ବିଜେଡି ‘ନବକଳେବର’ ରୂପରେଖ ଚୂଡାନ୍ତ? ଘୋଷଣା ଖୁବଶୀଘ୍ର

0

  • ପ୍ରଥେମେ ସିନିଅର ପର୍ଯ୍ୟବେକ୍ଷକ ନାଁ ଘୋଷଣା
  • ଦ୍ଵିତୀୟରେ ଜିଲ୍ଲା ପର୍ଯ୍ୟବେକ୍ଷକ, ସମ୍ପାଦକ ନାଁ ଘୋଷଣା
  • ତୃତୀୟରେ ନିଗମ ଓ SDC ଅଧ୍ୟକ୍ଷ ନାଁ ଘୋଷଣା 

++++++++++++++++++++++++++++++++++++++++

ପ୍ରମୁଖ ଦାୟିତ୍ୱ : ସୁଶାନ୍ତଙ୍କୁ ପଶ୍ଚିମ, ପ୍ରଦୀପଙ୍କୁ ଦକ୍ଷିଣ, ବବିଙ୍କୁ ସମଗ୍ର  ଓଡ଼ିଶା? 

+++++++++++++++++++++++++++++++++++++++++
ଭୁବନେଶ୍ୱର// TATKAL ODISHA//EXCLUSIVE//

ବହୁ ତର୍ଜମା ପରେ ବିଜେଡିର ନବକଳେବର’ ରୂପରେଖ ଚୂଡାନ୍ତ ହୋଇଛି ? କାହାକୁ କେଉଁ ଦାୟିତ୍ୱ ମିଳିବ ତାର ତାଲିକା ଚୂଡାନ୍ତ ହୋଇଛି I କେବଳ ଘୋଷଣା ବାକି I ଖୁବଶୀଘ୍ର ତାହା ହେବ ବୋଲି ଏକ ସୂତ୍ରରୁ ଜଣା ପଡ଼ିଛି I

* ସୂଚନାନୁସାରେ

– ପ୍ରଥେମେ ସିନିଅର ପର୍ଯ୍ୟବେକ୍ଷକ ନାଁ ଘୋଷଣା ହେବ I

– ଦ୍ଵିତୀୟରେ ଜିଲ୍ଲା ପର୍ଯ୍ୟବେକ୍ଷକ, ସମ୍ପାଦକ ଓ ଅନ୍ୟ ପଦବୀ ଘୋଷଣା ହେବ I

– ତୃତୀୟରେ ନିଗମ ଓ SDC ଅଧ୍ୟକ୍ଷ ନାଁ ଘୋଷଣା ହେବ I 
ମନ୍ତ୍ରୀମଣ୍ଡଳ ନବକଳେବର ପରେ ହେଉଛି ବିଜେଡିର ସାଂଗଠନିକ କ୍ଷେତ୍ରର ନବକଳେବର। ୨୦୨୪ ନିର୍ବାଚନକୁ ନଜରରେ ରଖି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ନୂଆ ରଣନୀତି ପ୍ରସ୍ତୁତ କରିଥିବା ଜଣାପଡ଼ିଛି ।

ନବୀନ@ 24

ରାଜନୈତିକ ଗୁରୁତ୍ୱ ଦୃଷ୍ଟିରୁ ଓଡ଼ିଶାର ଭୌଗଳିକ ଅଞ୍ଚଳକୁ ଚାରୋଟି ଜୋନରେ  ବିଭକ୍ତ କରାଯାଇଛି ।

ତାହା ହେଉଛି –

* ପଶ୍ଚିମ,ଦକ୍ଷିଣ,ଉତ୍ତର ଓ ଉପକୂଳ

ବିଜେଡିର କ’ଣ ରହିଛି ନୂଆ ରଣନୀତି ?


– ପ୍ରତି ଜୋନ ଅଧୀନରେ ରହିବ ‘କୋଡିନେସନ ସେଲ

– ସିନିଅର ଅବଜରଭର ଅଧୀନରେ  ‘କୋଡିନେସନ ସେଲ’

– କୋଡ଼ିନେସନ ସେଲ ଅଧୀନରେ 4 ଜଣ ‘ସାଧାରଣ ସମ୍ପାଦକ’

– ଜିଲ୍ଲା ସ୍ତରରେ ଏଣିକି ‘ସଂଗଠନ ସମ୍ପାଦକ’

– ସବୁ ଜିଲ୍ଲା ଉଇଙ୍ଗରେ ‘ଗଣମାଧ୍ୟମ ସଂଯୋଜକ’


********************************************

ସୁଶାନ୍ତ ସିଂହ- ପଶ୍ଚିମ ଓଡ଼ିଶା ରାଜନୈତିକ ବ୍ୟାପର ମୁଖ୍ୟ
– ପ୍ରଦୀପ ମାଝୀ – ଦକ୍ଷିଣ ଓଡ଼ିଶା 
ବିଜେଡି ସାଙ୍ଗଠନିକ ମୁଖ୍ୟ

ବବି ଦାସ- ସମଗ୍ର ରାଜ୍ୟର ସମନ୍ୱୟ ସହ ଉତ୍ତର ଓଡ଼ିଶା ଓ ମୟୁରଭଞ୍ଜ ପାଇଁ ସ୍ୱତନ୍ତ୍ର ଦାୟିତ୍ୱ

– କାରଣ ଜୋନ ବ୍ୟତୀତ ମୟୁରଭଞ୍ଜକୁ ସ୍ୱତନ୍ତ୍ର ଫୋକସ

*********************************************

ଭିନ୍ନ ମୋଡରେ ସୁପ୍ରିମୋ

ସୁପ୍ରିମୋଙ୍କ ଦୀର୍ଘମିଆଦୀ ଯୋଜନା ?

ବିଜେଡିର ଗତ ପଚିଶତମ ପ୍ରତିଷ୍ଠା ଦିବସରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୃଢୋକ୍ତି ପ୍ରକାଶ କରି କହିଥିଲେ,” ବିଜେଡ଼ି ଶହେ ବର୍ଷ ଧରି ଓଡ଼ିଶାବାସୀଙ୍କ ସେବା କରିବ

ଅର୍ଥାତ ବିଜେଡି 25 ବର୍ଷ  ଶାସନ କରି ସାରିଛି, ଆହୁରି 75 ବର୍ଷ ଶାସନ କରିବ?  
ପୂର୍ବରୁ ନବୀନବାବୁ ଏଭଳି ବୟାନ ଦେଵା କେହି ଶୁଣି ନ ଥିଲେ I ହଠାତ ଶହେ ବର୍ଷ ଧରି ଶାସନର ‘ବାକଡୋର’କୁ ଧରି ରଖିବାର ଦମ୍ଭୋକ୍ତି କରିବାର ମହତ୍ତ୍ୱ ଅନେକ I ବିରୋଧୀଙ୍କ ହୋସ ଉଡ଼ି ଗଲା ଭଳି କଥା I

ନବୀନ କାହିଁକି ଏପରି କଥା କହିଥିଲେ? ବିରୋଧୀଙ୍କୁ ସେ ଆଦୌ ଗୁରୁତ୍ୱ ଦେଉନାହାନ୍ତି କି?? ନା’ ଉପଠାଉରିଆ ଭାବେ କହିଥିଲେ??

ପୂର୍ବରୁ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ବିଜେଡି ୫୦ ବର୍ଷ ଓ ନିକଟରେ କଂଗ୍ରେସ ଛାଡ଼ି ବିଜେଡିରେ ମିଶିଥିବା ପ୍ରଦୀପ ମାଝୀ “ବିଜେଡି ଆହୁରି ୩୦ ବର୍ଷ” ଶାସନ କରିବ ବୋଲି ପୂର୍ବାନୁମାନ କରିଥିଲେ? ଆଉ କିଛି ନେତା ବି ଅନୁରୂପ କଥା ଦୋହରାଇ ଥିଲେ I

ଯଦି ନବୀନଙ୍କ ଶାସନକୁ ତର୍ଜମା କରାଯାଏ, ତାହାଲେ ସମାଜର ଗରୀବ ଲୋକଙ୍କ ପାଇଁ କିଛି ସଫଳ ଯୋଜନା ଏବଂ ବିରୋଧୀ କଂଗ୍ରେସ ଓ ବିଜେପିକୁ ଶାସନ ଠାରୁ ଦୁରେଇ ରଖିବାର ‘ରଣନୀତି’ ତାଙ୍କୁ ସଫଳ ରାଜନେତା ହେବାର ଗୌରବଲାଭ କରିଛନ୍ତି I ଦ୍ଵିତୀୟରେ କୌଣସି କଥାରେ ‘ପ୍ରତିକ୍ରିୟାଶୀଳ’ ନ ହେବା ଓ ସବୁ ଘଟଣା ଓ ଦୁର୍ଘଟଣାରେ ବିରୋଧୀ ପାଟି କରିବା ପୂର୍ବରୁ ଆର୍ଥିକ ପ୍ୟାକେଜ ଘୋଷଣା ଓ ଇନକ୍ୱାରୀ କରିବା ବି ତାଙ୍କ କାର୍ଯ୍ୟଶୈଳୀର ଆଉ ଏକ ପ୍ରମୁଖ ଦିଗ I ପ୍ରାୟ ଅଧିକାଂଶ ଘଟଣାରେ ଏହା ଦେଖାଯାଉଛି I
   ‘ପଟ୍ଟନାୟକ’ଙ୍କ ବଡ଼ ବୟାନର ସାରାଂଶ… 
– ପାଞ୍ଚ ବର୍ଷରେ 10% ଗରିବୀ କମିବ I ଅର୍ଥାତ ରାଜ୍ୟରେ 63% ଗରିବୀ ଥିଲା, ଏବେ 29% I

ହେଲେ ସେବେଠାରୁ ପ୍ରାୟ ତିନି ବର୍ଷ ଭିତରେ ନବୀନ ବାବୁ ଏନେଇ କିଛି କହି ନଥିଲେ, ଏବେ ବଡ଼ ବୟାନ ଦେଵା ପଛରେ ବଡ଼ “ଷ୍ଟ୍ରାଟେଜି” ଥିବା ଚର୍ଚ୍ଚା ହେଉଛି I

ମନ୍ତ୍ରୀଙ୍କୁ ଟିପ୍ସ??

ନବଗଠିତ ମନ୍ତ୍ରୀମଣ୍ଡଳରେ ସାମିଲ ହୋଇ ନଥିବା ପୂର୍ବତନ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହଙ୍କୁ ନେଇ ଅନେକ କିଛି କଥା ଶୁଣାଯାଇଥିଲା । କିଏ କେତେପ୍ରକାର କଥା କହିଥିଲେ । ହେଲେ କଥାଟି ସତ ନୁହେଁ। ସୁପ୍ରିମୋ ଶ୍ରୀ ପଟ୍ଟନାୟକ ସୁଶାନ୍ତଙ୍କ ଉପରେ ଭରଷା ରଖି ଗୁରୁଦାୟିତ୍ୱ ନ୍ୟସ୍ତ କରିଛନ୍ତି ।

ସେ ପଶ୍ଚିମ ଓଡ଼ିଶାର ପୂର୍ଣ୍ଣ ସାଙ୍ଗଠନିକ ଦାୟିତ୍ୱରେ ରହିବେ I

ସୁପ୍ରିମୋ ଦେଇଛନ୍ତି ଗୁରୁଦାୟିତ୍ୱ ?

ମୁଖ୍ୟମନ୍ତ୍ରୀ ନବୀନ ବାବୁ ବିଦାୟୀ ମନ୍ତ୍ରୀ ବିକ୍ରମ ଆରୁଖ, ପ୍ରତାପ ଜେନା, ଡ. ଅରୁଣ ସାହୁ, ସୁଶାନ୍ତ ସିଂହ, ପଦ୍ମନାଭ ବେହେରା, ଦିବ୍ୟଶଙ୍କର ମିଶ୍ର, ସୁଦାମ ମାରାଣ୍ଡି, ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ରଘୁନନ୍ଦନ ଦାସ, ପ୍ରେମାନନ୍ଦ ନାୟକ ଏବଂ ପଦ୍ମିନୀ ଦିଆନ ପ୍ରମୁଖଙ୍କୁ ନବୀନ ନିବାସରୁ ଡାକି ପ୍ରାୟ 40 ମିନିଟ ଆଲୋଚନା କରିଥିଲେ I 

ମୁଖ୍ୟମନ୍ତ୍ରୀ କହିଥିଲେ,ଦକ୍ଷତା ଆଧାରରେ କାହାକୁ ମନ୍ତ୍ରିମଣ୍ଡଳରୁ ବାଦ୍ ଦିଆଯାଇନାହିଁ । ମନ୍ତ୍ରିମଣ୍ଡଳ ଅଦଳ ବଦଳ ଏକ ସ୍ୱାଭାବିକ ପ୍ରକ୍ରିୟା । ତେଣୁ ଆପଣମାନେ ଦଳ ପାଇଁ କାମ କରନ୍ତୁ ଏବଂ ସଂଗଠନ କଥା ବୁଝନ୍ତୁ I ଖୁବଶୀଘ୍ର   ସଂଗଠନ ଦାୟିତ୍ୱ ଦିଆଯିବ ବୋଲି ଶ୍ରୀ ପଟ୍ଟନାୟକ ସ୍ପଷ୍ଟ କରିଥିଲେ I 

Leave A Reply

Your email address will not be published.