ସୁବାଷ ପାଣିଗ୍ରାହୀ ପରବର୍ତ୍ତୀ ବିରୋଧୀ ଦଳ ନେତା?

0
  • ମୋହର ମାରିଲେ ଜେପି ନଡ୍ଡା !
  • ଜୁଲାଇ 2 ପୂର୍ବରୁ ନାଁ ଘୋଷଣା

ନୂଆଦିଲ୍ଲୀ, ଭୁବନେଶ୍ୱର//TATKAL ODISHA//

ବିଭିନ୍ନ ଘଟଣା ପାଇଁ ଚର୍ଚ୍ଚାର ଗଣ୍ଡି ଭିତରକୁ ଧସି ଯାଉଥିବା ବିଜେପି ବିଧାୟକ ସୁବାଷ ପାଣିଗ୍ରାହୀ ଏବେ ପୁଣି ଏକ ବଡ଼ ଦାୟିତ୍ୱ ପାଇଁ ଚର୍ଚ୍ଚିତ ହେବାକୁ ଯାଉଛନ୍ତି I

ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ସୂଚନାନୁସାରେ ସୁବାଷ ବାବୁ ହେବେ ଓଡିଶା ବିଧାନସଭାର ପରବର୍ତ୍ତୀ ବିରୋଧୀ ଦଳ ନେତା I ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ପାଇଁ ନୂଆଦିଲ୍ଲୀ ଯାଇଥିବା 10 ବରିଷ୍ଠ ବିଧାୟକ ଏହି ସମ୍ପର୍କରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡାଙ୍କୁ ଭେଟି ଦୀର୍ଘ ଆଲୋଚନା କରିଛନ୍ତି I

ନୂଆଦିଲ୍ଲୀରେ ପ୍ରସ୍ତୁତ ନୂଆ ଷ୍ଟ୍ରାଟେଜି….ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହ ସୁବାଷ ପାଣିଗ୍ରାହୀ, ମୋହନ ମାଝୀ ଓ ବିଜେପିର ଅନ୍ୟ ବିଧାୟକଗଣ..

ସର୍ବସମ୍ମତି କ୍ରମେ ବରିଷ୍ଠ ଦେବଗଡ଼ ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କ ନାଁ ସର୍ବାଗ୍ରେ ରହିଛି I ଏନେଇ ଶ୍ରୀ ନଡ୍ଡା ବି ସୁବାଷଙ୍କ ସହ ଆଲୋଚନା କରିଛନ୍ତି I

ଏବେ ବିରୋଧୀ ଦଳ ନେତା ଥିବା ପ୍ରଦୀପ୍ତ ନାୟକଙ୍କ ଦେହ ଖରାପ ଥିବାରୁ ସେ ଆଉ ଉକ୍ତ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହିବା ସମ୍ଭବ ହେଉନାହିଁ I

ତେଣୁ ସୁବାଷ ପାଣିଗ୍ରାହୀଙ୍କ ନାଁ ଆସନ୍ତା ଜୁଲାଇ 2 ପୂର୍ବରୁ ଅନୁଷ୍ଠାନିକ ଘୋଷଣା ହେବ I ଅର୍ଥାତ ମୌସୁମୀ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ପାଣିଗ୍ରାହୀ ହେବେ ନୂଆ ବିରୋଧୀ ଦଳ ନେତା ବୋଲି ଜଣାପଡ଼ିଛି I

ସୁବାଷ ନାଁ ଘୋଷଣା ପରେ ପ୍ରୋଟୋକଲ ଅନୁସାରେ ସବୁକିଛି ସୁବିଧା ଯୋଗାଇ ଦିଆଯିବ I ସେ ଗୃହର ନେତା ତଥା ମୁଖ୍ୟମନ୍ତ୍ରୀଙ୍କ ଭଳି ସମାନ ଷ୍ଟାଟସ ପାଇବେ I

Leave A Reply

Your email address will not be published.