ସତରତମ ବାଚସ୍ପତି ଭାବେ ବିକ୍ରମ କେଶରୀ ଆରୁଖ ନିର୍ବାଚିତ

0
  • ବିଧାନସଭାରେହେଲା ସ୍ୱତନ୍ତ୍ର ଅଧିବେଶନ
  • ନୂଆ ବାଚସ୍ପତି କହିଲେ, ନିରପେକ୍ଷତାକୁ ଗୁରୁତ୍ୱ ଦେବି

ଭୁବନେଶ୍ୱର//TATKAL ODISHA //

ବାଚସ୍ପତି ନିର୍ବାଚନ ପାଇଁ ସୋମବାର ହୋଇଛି ନିର୍ବାଚନ । ଏଥିପାଇଁ ବିଧାନସଭାର ଦିନିକିଆ ସ୍ୱତନ୍ତ୍ର ଅଧିବେଶନ ବସିଥିଲା । ବିରୋଧୀ ଦଳର କୌଣସି ପ୍ରାର୍ଥି ନଥିବା ଏବଂ ଶାସକ ଦଳର ସଂଖ୍ୟା ଗରିଷ୍ଠତା କାରଣରୁ ଏକାକୀ ନାମାଙ୍କନ ଦାଖଲ କରିଥିବା ବିକ୍ରମ କେଶରୀ ଆରୁଖ ବିଜୟୀ ହୋଇଥିଲେ I ଫଳରେ ସେ ହେଲେ ରାଜ୍ୟ ବିଧାନସଭାର ସତର ତମ ବାଚସ୍ପତି ।

ସୋମବାର ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ ହେବା ପରେ ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଂକଳ୍ପ ଆଗତ କରିଥିଲେ I ତାହାକୁ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ସମର୍ଥନ କରିଥିଲେ I

ପରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଓ ସିପିଏମ ନେତା ଲକ୍ଷ୍ମଣ ମୁଣ୍ଡା ପ୍ରମୁଖ ବାଚସ୍ପତି ନିରପେକ୍ଷ ରହିବା ଉପରେ ଗୁରୁତ୍ୱରୂପ କରିଥିଲେ I

ନୂଆ ବାଚସ୍ପତି ବିକ୍ରମ ଜେଶରୀ କହିଲେ, ନିରପେକ୍ଷତାକୁ ଗୁରୁତ୍ୱ ଦେବି

ଗତ ଜୁନ୍ ୪ରେ ବାଚସ୍ପତି ପଦରୁ ଡ. ସୂର୍ଯ୍ୟନାରାୟଣ ପାତ୍ର ଇସ୍ତଫା ଦେବା ପରେ ଏହି ସାମ୍ବିଧାନିକ ପଦବୀ ଖାଲି ଥିଲା । ଗତ ଶୁକ୍ରବାର ବିଧାନସଭାର ସଚିବ ଦାଶରଥି ଶତପଥୀଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଥିଲେ ଶ୍ରୀ ଆରୁଖ । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ପ୍ରସ୍ତାବକ ଥିଲେ । ମାତ୍ର ଶ୍ରୀ ପଟ୍ଟନାୟକ ନାମାଙ୍କନ ପତ୍ର ଦାଖଲ ବେଳେ ବିଧାନସଭା ଉପସ୍ଥିତ ନଥିଲେ । ତେବେ ଶାସକ ଦଳର ବହୂ ବରିଷ୍ଠ ନେତାଙ୍କ ଉପସ୍ଥିତ ଥିଲେ । ସେମାନଙ୍କ ଭିତରେ ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ମନ୍ତ୍ରୀ ଅଶୋକ ପଣ୍ଡା, ଓ ସମୀର ଦାସ, ବରିଷ୍ଠ ନେତା ଶଶୀଭୂଷଣ ବେହେରା, ବିଧାୟକ ଭୁପିନ୍ଦର ସିଂ, ପ୍ରତାପ ଜେନା, ସୁଶାନ୍ତ ରାଉତ, ଅନନ୍ତ ନାରାୟଣ ଜେନା, ପ୍ରଶାନ୍ତ ମୁଦୁଲି, ସୌଭିକ ବିଶ୍ୱାଳ, ଧ୍ରୁବ ସାହୁ, ପ୍ରଣବ ବଳବନ୍ତରାୟ, ବିଷ୍ଣୁପଦ ରାଉତରାୟ, ବ୍ୟୋମକେଶ ରାୟ, ସଞ୍ଜୀବ ମଲ୍ଲିକ, ଅଶୋକ ବଳ, ଚନ୍ଦ୍ରସାରଥୀ ବେହେରା ପ୍ରମୁଖ ଅନ୍ୟତମ ଥିଲେ ।

Leave A Reply

Your email address will not be published.