ବାସ୍ତୁବିଜ୍ଞାନ-34: ଦୋକାନ କରିବା ପୂର୍ଵରୁ କେଉଁ ଦିଗ ପ୍ରତି ସତର୍କତା ରହିବେ?

0
  • ବାସ୍ତୁବିତ ଇଂ ଅଜୟ କୁମାର ମହାପାତ୍ର
  • TATKAL ODISHA//ଭୁବନେଶ୍ୱର//

++++++++++++++++++++++++++++++++++++++

TATKAL ODISHAରେ ଆମେ ନିୟମିତ ଭାବେ ଗୃହ ଓ ବାସ୍ତୁବିଜ୍ଞାନ ଉପରେ ରିପୋର୍ଟ ପ୍ରକାଶ କରି ଚାଲିଛୁ I

ବାସ୍ତୁଶାସ୍ତ୍ର ଅନୁସାରେ ଏଥର ଦୋକାନ ପାଇଁ କ’ଣ ସବୁ ସତର୍କତା ରହିବା ଜରୁରୀ? ତାହା ଉପରେ ବିସ୍ତୃତ ଭାବେ ବର୍ଣ୍ଣନା କରାଯାଇଛି I

ଆସନ୍ତୁ ଇଂ ଅଜୟ ମହାପାତ୍ର ଟିପ୍ସ ଶୁଣିବା…

*****************************************************

  • ଦୋକାନ (Shop) :
  • ଦୋକାନ ଗୃହର ପ୍ରବେଶ ଦ୍ବାର ପୂର୍ବ ଦିଗକୁ ରହିଲେ ଉନ୍ନତି ସାଧିତ ହୋଇ ବ୍ୟବସାୟକୁ ସୁଗମ ଓ ସ୍ୱଚ୍ଛଳ ତଥା ଲାଭବାନ କରାଏ ।
  • ଦୋକାନ ଗୃହର ମୁଖ ଦକ୍ଷିଣ-ପୂର୍ବ କିମ୍ବା ଉତ୍ତର-ପୂର୍ବ କୋଣକୁ ରହିଲେ ୧୦ରୁ କୋଡିଏ ବର୍ଷ ପର୍ଯ୍ୟନ୍ତ ଉନ୍ନତି ଘଟିଥାଏ I ଏହି ଶୁଭ ସମୟ ଅତିବାହିତ ହେବା ପରେ ବ୍ୟବସାୟରେ ଶିଥିଳତାର ସମ୍ଭାବନା ବେଶି ଅନୁମିତ ହୁଏ ।
  • ଦୋକାନ ଗୃହର ସମସ୍ତ ଫର୍ନିଚର କାଠରେ ନିର୍ମିତ ହେବା ବିଧେୟ I
ଅଜୟ ମହାପାତ୍ର
  • ଦୋକାନର ସୋ କେସ, ସାମଗ୍ରୀ ରଖିବା ଥାକ ଆଦି ଦକ୍ଷିଣ -ପୂର୍ଵ ଭାଗରେ ରହିବା ଭଲ
  • ଦୋକାନର କାଉଣ୍ଟର ଆଗ୍ନେୟ, ନୈରୁତ କିମ୍ବା ବାୟାବ କରାଯାଇପାରେ I ମାତ୍ର ଐଶାନ୍ୟ କୋଣରେ କରିବା ନିଷେଧ ।
  • ଦୋକାନର ମାଲିକ ପୂର୍ବ କିମ୍ବା ଉତ୍ତର ଦିଗକୁ ମୁହଁ କରି ବସିବା ଉଚିତ
  • ଗ୍ରାହକମାନେ ଠିକ ବିପରୀତ ହେବା ସର୍ବାର୍ଦୌ ସର୍ବୋତ୍ତମ I
  • ଦୋକାନ ଗୃହରେ କ୍ରସ-ବିମ୍ ନରଖିବା ଭଲ ।
  • ଦକ୍ଷିଣ ପାର୍ଶ୍ଵ କାନ୍ଥରେ କ୍ୟାସ୍-କାଉଣ୍ଟର କରିବା ସର୍ବୋତ୍ତମ ।
  • କାଉଣ୍ଟରଗୁଡ଼ିକର କୋଣ ସମକୋଣ ହେବା ଉଚିତ । ଷ୍ଟାଇଲ୍ ପାଇଁ କଟିଙ୍ଗ୍ କରିବା ଅନୁଚିତ
  • ଉତ୍ତର-ପଶ୍ଚିମ କୋଣରେ ରଖାଯାଇଥିବା ଜିନିଷ ପ୍ରାୟ ଭଲ ବିକ୍ରି ହୁଏ ।
  • ବହି ଦୋକାନ ପୂର୍ବ ଦିଗରେ,
  • ଜୁଏଲାରୀ, ଡ୍ରେସ, କସମେଟିକ୍ସ ଦୋକାନ ଦକ୍ଷିଣ କିମ୍ବା ଦକ୍ଷିଣ-ପୂର୍ବ କୋଣରେ,
  • ଜଳଖିଆ, ମିଠା ଓ ଇଲେକ୍ଟ୍ରି କାଲ ଦୋକାନ ଦକ୍ଷିଣ
  • – ସୋ’ରୁମ୍ ପୂର୍ବ କିମ୍ବା ଉତ୍ତର-ପଶ୍ଚିମ ଦିଗରେ କଲେ ସୁଫଳ ମିଳିଥାଏ ।

ପୂର୍ଵ ରିପୋର୍ଟ ଦେଖନ୍ତୁ..

// ବାସ୍ତୁବିଜ୍ଞାନ-33//

ଦେବାଳୟ ପ୍ରତିଷ୍ଠାର ବିଧିବିଧାନ

ବାସ୍ତୁବିଜ୍ଞାନ-33:ଦେବାଳୟ ପ୍ରତିଷ୍ଠାର ବିଧିବିଧାନ

Leave A Reply

Your email address will not be published.