ରାତିରେ ଆକାଶରେ ତାରାଙ୍କୁ ଦେଖି ଭାବୁକ ହେଉଥିଲେ ‘ପଠାଣି ସାମନ୍ତ’

0
  • ଶ୍ରୀକାନ୍ତ ଦାଶ
  • TATKAL ODISHA//ତିରୋଧାନ ଦିବସ//ଶ୍ରଦ୍ଧାଞ୍ଜଳି//
  • ++++++++++++++++
  • ପୁଣ୍ୟାତ୍ମା ପଠାଣି ସାମନ୍ତ
  • +++++++++++++++

ଯେଉଁ କେତେଜଣ ଜ୍ୟୋତିଷ ଶାସ୍ତ୍ରବିତ ବିଶ୍ୱରେ ସୁନାମ ଅର୍ଜନ କରିଛନ୍ତି, ସେମାନଙ୍କ ମଧ୍ୟରେ ପଠାଣି ସାମନ୍ତ ଅଗ୍ରଣୀ |ସେ 1835 ମସିହା ଡ଼ିସେମ୍ବର 13ତାରିଖରେ ତଦାନିନ୍ତନ ଦେଶୀୟ ରାଜ୍ୟ ଖଣ୍ଡପଡାରେ ଜନ୍ମ ଗ୍ରହଣ କରିଥିଲେ |

ଜ୍ୟୋତିଷ ଶାସ୍ତ୍ର ମତରେ ଜନ୍ମ ତିଥି ଥିଲା ପୂର୍ଣ୍ଣିମାନ୍ତ ପୌଷ କୃଷ୍ଣ ଅଷ୍ଟମୀ ଓ ମୃତ୍ୟୁ ଦିବସ ଥିଲା 11ଜୁନ 1904ମସିହା, ପୂର୍ଣ୍ଣିମାନ୍ତ ଅଧିକ ଜ୍ୟେଷ୍ଠ କୃଷ୍ଣ ତ୍ରୟୋଦଶୀ | ତେଵେ ପାଞ୍ଜିକାରମାନେ ତିଥି ନକ୍ଷତ୍ର ଗଣନା କରି ଆଜିର ଦିନକୁ ତାଙ୍କର ତିରୋଧାନ ଦିବସ ରୂପେ ପଞ୍ଜିକରଣ କରିଛନ୍ତି |

ମହାତ୍ମା ଚନ୍ଦ୍ରଶେଖରଙ୍କ ପୁରା ନାମ ହେଉଛି ମହାମହୋପାଧ୍ୟାୟ ଚନ୍ଦ୍ରଶେଖର ସିଂହ ହରି ଚନ୍ଦନ ସାମନ୍ତ, ସଂକ୍ଷିପ୍ତରେ ପଠାଣି ସାମନ୍ତ |ତାଙ୍କର ପିତା ଓ ମାତାଙ୍କ ନାମ ଥିଲା ଯଥାକ୍ରମେ ସାମନ୍ତ ଶ୍ୟାମବନ୍ଧୁ ସିଂହ ଓ ବିଷ୍ଣୁମାଳି ଦେବୀ |

ସେ ରାଜ ପରିବାରରେ ଜନ୍ମ ହୋଇଥିଲେ ହେଁ ପିଲାଦିନୁ ଦିନରେ ଆକାଶରେ ଉଡିବୁଲୁଥିବା ପକ୍ଷୀମାନଙ୍କୁ ଦେଖି ଆନନ୍ଦ ଅନୁଭବ କରୁଥିଲେ |

ରାତିରେ ଆକାଶରେ ତାରା ମାନଙ୍କୁ ଦେଖି ଭାବୁକ ହୋଇ ପଡୁଥିଲେ | ସେ ସଂସ୍କୃତ ପଢିବାକୁ ମନଦେଲେ | ବିଶେଷ କରି ଜ୍ୟୋତିଷ ଶାସ୍ତ୍ର ରେ ସେ ମନୋନିବେଶ କଲେ ଓ ସେଥିରେ ପାଣ୍ଡିତ୍ୟ ଅର୍ଜନ କଲେ | ସେ ସୂର୍ଯ୍ୟ ଘଡି ନିର୍ମାଣ କରି ସମୟ ମାପର ଉପାୟ ବାହାର କରିଥିଲେ I

ତିନି ଖଣ୍ଡ ବାଉଁଶ ନଳୀ ସାହାଯ୍ୟରେ ସେ ଦୂରରେ ଥିବା ଗଛ, ପାହାଡ଼ର ଉଚ୍ଚତା ନିର୍ଭୁଲ ଭାବେ ଗଣନା କରି ପାରୁଥିଲେ | ତାଙ୍କର ପାଣ୍ଡିତ୍ୟରେ ମୁଗ୍ଧ ହୋଇ ବ୍ରିଟିଶ ସରକାର ତାଙ୍କୁ 1893ମସିହାରେ ମହାମହୋପାଧ୍ୟାୟ ଉପାଧିରେ ଭୂଷିତ କରିଥିଲେ I

ସେ ଉଦ୍ଭାବନ କରିଥିବା ଯନ୍ତ୍ର ସବୁ ହେଲା ଉଲମ୍ବି ଚକ୍ର, ଖ ଗୋଲ, ଶଙ୍କୁ ଇତ୍ୟାଦି |

ଜ୍ୟୋତିଷ ଜଗତକୁ ତାଙ୍କର ଅମୁଲ୍ୟ ଦାନ ହେଉଛି ‘ସିଦ୍ଧାନ୍ତ ଦର୍ପଣ ‘ଯାହା ଆଜି ପର୍ଯ୍ୟନ୍ତ ଜ୍ୟୋତିଷ ଗଣନାର ସର୍ବ ଶ୍ରେଷ୍ଠ ଗ୍ରନ୍ଥ ବିବେଚିତ ହେଉଛି |
ତାଙ୍କ ଉଦ୍ଦେଶ୍ୟରେ କବିବର ରାଧାନାଥ ରାୟ ଲେଖିଛନ୍ତି ‘
ଗୁଣିଜ୍ଞ ଉତ୍କଳେ ଜଣେ କେହିନାହିଁ, ଗୁଣିଜ୍ଞ ତୁମର ହେବ ଗୁଣ ଗ୍ରାହୀ |

ତତ୍କାଳୀନ ଅବସ୍ଥାକୁ ଲକ୍ଷ କରି ସେ କ୍ଷୋଭରେ ଏହା କହିଥିଲେ |

ପୁନଶ୍ଚ
ଖଣ୍ଡ ପତନର ବିଶାଳ ଦରୀର ସିଂହ ହେ ହରିଚନ୍ଦନ,
ଉତ୍କଳ ଭାସ୍କର ତୁମ୍ଭ ପୟରର ଧୂଳି ଆମ୍ଭର ଚନ୍ଦନ |

ହେ ଚନ୍ଦ୍ରଶେଖର ବଘେୟ ବଂଶର ରାଜ କୂଳେ ହୋଇ ଜାତ,
ଜ୍ଞାନ ଦୀପ ଜାଳି ଅନ୍ଧାରି ମୂଳକ କଲ ତୁମ୍ଭେ ଆଲୋକିତ |

ଆଜି ତିରୋଧାନ ଦିବସରେ ସେହି ପୁଣ୍ୟାତ୍ମାଙ୍କୁ ଓଡ଼ିଆ ଜାତୀୟ ସମ୍ମିଳନୀର କୋଟି ପ୍ରଣାମ…

  • ଶ୍ରୀକାନ୍ତ ଦାଶ,
  • ଦୂରଭାଷ 9238304919

Leave A Reply

Your email address will not be published.