ବରିଷ୍ଠ OAS ଅରୁଣ ମଲ୍ଲିକ ବୟନ,ହସ୍ତତନ୍ତ ମନ୍ତ୍ରୀଙ୍କ ନୂଆ ପିଏସ୍

0

  • ଭୁବନେଶ୍ୱର,//TATKAL ODISHA//

ବରିଷ୍ଠ OAS ଅରୁଣ କୁମାର ମଲ୍ଲିକ ନୂଆ ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ରୀତା ସାହୁଙ୍କ ବ୍ୟକ୍ତିଗତ ସଚିବ ବା ପିଏସ୍ ଭାବେ ବଦଳି ହୋଇଛନ୍ତି I ସେ ଏବେ ଓସେପାରେ ଓଏସ୍‌ଡି ଭାବେ କାର୍ଯ୍ୟରତ । ଏନେଇ ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
 ପୂର୍ବରୁ ଅର୍ଥାତ ଜୁନ୍ ୧୬ରେ ମୋଟ୍ ୨୧ ମନ୍ତ୍ରୀଙ୍କ ମଧ୍ୟରୁ ୧୭ ଜଣଙ୍କ ନୂଆ ପିଏସ୍‌ଙ୍କ ନାମ ପ୍ରକାଶ ହୋଇଥିଲା । ବାକି ଚାରି ମନ୍ତ୍ରୀଙ୍କ ପିଏସ୍‌ଙ୍କ ନାମ ଘୋଷଣା ବାକି ଥିଲା । ପରେ ଦୁଇ ଜଣ ଓଏଏସ୍ ମନ୍ତ୍ରୀଙ୍କ ପିଏସ୍ ଭାବେ କାର୍ଯ୍ୟରେ ଯୋଗଦେଇସାରିଛନ୍ତି । ଶ୍ରୀମତୀ ସାହୁଙ୍କୁ ନୂଆ ପିଏସ୍ ଶ୍ରୀ ମଲ୍ଲିକ ସୋମବାର ସୁଦ୍ଧା କାର୍ଯ୍ୟରେ ଯୋଗଦେବେ ବୋଲି କୁହାଯାଉଛି ।

Leave A Reply

Your email address will not be published.