ଓଡ଼ିଶାରେ ବିଜେପି ଗଢ଼ିବ ସରକାର: ଶାହା

0
  • ହାଇଦ୍ରାବାଦ//TATKAL ODISHA//

ଓଡ଼ିଶାରେ ବିଜେପି ସରକାର ଗଢ଼ିବ।କେବଳ ଓଡ଼ିଶା ନୁହେଁ ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଓ କେରଳରେ ବି ବିଜେପି  ସରକାର କରିବ I’ 

ସୋମବାର ହାଇଦ୍ରାବାଦରେ ଭାରତୀୟ ଜନତା ପାର୍ଟିର ଜାତୀୟ କାର୍ଯ୍ୟକାରିଣୀରେ କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପିର ଷ୍ଟାଟେଜିଷ୍ଟ  ଅମିତ ଶାହ ଏଭଳି ଦୃଢ଼କ୍ତି ପ୍ରକାଶ କରିଛନ୍ତି I ଶାହା କହିଛନ୍ତି ଯେ, ଆଗାମୀ ୩୦-୪୦ ବର୍ଷ ପାଇଁ ବିଜେପି ଯୁଗ ରହିବ।ଦକ୍ଷିଣ ଭାରତ ହେଉଛି  ବିଜେପିର  ଏକ ନୂଆ କ୍ଷେତ୍ର I

ଜାତୀୟ କାର୍ଯ୍ୟକାରିଣୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଦଳର ସଭାପତି ଜେ ପି ନଡ୍ଡା ଓ ଶାହା

ପଶ୍ଚିମବଙ୍ଗ, ତେଲେଙ୍ଗାନା ଭଳି ରାଜ୍ୟରେ ପାରିବାରିକ ରାଜନୀତିରୁ ସ୍ୱାଧୀନତା ମିଳିବ I ଦଳର ମୁଖ୍ୟ ଏଜେଣ୍ଡା, ବଂଶବାଦ ଓ ତୁଷ୍ଟିକରଣର ରାଜନୀତିକୁ ଶେଷ କରିବାକୁ ହେବ I

  ନିକଟରେ ହୋଇଥିବା ବିଧାନସଭା ଓ ଉପ-ନିର୍ବାଚନରେ ଦଳର ବିଜୟ ବିଜେପି ବିକାଶର ରାଜନୀତି କରୁଥିବାର ପ୍ରମାଣ। ନିକଟରେ ହୋଇଥିବା ବିଧାନସଭା ଓ  ଅନ୍ୟାନ୍ୟ ନିର୍ବାଚନ ବିଜୟ ଏହାର ପ୍ରତିଫଳନ ବୋଲି ଶାହ ପ୍ରକାଶ କରିଛନ୍ତି I 

ଓଡ଼ିଶାର ଝିଅକୁ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ କରି ବିଜେପି ନିଜର ରାଜନୈତିକ ଅଭିଳାଶକୁ ପୂରଣ କରିବାକୁ ରଣନୀତି ପ୍ରସ୍ତୁତ  କରିଥିବା ଚର୍ଚ୍ଚା ହେଉଛି।

ଉଲ୍ଲେଖନୀୟ ଯେ ପୂର୍ବରୁ ଓଡ଼ିଶାରେ ବିଜେପି 120 ଆସନରେ ବିଜୟୀ ହେବ ବୋଲି କହିଥିଲେ I ହେଲେ ତାହା ସମ୍ଭବ ହେଲା ନାହିଁ I ପଞ୍ଚାୟତ, ପୌର, ବିଧାନସଭା, ଲୋକସଭା ନିର୍ବାଚନ ଓ ସବୁ ଉପନିର୍ବାଚନରେ ବିଜେପି ସଫଳ ହୋଇନାହିଁ I ଏବେ କେତେଦୂର ସଫଳ ହେଉଛି ତାହା ଦେଖିବା କଥା I

Leave A Reply

Your email address will not be published.