ଗୌତମ ବୁଦ୍ଧ ଦାସ ହେବେ ସରକାରଙ୍କ ଗଣମାଧ୍ୟମ ମୁଖ୍ୟ ପରାମର୍ଶଦାତ୍ତା?

0

 ଭୁବନେଶ୍ୱର//TATKAL ODISHA//EXCLUSIVE//

ବରିଷ୍ଠ ସାମ୍ବାଦିକ ତଥା ବାଲେଶ୍ଵର ଜିଲ୍ଲା ଭୋଗରାଇର ଜଣାଶୁଣା ସମାଜସେବୀ ଗୌତମବୁଦ୍ଧ ଦାସ ରାଜ୍ୟ ସରକାରଙ୍କ ମୁଖ୍ୟ ଗଣମାଧ୍ୟମ ପରାମର୍ଶଦାତା ହେବେ? ଏହି ପଦବୀରେ ଥିବା ମାନସ ମଙ୍ଗରାଜ ରାଜ୍ୟସଭା ସାଂସଦ ହେବା ପରେ ତାହା ଖାଲି ପଡ଼ିଛି I

ସରକାରୀ ଭାବେ ଏନେଇ କିଛି କୁହାଯାଇ ନ ଥିଲେ ହେଁ ବିଶେଷ ସୂତ୍ରରୁ ତାହା ଜଣାପଡ଼ିଛି I

“ବିଜେଡି ଲାଇନରେ ଥିବା ଅନ୍ୟ ଦୁଇ ଆଶାୟୀ ସାମ୍ବାଦିକ ବି ଏହି ପଦବୀ ପାଇଁ ଲବି କରୁଥିବା ଜଣାପଇଛି”

   ପଞ୍ଚାୟତ ଓ ପୌର ନିର୍ବାଚନ ପୂର୍ବରୁ ଗୌତମ ବାବୁ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ I  ଆୟୋଜିତ ଏକ କାର୍ଯ୍ୟକ୍ରମରେ ବିଜେଡିର ସାଙ୍ଗଠନିକ ସମ୍ପାଦକ ବିଧାୟକ ପ୍ରଣବ ପ୍ରକାଶ ଦାସ ତାଙ୍କୁ ଦଳୀୟ ଉତ୍ତରୀୟ ପିନ୍ଧାଇ ଦଳକୁ ସ୍ଵାଗତ କରିଥିଲେ ଏବଂ ଗୌତମବୁଦ୍ଧଙ୍କ ଯୋଗଦାନ ଫଳରେ ଦଳ ସାଂଗଠନିକ ଓ ବୌଦ୍ଧିକ ସ୍ତରରେ ଅଧିକ ସଶକ୍ତ ହେବ ବୋଲି କହିଥିଲେ।

  ଦଳରେ ଯୋଗ ଦେବା ପରେ ଗୌତମଙ୍କୁ ଦେବଗଡ଼ ଜିଲ୍ଲା ଦାୟିତ୍ୱ ମିଳିଥିଲା I ସେ ସେଠାରେ ନିଷ୍ଠାର ସହ କାର୍ଯ୍ୟ ସମ୍ପାଦନ କରି ସଫଳ ହୋଇଥିଲେ I ତାହା ଥିଲା ତାଙ୍କ ରାଜନୈତିକ କ୍ୟାରିଅରର “ଟର୍ଣିଂ ପଏଣ୍ଟ’ I ସେଥିପାଇଁ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ହୋଇ ଦ୍ଵିତୀୟ ଗୁରୁଦାୟିତ୍ୱ ଅର୍ପଣ କରିବାକୁ ଯାଉଛନ୍ତି I

ତେବେ ବିଜେଡି ଲାଇନରେ ଥିବା ଅନ୍ୟ ଦୁଇ ସାମ୍ବାଦିକ ବି ଏହି ପଦବୀ ପାଇଁ ଆଶାୟୀ ଥିବା ଜଣାପଡ଼ିଛି I

ଖୁବଶୀଘ୍ର ନିଗମ ଅଧ୍ୟକ୍ଷ ଘୋଷଣା ବେଳେ ଗଣମାଧ୍ୟମ ପରାମର୍ଶଦାତାଙ୍କ ନାଁ ଘୋଷଣା ହେବ ବୋଲି ଏକ ସୂତ୍ରରୁ ଜଣାପଡିଛି I 

Leave A Reply

Your email address will not be published.