ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍‌ ପ୍ଲେଟ୍‌: କେବେ କରିବେ? କେତେ ଖର୍ଚ୍ଚ ହେବ ?

0
  • ସିଆମ୍‌.ଇନ୍‌’ ପୋର୍ଟାଲରେ ଅନ୍‌ଲାଇନ୍‌ ଆବେଦନ
  • ଭୁବନେଶ୍ୱର, କଟକ //TATKAL ODISHA//


ନିଜ ଗାଡ଼ିରେ ଏଣିକି ‘ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍‌ ପ୍ଲେଟ୍‌ (ଏଚ୍‌ଏସ୍‌ଆରପି) ଲଗାଇବାକୁ ପଡ଼ିବ I ଜୁନ୍‌ ପହିଲାରୁ ବୁକିଂ ଆରମ୍ଭ ହୋଇଛି I ବର୍ତ୍ତମାନ ସୁଦ୍ଧା ଚାରି ଜଣ ପଞ୍ଜିକରଣ କରିଥିବା ଜଣାପଡ଼ିଛି I

 
ଗାଡ଼ିଗୁଡ଼ିକର ପଞ୍ଜୀକରଣ ନମ୍ବର ଅନୁସାରେ ଏଚ୍‌ଏସ୍‌ଆର୍‌ପି ନମ୍ବର ଲଗାଇବାର ସମୟ ସୀମା ଧାର୍ଯ୍ୟ କରାଯାଇଛି ।

କେତେବେଳେ କରିବେ ଦେଖନ୍ତୁ…

  • ଯେଉଁ ଗାଡ଼ିଗୁଡ଼ିକର ପଞ୍ଜୀକରଣ ଶେଷ ନମ୍ବର ୧ ଏବଂ ୨ରୁ ଆରମ୍ଭ ହେଉଛି ସେମାନେ ଅଗଷ୍ଟ ଶେଷ ସୁଦ୍ଧା ନୂଆ ପ୍ଲେଟ୍‌ ଲଗାଇବା କାର୍ଯ୍ୟ ଶେଷ କରିବେ ।
  • ଯେଉଁ ଗାଡ଼ିର ପଞ୍ଜୀକରଣ ଶେଷ ନମ୍ବର ୩ ଓ ୪ ସେହି ଗାଡ଼ିଗୁଡ଼ିକ ସେପ୍ଟେମ୍ବର ୩୦ ସୁଦ୍ଧା,
  • ୫ଓ ୬ ନମ୍ବର ଥିବା ଗାଡ଼ି ଅକ୍ଟୋବର ୩୧,
  • ୭ ଓ ୮ ନମ୍ବର ଥିବା ଗାଡ଼ି ନଭେମ୍ବର ୩୦ ତାରିଖ
  •   ଯେଉଁସବୁ ଗାଡ଼ିର ପଞ୍ଜୀକରଣ ନମ୍ବର ୯ ଓ ୦ ରେ ଶେଷ ହୋଇଛି ସେମାନଙ୍କ ପାଇଁ ଶେଷ ସମୟ ସୀମା ଡିସେମ୍ବର ୩୧ ତାରିଖକୁ ଧାର୍ଯ୍ୟ କରାଯାଇଛି ।

ଯେଉଁମାନେ ଏହି ଧାର୍ଯ୍ୟ ସମୟ ମଧ୍ୟରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌ ନଲଗାଇବେ ସେମାନଙ୍କ ଉପରେ ୫ ହଜାରରୁ ୧୦ ହଜାର ପର୍ଯ୍ୟନ୍ତ ଜରିମାନା ଧାର୍ଯ୍ୟ କରାଯାଇଛି

 ସୋସାଇଟି ଅଫ୍‌ ଇଣ୍ଡିଆନ୍‌ ଅଟୋମୋବାଇଲ୍‌ ମ୍ୟାନୁଫ୍ୟାକଚରର (ସିଆମ୍‌) ପକ୍ଷରୁ ଏକ ୱେବ୍‌ ପୋର୍ଟାଲ (siam.in) ପ୍ରସ୍ତୁତ କରାଯାଇଛି ।  ଗାଡ଼ି ମାଲିକ ନିଜ ପସନ୍ଦ ଅନୁସାରେ ନମ୍ବର ପ୍ଲେଟ୍‌ ଲଗାଇବା ପାଇଁ ଦିନ ଏବଂ ସ୍ଥାନ ଧାର୍ଯ୍ୟ କରିବେ।

ନମ୍ବର ପ୍ଲେଟ୍‌ ଲଗାଇବା ପାଇଁ ବୁକିଂ ପାଇଁ ରାଜ୍ୟ ପରିବହନ କମିସନର (ଏସ୍‌ଟିଏ) ପକ୍ଷରୁ ସୂଚନା ଦିଆଯାଇଛି ।

କେମିତି କରିବେ??

  • ସିଆମ୍‌ ପୋର୍ଟାଲକୁ ଯାଇ ‘ବୁକ୍‌ ମାଇଁ ଏଚ୍‌ଏସ୍‌ଆର୍‌ପିରେ କ୍ଲିକ୍‌ କରିବେ।*
  • ପରେ ପୋର୍ଟାଲ୍‌ରେ ଦୁଇ ଚକିଆ କି’ ଚାରି ଚକିଆ ଗାଡ଼ିର ସୂଚନା ଦେବେ।
  • କେଉଁ କମ୍ପାନୀ ଗାଡ଼ି, ଇଞ୍ଜିନ ନମ୍ବର ଏବଂ ଚେସିସ୍‌ ନମ୍ବର ଲେଖିବାକୁ ପୋର୍ଟାଲ ତରଫରୁ କୁହାଯିବ ।ଏହାକୁ କ୍ଲିକ୍‌ କରିବା ପରେ ରାଜ୍ୟ ସରକାରଙ୍କ ବାହାନ ପୋର୍ଟାଲରୁ ଗାଡ଼ି ବିଷୟରେ ସବିଶେଷ ତଥ୍ୟ ସଂଗ୍ରହ କରି ଏହି ପୋର୍ଟାଲରେ ଯଦି ସବୁ ତଥ୍ୟ ଠିକ୍‌ ଥାଏ ତାହେଲେ କେଉଁ ଦିନ, କେଉଁ ସ୍ଥାନରେ ଗାଡ଼ି ନମ୍ବର ଲଗାଇବାକୁ ଚାହୁଁଛନ୍ତି ସେ ନେଇ ଚଏସ୍‌ ଆସିବ ।
  • ଗାଡ଼ି ମାଲିକ ନିଜ ପସନ୍ଦ ଅନୁସାରେ ଜାଗା, ସ୍ଥାନ କ୍ଲିକ୍‌ କରିବା ପରେ ଏହି ନମ୍ବର ବଦଳାଇବା କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଯିବ ।
  • ଏହି ପୋର୍ଟାଲ୍‌କୁ ଯିବା ପୂର୍ବରୁ ପ୍ରଥମେ ଗାଡ଼ି ନମ୍ବର ବଦଳାଇବା ପାଇଁ କେତେ ଅର୍ଥ ଧାର୍ଯ୍ୟ କରାଯାଇଛି ସେ ସଂକ୍ରାନ୍ତରେ ଉଲ୍ଲେଖ କରାଯିବ ।


କେଉଁ ଗାଡିକୁ କେତେ ଟଙ୍କା?

  • ଦୁଇ ଚକିଆ ଗାଡ଼ିର ନମ୍ବର ପ୍ଲେଟ୍‌ ବଦଳାଇବା ଲାଗି ୩୨୦ରୁ ୩୮୦ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିବାକୁ ପଡ଼ିବ ।
  •  ତିନି ଚକିଆ ଯାନ ପାଇଁ ୩୫୦ରୁ ୪୫୦ ଟଙ୍କା
  • ଚାରି ଚକିଆ ଗାଡ଼ି ପାଇଁ ୫୯୦ରୁ ୭୦୦ ଟଙ୍କା
  • ଭାରୀଯାନ ପାଇଁ ୬୦୦ରୁ ୮୦୦ ଟଙ୍କା ଧାର୍ଯ୍ୟ କରାଯାଇଛି ।

Leave A Reply

Your email address will not be published.