କାର୍ଯ୍ୟପରାର୍ମଦାତା କମିଟି ଗଠନ: ଅତନୁ ସାମିଲ
- ଅଧିଷ୍ଠାତା ମଣ୍ଡଳୀ ବି ଗଠନ କଲେ ବାଚସ୍ପତି
ଭୁବନେଶ୍ୱର//TATKAL ODISHA//
ବିଧାନସଭାର ଗୁରୁତ୍ୱପୂର୍ଣ କାର୍ଯ୍ୟପରାମର୍ଶଦାତା କମିଟି ଗଠନ ହୋଇଛି । ଏହି ସାତ ଜଣିଆ କମିଟି ମଧ୍ୟରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ସାମିଲ ହୋଇଛନ୍ତି I
ଶନିବାର ଗୃହରେ ବିଧାସଭା ପ୍ରଶ୍ନୋତ୍ତର ପରେ ନୂଆ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଘୋଷଣା କରିଛନ୍ତି ।
କାର୍ଯ୍ୟପରାମର୍ଶଦାତା କମିଟିରେ ସଦସ୍ୟ…
- ବିରୋଧୀ ଦଳନେତା ପ୍ରଦୀପ୍ତ ନାୟକ,
- ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ
- ଆଦିବାସୀ, ହରିଜନ ଓ ପଛୁଆବର୍ଗ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା
- ଖାଦ୍ୟ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ
- ସରକାରୀ ଦଳ ମୁଖ୍ୟ ସଚତେକ ପ୍ରଶାନ୍ତ ମୁଦୁଲି
- କଗ୍ରେସ ବିଧାୟକ ଦଳନେତା ନରସିଂହ ମିଶ୍ର
- ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର ସଦସ୍ୟ ରହିଛନ୍ତି ।
ଅଧିଷ୍ଠାତା ମଣ୍ଡଳୀ
ବିଧାନସଭାର ନୂଆ ଅଧିଷ୍ଠାତା ମଣ୍ଡଳୀ ଗଠନ ହୋଇଛି I ସେମାନେ ହେଉଛନ୍ତି..
- ବିଧାୟକ ଦେବୀ ପ୍ରସାଦ ମିଶ୍ର,
- ପ୍ରଫୁଲ୍ଲ ସମାଲ,
- ଶଶି ଭୁଷଣ ବେହେରା,
- ମନୋହାର ରାନ୍ଧାରୀ,
- ସ୍ନେହାଙ୍ଗିନୀ ଛୁରିଆ,
- ସୁବାସ ପାଣିଗ୍ରାହୀ,
- ସନ୍ତୋଷ ସିଂ ସାଲୁଜା