁବନେଶ୍ୱର ମେ’ ଫେୟାର ହୋଟେଲରେ ପୂର୍ବାହ୍ଣରେ  ଏକ  ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ କରକମଳରେ ‘ଅମିତ ଶାହ ଓ ବିଜେପିର ଯାତ୍ରା’  ପୁସ୍ତକର ଓଡ଼ିଆ ସଂସ୍କରଣ ଉନ୍ମୋଚିତ ହୋଇଯାଇଛି। ଏଥିରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ  ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ସୌମ୍ୟରଂଜନ ଯୋଗ ଦେଇ ଅମିତ ସାହାଙ୍କ ରଣନୀତିକୁ ବେଶ ପ୍ରଶଂସା କରିଥିଲେ। 

ଶ୍ରୀ ପଟ୍ଟନାୟକ  କହିଥିଲେ ଯେ, ଉନ୍ମୋଚିତ  ପୁସ୍ତକଟି କେବଳ ବିଜେପି ନୁହେଁ ଅନ୍ୟ ଦଳର ନେତା ମଧ୍ୟ ପାଠ କରିବା ଉଚିତ। କାରଣ ଜଣେ ସଫଳ ନେତା ହେବା ପାଇଁ ଯାହା ଦରକାର ତାହା ଏହି ପୁସ୍ତକରେ ରହିଛି।

ଅମିତ ଶାହା

ଭାରତୀୟ ରାଜନୀତିର ଚାଣକ୍ୟ, ବର୍ତ୍ତମାନର ସ୍ୱରାଷ୍ଟ୍ର ମନ୍ତ୍ରୀ ଓ ଜଣେ ସଫଳ ରାଜନୀତିଜ୍ଞ ହେଉଛନ୍ତି ଅମିତ ଶାହ ।

ନିଜର ନିଆରା ରାଜନୈତିକ ଅନ୍ଦାଜ, ଦକ୍ଷ ଗୋଟିଚାଳକ, ମନ୍ତ୍ରୀ ଭାବରେ ଦକ୍ଷ ପ୍ରଶାସନ ପାଇଁ ସାରା ଦେଶରେ ସେ ପରିଚିତ ।

“ଅମିତ ଶାହ ଓ ବିଜେପିର ଯାତ୍ରା”ର ମୂଳ ଇଂରାଜି ପୁସ୍ତକର ଲେଖକ ହେଉଛନ୍ତି ଅନିର୍ବାଣ ଗାଙ୍ଗୁଲି ଏବଂ ଶବାନନ୍ଦ ଦ୍ୱିବେଦୀ । ବହିଟିର ପବ୍ଲିସର ଦାୟିତ୍ୱ ବ୍ଲୁମ୍ସବରି ନେଇଛି ।
ପୁସ୍ତକରେ ଅମିତ ଶାହଙ୍କ ଜୀବନରେ ଅନେକ ରହସ୍ୟ ଓ ରୋଚକ ବିଷୟରେ ଉଲ୍ଲେଖ କରାଯାଇଛି ।

ଉକ୍ତ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ବିଜେପି ସଭାପତି  ସମୀର ମହାନ୍ତି, ପୂର୍ବତନ ରାଜ୍ୟସଭା ସାଂସଦ ତଥା ବିଶିଷ୍ଟ ସାମ୍ବାଦିକ  ସ୍ୱପନ ଦାସଗୁପ୍ତା, ପୁସ୍ତକର ଲେଖକ ଅନିର୍ବାଣ ଗାଙ୍ଗୁଲି ଏବଂ ଶିବାନନ୍ଦ ଦ୍ୱିବେଦୀଙ୍କ ସମେତ ବିଶିଷ୍ଟ ବ୍ୟକ୍ତିବିଶେଷ, ବୁଦ୍ଧିଜୀବୀ, ସ୍ତମ୍ଭକାର, ସାମ୍ବାଦିକମାନେ ପ୍ରମୁଖ ବି ଯୋଗଦେଇଥିଲେ। 

Leave A Reply

Your email address will not be published.