ନିଷ୍କଳଙ୍କ ମଣିଷ ନବକୃଷ୍ଣ ଚୌଧୁରୀ

0
  • TATKAL ODISHA
  • ++++++++++++++
  • ଶ୍ରାଦ୍ଧ ଦିବସରେ ଶ୍ରଦ୍ଧାଞ୍ଜଳି
  • +++++++++++++++
  • ଶ୍ରୀକାନ୍ତ ଦାଶ

21 ଜୁନ I ଆଜିର ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ଶ୍ରାଦ୍ଧ ଦିବସ | ସେ 1901 ମସିହା ନଭେମ୍ବର 23ତାରିଖରେ ଭୂମିଷ୍ଠ ହୋଇ ଆଜିର ଦିନରେ ଇହଲୀଳା ସମ୍ବରଣ କରିଥିଲେ |

ସେ ଥିଲେ ଓଡିଶାର ସମାଜବାଦୀ ଆନ୍ଦୋଳନର ପ୍ରତିଷ୍ଠାତା |

ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଓ ଚିନ୍ତା ନାୟକ ନବକୃଷ୍ଣ ଥିଲେ କୃଷକ ଓ ଗଡଜାତ ଆନ୍ଦୋଳନର ଦିଗଦର୍ଶକ ଓ ସେନାପତି | କୁହାଯାଏ କ୍ଷମତା ମଣିଷକୁ କଳଙ୍କିତ କରେ |

ମାତ୍ର ନବକୃଷ୍ଣଙ୍କ ଜୀବନକୁ ଲକ୍ଷ୍ୟ କଲେ ଏହା ଭୁଲ ପ୍ରମାଣିତ ହୁଏ. | ସେ ଥିଲେ ସରଳ, ନିରହଂକାରି ମଣିଷ |

କୃଷି ଓ କୃଷକର ଉନ୍ନତି ପାଇଁ ସେ ଜମିଦାର ପ୍ରଥା ଉଚ୍ଛେଦ କରିଥିଲେ | ତାଙ୍କରି ସମୟର କୀର୍ତ୍ତି ହୀରାକୁଦ ବନ୍ଧ, ଡୁଡୁମା ଜଳ ବିଦ୍ୟୁତ ପ୍ରକଳ୍ପ, ରାଉରକେଲା ଇସ୍ପାତ କାରଖାନା, ରାଜଗାଙ୍ଗପୁର ସିମେଣ୍ଟ କାରଖାନା, କୃଷି ମହାବିଦ୍ୟାଳୟ |

ଏସବୁ ତାଙ୍କୁ ଜଣେ ପ୍ରଗତିଶିଳ ମୁଖ୍ୟମନ୍ତ୍ରୀର ପରିଚୟ ଦେଇଥିଲା |

ଓଡ଼ିଆ ଭାଷାକୁ ଶାସନର ଭାଷା କରିବାକୁ ସେ ଯେଉଁ ଆଇନ କରିଥିଲେ ତାହା ପରବର୍ତ୍ତୀ ଅବସ୍ଥାରେ ବଦଳେଇ ଦିଆଯାଇଛି ଓ ଏହାର ପୁନଃ କାର୍ଯ୍ୟକାରୀତା ପାଇଁ ଆନ୍ଦୋଳନ ଚାଲିଛି |

ଏଭଳି ଜଣେ ଋଷି ପ୍ରତିମ ଜନନାୟକଙ୍କ ଶ୍ରାଦ୍ଧ ଦିବସରେ ଓଡ଼ିଆ ଜାତୀୟ ସମ୍ମିଳନୀ ତାଙ୍କ ସ୍ମୃତିରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି.

  • ଶ୍ରୀକାନ୍ତ ଦାଶ, ସଭାପତି,’ ଅବି’, (Association for the Undeveloped Beneficiaries of India )କାର୍ଯ୍ୟକାରି ସଭାପତି, ଓଡ଼ିଆ ଜାତୀୟ ସମ୍ମିଳନୀ .
    Mob. No. 9238304919

Leave A Reply

Your email address will not be published.