ଦୁବାଇରେ ନବୀନ କହିଲେ ‘ଆପଣମାନେ ଖୁସି ତ?’

0
  • ଦୁବାଇ//TATKAL ODISHA//

ଆପଣମାନେ ଖୁସି ତ?

ଦୁବାଇରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ସବୁଠୁ ଚର୍ଚ୍ଚିତ ଓ ଲୋକପ୍ରିୟ ଡାଇଲଗ କହିଛନ୍ତି I ଉପସ୍ଥିତ ପ୍ରବାସୀ ଓଡ଼ିଆଙ୍କ ଭିତରେ ହାସ୍ୟରୋଳ ସହ ନବୀନଙ୍କ କଥାରେ ମଜ୍ଜି ଯାଇଥିଲେ I

ବୁଧବାର ଓଡ଼ିଶା ସରକାର, ଫିକି ଓ ୟୁଏଇରେ ଅବସ୍ଥାପିତ ଭାରତର ଆମ୍ବାସାଡୋରଙ୍କ ମିଳିତ ସହଯୋଗରେ ଦୁବାଇରେ ଅନୁଷ୍ଠିତ ହୋଇଯାଇଛି ‘ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭ୍‌’ । ଉକ୍ତ ଇନଭେଷ୍ଟର୍ସ ମିଟ୍‌ରେ ମଧ୍ୟପ୍ରାଚ୍ୟ, ଦୁବାଇ ଓ ମିନା ଅଞ୍ଚଳର ପ୍ରାୟ ୧୫୦ କମ୍ପାନୀ ଯୋଗ ଦେଇଥିଲେ I

ବର୍ତ୍ତମାନସୁଦ୍ଧା ୨୧ ହଜାର କୋଟି ଟଙ୍କା ବିନିଯୋଗ ହେବା ସହ ୧୯ ହଜାର କର୍ମନିଯୁକ୍ତି ପାଇବେ ବୋଲି ସୂଚନା ମିଳିଛି । ବୈଠକ ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଟ୍ୱିଟ୍ କରି ତାହା ସ୍ପଷ୍ଟ କରିଛନ୍ତି ।

 କନ୍‌କ୍ଲେଭ୍ ଶେଷରେ ୟୁନାଇଟେଡ଼୍ ଆରବ ଏମିରେଟ୍ସର ୭ଟି ଦେଶରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କ ସହ ମୁଖ୍ୟମନ୍ତ୍ରୀ ଓ ତାଙ୍କ ଟିମ୍ ପ୍ରବାସୀ ଓଡ଼ିଆଙ୍କ ଆଲୋଚନା କରିଥିଲେ ।

ଓଡ଼ିଶା ରାଜ୍ୟର କଳା,ସଂସ୍କୃତି ସୁରକ୍ଷା ତଥା ଉନ୍ନତି ପାଇଁ ସେମାନଙ୍କ ସହ ସିଧାସଳଖ ଭାବ ବିନିମୟ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ଉତ୍ସୁୁକତା ପ୍ରକାଶ କରିଛନ୍ତି ।

ଏହି ଅବସରରେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଓ ବିଧାୟକ ଦେବୀ ମିଶ୍ର, 5ଟି ସଚିବ ଭିକେ ପାଣ୍ଡିଆନ ପ୍ରମୁଖ ଉପସ୍ଥିତ ଥିଲେ ।


 ଦୁବାଇ ଗସ୍ତ ଶେଷ କରି ଜୁନ୍ ୩୦ରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଦିଲ୍ଲୀ ଦେଇ ରାତି ପ୍ରାୟ ୧୧ରେ ଭୁବନେଶ୍ୱର ପହଞ୍ଚିବେ ।

Leave A Reply

Your email address will not be published.