କର୍କଟ ପୀଡିତଙ୍କ ୧୧,୮୩୦ ଫୁଟ୍ ଉଚ୍ଚ ପର୍ବତାରୋହଣ

0

  • ଆପୋଲୋ କର୍କଟ କେନ୍ଦ୍ର ଦେଇଛି ସହୟତା
  • ଭୁବନେଶ୍ୱର//TATKAL ODISHA//


ଯେଉଁଠି ଇଚ୍ଛାଶକ୍ତି ଅଛି ସେଠାରେ ଉପାୟ ସୁନିଶ୍ଚିତ ଅଛି । ଏଇ ଉକ୍ତି କେବଳ ଭାଷଣରେ ନୁହେଁ, ବାସ୍ତବରେ ହିଁ ପରିଣତ ହୋଇଛି । ଆଠ କର୍କଟ ପୀଡିତ ୧୧,୮୩୦ ଫୁଟ୍ ଉଚ୍ଚ ପର୍ବତାରୋହଣ କରି ରେକର୍ଡ କରିଛନ୍ତି । ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇପାରନ୍ତି ହେଲେ କଥାଟି ସତ । ଆପୋଲୋ କର୍କଟ କେନ୍ଦ୍ର ଦେଇଥିବା ସହାୟତା ଯୋଗୁଁ ସେମାନେ ବିରଳ ସଫଳତା ପାଇଛନ୍ତି ।

ସୋମବାର ଆପୋଲୋ ହସ୍ପିଟାଲର ସିଓଓ ଓ ଡିଏମ୍‌ଏସ୍ ଡାକ୍ତର ଆଲୋକ ଶ୍ରୀବାସ୍ତଭ କହିଛନ୍ତି ଯେ, ଆପୋଲୋ କ୍ୟାନ୍‌ସର ସେଣ୍ଟର ପକ୍ଷରୁ ଆୟୋଜିତ ‘ପିକ୍ ଟୁ ପିକ୍‌-ୱିନିଂ ଓଭର କ୍ୟାନ୍‌ସର’କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଏହି ବ୍ୟକ୍ତିମାନେ ୧୧,୮୩୦ଫୁଟ୍ ଉଚ୍ଚ ପର୍ବତ ଚଢ଼ିବା ଭଳି ଦୁଃସାହାସିକ କାର୍ଯ୍ୟରେ ସଫଳତା ହାସଲ କରିଛନ୍ତି । ବିଶ୍ୱରେ ଲବ୍ଧପ୍ରତିଷ୍ଠିତ ଓ ଭାରତର ସର୍ବୋତ୍ତମ ଘରୋଇ କର୍କଟ ଡାକ୍ତରଖାନା କର୍କଟ ରୋଗରେ ପୀଡିତଙ୍କ ସହ ୫ ଦିନିଆ ଟ୍ରେକ୍‌ ସବୁଜ ବନଭୂମି ଓ ପ୍ରାକୃତିକ ଉପମାରେ ସମୃଦ୍ଧ ଏହି ପାହାଡ ଉତ୍ତରାଖଣ୍ଡ ରାଜ୍ୟର ଉତ୍ତରାଖଣ୍ଡ ଜିଲ୍ଲା ସ୍ଥିତ ଡେରାଡୁନ୍ ଠାରୁ ଦିନାରା ବୁଗିଆଲ୍ ପର୍ଯ୍ୟନ୍ତ ଏକ ରୋମାଚଞ୍ଚର ଯାତ୍ର । ଏହି ଯାତ୍ରାର ସଫଳତା ପ୍ରମାଣିତ କରୁଛି ଯେ, କର୍କଟ ଜୀବନର ଅନ୍ତ ନୁହେଁ । ଯଦି ସଠିକ୍ ବିଶେଷଜ୍ଞଙ୍କ ଠାରୁ ଚିକିତ୍ସା ଓ ମାର୍ଗଦର୍ଶନ ମିଳେ ତେବେ କର୍କଟ ଚିକିତ୍ସା ସମ୍ପୂର୍ଣ୍ଣ ହେବା ପରେ ମଧ୍ୟ ଜୀବନ ପ୍ରତି ସକରାତ୍ମକ ଚିନ୍ତାଧାରା ପୋଷଣ କରିବା ଦ୍ୱାରା ଯେକୌଣସି କାର୍ଯ୍ୟ କରାଯାଇପାରେ ।


ଯଦି ସଠିକ୍ ବିଶେଷଜ୍ଞଙ୍କ ଠାରୁ ଚିକିତ୍ସା ଓ ମାର୍ଗଦର୍ଶନ ମିଳେ ତେବେ କର୍କଟ ଚିକିତ୍ସା ସମ୍ପୂର୍ଣ୍ଣ ହେବା ପରେ ମଧ୍ୟ ଜୀବନ ପ୍ରତି ସକରାତ୍ମକ ଚିନ୍ତାଧାରା ପୋଷଣ କରିବା ଦ୍ୱାରା ଯେକୌଣସି କାର୍ଯ୍ୟ କରାଯାଇପାରେ

କର୍କଟ ଉପରେ ଜୀବନର ବିଜୟ, ୱିନିଂ ଓଭର କ୍ୟାନସର; ଆପୋଲୋ କର୍କଟ କେନ୍ଦ୍ରର ଏହି ଆଭିମୁଖ୍ୟ କ୍ୟାନସର ସହିତ ଏକସମୟରେ ଶାରିରୀକ ଓ ମାନସିକ ବିଜୟ ହାସଲ ନିମନ୍ତେ କର୍କଟ ରୋଗୀମାନଙ୍କୁ ପ୍ରୋତ୍ସାହିତ କରୁଛି । ଆପୋଲୋ କର୍କଟ କେନ୍ଦ୍ର ସମ୍ପର୍କରେ ନିଜ ଯାତ୍ରା ଅନୁଭୁତି ବର୍ଣ୍ଣନା କରିବା ସମୟରେ କ୍ୟାନସର ଉପରେ ବିଜୟ ହାସଲ କରିଥିବା ଭୁବନେଶ୍ୱରର ମହିଳା ସ୍ୱାଗତିକା ଆଚାର୍ଯ୍ୟ କହିଛନ୍ତି, “ଆମେ ସବୁବେଳେ ଅନୁଭବ କରୁ ଯେ ସମସ୍ୟା ଆମଠାରୁ ଢ଼େର ବଡ କିନ୍ତୁ ଯେତେବେଳେ ଆମେ ସାହସ କରୁ, ସେତେବେଳେ ଆମେ ଅନୁଭବ କରୁଯେ, ଆମେ ଆମର ସମସ୍ୟାଠାରୁ ଯଥେଷ୍ଟ ବଡ ହୋଇଥାଉ । ଦୁଃସାହସିକ କାର୍ଯ୍ୟ ପାଇଁ ମୁଁ ସର୍ବଦା ଅତ୍ୟଧିକ ଉତ୍ସାହିତ ଥିଲି ଏବଂ ଦିନାରୁ ବୁଗିଆଲ୍ ଟ୍ରାକ୍ କରିବା ପରେ, ମୁଁ ଅନୁଭବ କରେ ଯେ କର୍କଟ ଆମ ଜୀବନର ଏକ ଅଂଶ ଏବଂ ଏହା ସମ୍ପର୍କରେ ଅହୁରି ଅନେକ କିଛି ଅନୁସନ୍ଧାନ କରିବା ବାକି ଅଛି ।

ଆପୋଲୋ କ୍ୟାନ୍ସର ସେଂଟରର ବରିଷ୍ଠ ରେଡିଏସନ୍ ଅଙ୍କୋଲୋଜିଷ୍ଟ ଡକ୍ଟର ସଂଜୟ ମିଶ୍ର କହିଛନ୍ତି ଯେ, କ୍ୟାନ୍ସର ସର୍ଭାଇଭରଙ୍କର ଜୀବନ ପ୍ରତି ଦୃଷ୍ଟିଭଙ୍ଗୀ ବଦଳାଇଦେଥିବା ଏକ ଅତ୍ୟନ୍ତ ସଫଳ ଏବଂ ଅଭିନବ ଅଭିଯାନ । ଏହାର ସଫଳତା ସ୍ପଷ୍ଟ ଭାବେ ପ୍ରମାଣିତ କରୁଛି ଯେ, କର୍କଟ ସହ ଲଢ଼ି ସଫଳ ହୋଇଥିବା ଲୋକମାନେ ଆମ ଭଳି ବା ଆମ ଠାରୁ ମାନସିକ ଏବଂ ଶାରୀରିକ ସ୍ତରରେ ଅଧିକ ଦୃଢ଼ । ଏହି ଅଭିଯାନକୁ ସଫଳ କରିବା ପାଇଁ ସେମାନଙ୍କ ସହିତ ଅଂଶୀଦାର ହୋଇଥିବାରୁ ମୁଁ ଗର୍ବିତ । ମୁଁ ଏହି ଅଭିଯାନରେ ସେମାନଙ୍କ ଠାରୁ ଅନେକ ଶିକ୍ଷାଲାଭ କରିଛି । ଏହା ଏକ କଷ୍ଟସାଧ୍ୟ ପର୍ବତାରୋହଣ କାର୍ଯ୍ୟ ଥିଲେ ମଧ୍ୟ ସେମାନେ ଏକ ଦଳ ଭାବେ ଏହାକୁ ସଫଳ କରିଛନ୍ତି । ଏହି ଅବସରରେ ମୋ ନିଜ ରାଜ୍ୟକୁ ଫେରିଥିବାରୁ ମଧ୍ୟ ମୁଁ ଅତ୍ୟନ୍ତ ଗର୍ବିତ । ଆଭ ରାଜ୍ୟରେ କର୍କଟ ଚିକିତ୍ସା ପାଇଁ ଉପଲବ୍ଧ ସେବା ବ୍ୟବସ୍ଥା ଦେଶର ସର୍ବଶ୍ରେଷ୍ଠ କର୍କଟ ଚିକିତ୍ସା କେନ୍ଦ୍ର ସହିତ ସମାନ । ତେଣୁ ଆମ ରାଜ୍ରର ଲୋକମାନଙ୍କୁ କର୍କଟ ଚିକିତ୍ସା ପାଇଁ ଅନ୍ୟ କେଉଁଠିକୁ ଯିବାର ଆବଶ୍ୟକତା ନାହିଁ ।

ଅଭିଯାନରେ ସାମିଲ ଥିବା ସର୍ବକନିଷ୍ଠ ୨୪ ବର୍ଷ ବୟସ୍କା ସେପ୍‌ତୁଏଗେରିଆନିଆନ୍‌ଙ୍କ ଠାରୁ ଅରମ୍ଭ କରି ସବୁଠାରୁ ବୟସ୍କ ଟ୍ରେକ୍ ଅଂଶଗ୍ରହଣକାରୀଙ୍କ ପର୍ଯ୍ୟନ୍ତ ସମନ୍ତେ କେବଳ କର୍କଟ ରୋଗର ଭୟକୁ ଦୂର କରି ନାହାଁନ୍ତି, ବରଂ ଏହାକୁ ପଛରେ ଛାଡି ଆଗକୁ ବଢିଛନ୍ତି । ସୁସ୍ରୁତ କାର୍ପେ ନାମକ ପୁନେ ସହରରେ କ୍ୟାନସର ଉପରେ ବିଜୟ ଲାଭ କରିଥିବା ଜଣେ ବାସିନ୍ଦା କହନ୍ତି ଯେ, ‘ମୁଁ ଜଣେ ଉତ୍ସାହୀ ଫଟୋଗ୍ରାଫର, ମୋର କାର୍ଯ୍ୟ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ସ୍ୱୀକୃତିପ୍ରାପ୍ତ । ମୁଁ ଏକ ପ୍ରତିଷ୍ଠିତ ମଲ୍ଟି ନାସନାଲ କମ୍ପାନୀରେ ଡିଜାଇନ୍ ହେଡ୍ ଭାବରେ କାମ କରେ । ମୋର ନିର୍ବନ୍ଧର ଠିକ୍ ପରେ, ୨୬ ବର୍ଷ ବୟସରେ, ମୋତେ କୋଲୋନ୍ କ୍ୟାନସର ଚିହ୍ନଟ ହୋଇଥିଲା । ଆପୋଲୋରେ ଚିକିତ୍ସିତ ହେବା ପୂର୍ବରୁ ମୁଁ ୧୦ ଜଣ ଡାକ୍ତରଙ୍କ ସହିତ ପରାମର୍ଶ କରିଥିଲି । ଆପୋଲୋ କର୍କଟ କେନ୍ଦ୍ରର ଡାକ୍ତରମାନେ ହିଁ ମୋତେ ଆତ୍ମବିଶ୍ୱାସ ପ୍ରଦାନ କରିଥିଲେ । ମୁଁ ଏକ ବର୍ଷ ଧରି ଚିକିତ୍ସିତ ହେଲି । ଚିକିତ୍ସା ସମୟରେ ଜୀବନକୁ ଏକ ଭିନ୍ନ ଦୃଷ୍ଟିଭଙ୍ଗୀରେ ଦେଖିବା ଆରମ୍ଭ କଲି । ଏଣିକି ମୁଁ କୌଣସି କାମ କରିବା ପାଇଁ ସଠିକ୍ ସମୟ କିମ୍ବା ସଠିକ୍ ମୁହୂର୍ତ୍ତକୁ ଅପେକ୍ଷା କରିବା ବନ୍ଦ କରିଦେଲି । ମୁଁ ନିଜକୁ ପ୍ରତିଶ୍ରୁତି ଦେଇଥିଲି ଯେ ବର୍ତ୍ତମାନଠାରୁ ମୁଁ ଯେତେବେଳେ ଚାହିଁବି ସେହି ମୁହୂର୍ତ୍ତ ହିଁ ମୋ ପାଇଁ ସବୁଠାରୁ ଭଲ ସମୟ ହେବା ଓ ମୁଁ ମୋର କାମ କରିବି । ଏହି ଚିନ୍ତାଧାରା ମୋତେ ଅନେକ ଜିନିଷ ଉପରେ ଆଶାବାଦୀ ହେବାକୁ ପ୍ରେରଣା ଦେଲା । ତେଣୁ ମୁଁ କର୍କଟ ସହିତ ଲଢୁଥିବା ସମସ୍ତ ରୋଗୀମାନଙ୍କ ପାଇଁ ଏକ ଉଦାହରଣ ହେବାକୁ ସ୍ଥିର କଲି । କର୍କଟ ରୋଗ ହେବାର ଚିନ୍ତା ହିଁ କର୍କଟ ରୋଗ ଅପେକ୍ଷା ଅଧିକ ମାରାତ୍ମକ । ତେଣୁ ମୁଁ ବୁଝିଥିଲି ଯେ, କର୍କଟ ଉପରେ ବିଜୟ ପାଇଁ ପ୍ରଥମେ ଆପଣଙ୍କୁ ମାନସିକ ସ୍ତରରେ କର୍କଟକୁ ହରାଇବାକୁ ପଡିବ ଓ ପରେ ଶାରୀରିକ ଭାବରେ ଏହାକୁ ପରାସ୍ତ କରିବାକୁ ହେବ ।

Leave A Reply

Your email address will not be published.