ଶସ୍ତା ସଂଗୀତରେ ‘କାନ୍ତିଲାଲ’: ବେଳ ହୁଁ ସାବଧାନ

0

  • ***************************************
  • GUEST EDITOR //ଡ. ରାଧାରଞ୍ଜନ ପଟ୍ଟନାୟକ//
  • ***************************************

ଶସ୍ତା ଗୀତ ଗାଇ କେହି କେବେବି ବଡ଼ ସଙ୍ଗୀତଜ୍ଞ ବା ସଙ୍ଗୀତ ବିଶାରଦ ହୋଇ ପାରିବେ ନାହିଁ ।

ଓଡ଼ିଆ ସଂସ୍କୃତି କୁ ଅପସଂକୃତି ରେ ପରିଣତ କରିବା ହିଁ ସେମାନଂକର ପ୍ରଚ୍ଛନ୍ନ ଉଦ୍ଦେଶ୍ୟ ଥାଏ ।ଏତାଦୃଶ ଗାୟକ କାଳେ କାଳେ ଅକ୍ଷୟ ମହାନ୍ତି କିମ୍ବା ପ୍ରଫୁଲ୍ଲ କର ଭଳି କାଳଜୟୀ ଗାୟକ ହୋଇପାରନ୍ତି ନାହିଁ କି ଭବିଷ୍ୟତରେ ମଧ୍ୟ ହୋଇପାରିବେନାହିଁ  ।

ସେଦିନ ସିନା କାନ୍ତିଲାଲ”ଓଡ଼ିଆ ଏକଟା ସ୍ୱତନ୍ତ୍ର ଭାଷା ନୟେ” ବୋଲି କହି ଓଡ଼ିଆ ଭାଷାକୁ ନ୍ୟୁନ କରିବାକୁ ଚେଷ୍ଟା କରିଥିଲେ , ଠିକ ସେହିପରି ଚଳମାନ ସମୟ ଖଣ୍ଡରେ ଜଣେ ଅଟୋ ରିକ୍ସା ଚାଳକ  ଏବଂ ତାର ପ୍ରେମିକା ଭାଉଜକୁ କେନ୍ଦ୍ର କରି ଶସ୍ତା ଗୀତ ରିଲିଜ କରି ଓଡ଼ିଆ ଭାଷାର  ମିଠାପଣକୁ ଧୂଳିସାତ କରୁଛନ୍ତି ।

ଗୋଟେ ଶାସ୍ତ୍ରୀୟ ମାନ୍ୟତା ପାଇଥିବା ଓଡ଼ିଆ ଭାଷାର ମଧୁରତାକୁ ନଷ୍ଟ କରି ଯେଉଁଭଳି ଭାବରେ କାମଳ ସଂଗୀତ ପରିବେଷଣ କରାଯାଉଛି ,ଏହାର ଘୋର ନିନ୍ଦା ମୁଁ  କରୁଛି ।ଓଡ଼ିଶାର ପ୍ରତି କୋଣ ଅନୁକୋଣରୁ ଏହାର ପ୍ରତିବାଦର ସ୍ୱର ଉଠିବା ଦରକାର ।”

ଏମିତି ଅନୁଚିତ ଗୀତ ବନ୍ଦ ପାଇଁ ସରକାର ତୁରନ୍ତ ପଦକ୍ଷେପ ନେବା ଦରକାର l

ଆଜି ମନେ ରଖିବକୁ ପଡିବ,ଯେଉଁ ଗୀତ ଆଜିବି ପୁରପଲ୍ଲୀରେ ଲୋକମାନଙ୍କ କଣ୍ଠରୁ ଗୁଣୁ ଗୁଣୁ ଶବ୍ଦରେ ମୂର୍ଛନା ତୋଳେ ତାହାହିଁ କାଳଜୟୀ ସଂଗୀତ ।

କିନ୍ତୁ ତଥାକଥିତ ଷ୍ଟାମ୍ପ ମରା ଯେତେ ଗାୟକ ଅଛନ୍ତି, ସେମାନଂକର ଗୀତକୁ କେତେବା ଲୋକେ ଆପଣେଇ ନେଇଛନ୍ତି । ମୁଁ  କହିପାରେ ଅତୀତରେ ଓଡ଼ିଆ ଭାଷା ସାହିତ୍ୟକୁ ଧ୍ବଂସ କରିଦେବାକୁ କାନ୍ତିଲାଲ ଭଟ୍ଟାଚାର୍ଯ୍ୟ ଯେଉଁ ଚକ୍ରାନ୍ତ ଚଳାଇ ଥିଲେ ,ସଂଗୀତ କ୍ଷେତ୍ରରେ ମଧ୍ୟ ଏଇମାନେ ହିଁ ସେଇଆ ।ଯେଉଁମାନେ ଏଭଳି  ଗୀତ ରଚନା କରିଛନ୍ତି ,ତାଙ୍କ ପ୍ରତି ମଧ୍ୟ କଠୋର  ଵିଧି ପ୍ରଣୟନ ହେବା ଜରୁରୀ ।

ଗୋଟେ ଶାସ୍ତ୍ରୀୟ ମାନ୍ୟତା ପାଇଥିବା ଓଡ଼ିଆ ଭାଷାର ମଧୁରତାକୁ ନଷ୍ଟ କରି ଯେଉଁଭଳି ଭାବରେ କାମଳ ସଂଗୀତ ପରିବେଷଣ କରାଯାଉଛି ,ଏହାର ଘୋର ନିନ୍ଦା ମୁଁ  କରୁଛି ।ଓଡ଼ିଶାର ପ୍ରତି କୋଣ ଅନୁକୋଣରୁ ଏହାର ପ୍ରତିବାଦର ସ୍ୱର ଉଠିବା ଦରକାର ।

କୌଣସି ଗୀତ ବୋଲିବା ପୂର୍ବରୁ ବା ସାର୍ବଜନିକ ହେବା ପୂର୍ବରୁ ଏହାର ସ୍କ୍ରିନିଙ୍ଗ ହେବା ଜରୁରୀ ।

ନ ହେଲେ ଓଡ଼ିଆ ଭାଷାର ଏଇ ଶସ୍ତା ଗୀତ ପ୍ରତିଟି ଓଡ଼ିଆଙ୍କ ଗାରିମାମୟ ଗୌରବ ମୟ ଅତୀତକୁ ନଷ୍ଟ କରିଦେବା ସଂଗେ ସଂଗେ ଉତ୍ତର ପିଢ଼ିଙ୍କ ଉପରେକୁ ପ୍ରଭାବ ପକାଇବ ।

ଫଳରେ ବିଶ୍ୱର ମହାମଞ୍ଚରେ ଆମେ ନିନ୍ଦିତ ହେବା।ବେଳହୁଁ ସାବଧାନ ।

  • ଡ. ରାଧାରଞ୍ଜନ ପଟ୍ଟନାୟକ
  • ବିଶିଷ୍ଟ ଶିକ୍ଷାବିତ, କବି ଓ ପ୍ରାବନ୍ଧିକ
  • ବାଲେଶ୍ୱର, ଓଡ଼ିଶା
  • ସମ୍ପର୍କ : 9438290072

Leave A Reply

Your email address will not be published.