ରାଷ୍ଟ୍ରପତି ନିର୍ବାଚନ : ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେବ ବିଜେଡି?

0

ଭୁବନେଶ୍ୱର// TATKAL ODISHA//

ସମର୍ଥନ ନା ସମଦୂରତ୍ୱ?

ବିଜୁ ଜନତା ଦଳ ପାଇଁ ଯେଉଁ ଦ୍ୱନ୍ଦ୍ୱ ଥିଲା ତାହା ଆଉ ନାହିଁ I ‘ସମଦୂରତ୍ୱ’ ସମସ୍ୟା ବି ଅପସରି ଯାଇଛି I

ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଓଡ଼ିଶାର ଆଦିବାସୀ ନେତ୍ରୀ ଦ୍ରୌପଦୀ ମୁର୍ମୁଙ୍କ ନାଁ ଘୋଷଣା ହେବା ପରେ ବିଜେଡି ପାଇଁ ସବୁକିଛି ସହଜ ହୋଇଛି I

ଏବେ ସିଧାସଳଖ ସମର୍ଥନ ଦେବ? ବେଶେଷ ସୂତ୍ରରୁ ତାହା ଜଣାପଡ଼ିଛି I

ଆବଶ୍ୟକ ପଡ଼ିଲେ ବିଜେଡି ଓଡ଼ିଶା ତଥା ଦେଶର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ପାଇଁ ଅନ୍ୟ ସହଯୋଗୀ ରାଜ୍ୟ ସରକାରଙ୍କୁ ଭୋଟ ଦେବାକୁ ବି ଅନୁରୋଧ କରିବାର ଯଥେଷ୍ଟ ସମ୍ଭାବନା ରହିଛି I

ପୂର୍ବରୁ UPA ସରକାର ବେଳେ ବି ପଶ୍ଚିମବଙ୍ଗରେ ଅନୁରୂପ ସ୍ଥିତି ସୃଷ୍ଟି ହୋଇଥିଲା I ସେତେବେଳେ ରାଷ୍ଟ୍ରପତି ପ୍ରାର୍ଥୀ ଥିଲେ ପ୍ରଣବ ମୁଖାର୍ଜୀ I ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଟିଏମସି ଦଳ ଅନିଚ୍ଛା ସତ୍ୱେ ବାଧ୍ୟ ହୋଇ ପ୍ରଣବଙ୍କୁ ଭୋଟ ଦେଇଥିଲା I

Leave A Reply

Your email address will not be published.