ମେ ଫେୟାର ହୋଟେଲରେ ‘ଜାତୀୟ ପତାକା’କୁ ଅସମ୍ମାନ?

0
  • ଖାଦ୍ୟ ପ୍ଲେଟରେ ଭାରତର ଜାତୀୟ ପତାକା ଚିତ୍ର
  • କ୍ରିକେଟ ଖେଳାଳି ତାହା ଦେଖି ବି କିଛି କହିଲେନି

ଭୁବନେଶ୍ୱର//TATKAL ODISHA//EXCLUSIVE //

ଜାତୀୟ ପତାକାକୁ ଅସମ୍ମାନ କରାଯାଇ ପାରିବ କି? ନିଜ ଖାଦ୍ୟ ପ୍ଲେଟରେ ଜାତୀୟ ପତାକା ଚିତ୍ର ପ୍ରଦର୍ଶିତ କରିବା କେତେଦୂର ସମିଚୀନ??

ହଁ,ଜାତୀୟ ପତାକାକୁ କେହି କେବେ ବି ଅସମ୍ମାନ କରି ପାରିବ ନାହିଁ I

ଭାରତ ସରକାର ଏନେଇ ସ୍ୱତନ୍ତ୍ର ଦଣ୍ଡ ବ୍ୟବସ୍ଥା କରିଛନ୍ତି I ଜାତୀୟ ପତାକାକୁ ଯିଏ ବେଖାତିର ବା ଅସମ୍ମାନ କରିବ ସେ ନିଶ୍ଚିତ ଭାବେ ଆଇନ ଅନୁଯାଇ ଦଣ୍ଡିତ ହେବ I ଜୋରିମାନା ସହ ଛଅ ମାସ ଜେଲ ଦଣ୍ଡ ବ୍ୟବସ୍ଥା ରହିଛି I

ମେ ଫେୟାର ହୋଟେଲରେ ଖେଳାଳିଙ୍କୁ ପରସା ଯାଇଥିବା ପ୍ଲେଟ

ହେଲେ ସେଭଳି ଘଟଣା ଭୁବନେଶ୍ୱରରେ ହିଁ ଘଟିଛି I ଷ୍ଟାର ହୋଟେଲ ‘ମେ ଫେୟାର’ ତାହା କରିଥିବା ଅଭିଯୋଗ ହୋଇଛି I କଟକ ବାରବାଟୀ ଷ୍ଟାଡିଅମରେ T20 କ୍ରିକେଟ ମ୍ୟାଚ ହେଉଥିବା କାରଣରୁ ଖେଳାଳି ମାନେ ଉକ୍ତ ହୋଟେଲରେ ପ୍ରତି ବର୍ଷ ପରି ଏଥର ରହୁଛନ୍ତି I ସେମାନଙ୍କ ପାଇଁ ଓଡ଼ିଆ ଖାଦ୍ୟ ଦେବାର ହୋଟେଲ ପକ୍ଷରୁ ଦେବାର ବ୍ୟବସ୍ଥା ହୋଇଛି I ତାହା ପ୍ରାୟ ସବୁ ଗଣମାଧ୍ୟମରେ ପ୍ରକାଶ ପାଇଛି I କ୍ରିକେଟର ଓଡ଼ିଆ ଖାଦ୍ୟ ଖାଇ ବେଶ ଖୁସି ଜାହିର କରିଛନ୍ତି I

ମାତ୍ର ବିଡମ୍ବନାର ବିଷୟ ହେଉଛି, ଖେଳାଳିଙ୍କୁ ଯେଉଁ ଚିନା ମାଟିର ପ୍ଲେଟରେ ଖାଦ୍ୟ ପରଷା ଯାଇଥିଲା ତାହା ଉପରେ “ଭାରତର ଜାତୀୟ ପତାକା” ଚିତ୍ର ଥିଲା I କ୍ରିକେଟର ତାହା ଦେଖି ବି କିଛି ପ୍ରତିକ୍ରିୟା ପ୍ରକାଶ କରି ନାହାନ୍ତି I

ହୋଟେଲ କର୍ତ୍ତୃପକ୍ଷ କେଉଁ ସାହସରେ ତାହା କଲେ? ତାହା ଏବେ ବଡ଼ ପ୍ରଶ୍ନ I

ବିଭିନ୍ନ ଖବର କାଗଜରେ ଉକ୍ତ ଜାତୀୟ ପତାକା ଥିବା ପ୍ଲେଟ ପ୍ରକାଶ ପାଇବା ପରେ ସାରା ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି I ଜାତୀୟ ସ୍ତରରେ ସୁନାମ ଅର୍ଜିଥିବା ‘ରାଷ୍ଟ୍ରୀୟ ପର୍ଯ୍ୟଟନ ପୁରସ୍କୃତ ଗାଇଡ’ ତପନ କୁମାର ମିଶ୍ର କହିଥିଲେ, ଏହି ପ୍ରସଙ୍ଗ ଆଦୌ କ୍ଷମଣୀୟ ନୁହେଁ I ଖେଳାଳିମାନେ ଜାଣି ଥାଇ ନ ପାରନ୍ତି, ମାତ୍ର ମେ ଫେୟାର ହୋଟେଲ ତାହା ଜାଣି ଶୁଣି କରିଛି I ଏଥିପାଇଁ ନୀୟମ ଅନୁସାରେ ଦଣ୍ଡ ମିଳିବା ଜରୁରୀ I ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଜାତୀୟ ପତାକାକୁ ସମ୍ମାନ ଦେବା ଉଦେଶ୍ୟରେ ଜରୁରୀ ପଦକ୍ଷେପ ନେବା ଆବଶ୍ୟକ I

ଏମିତି ବହୁ ବୁଦ୍ଧିଜୀବୀ, ସାହିତ୍ୟିକ, ସାମ୍ବାଦିକ ଏନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି I

Leave A Reply

Your email address will not be published.