ଉଦ୍ଭିଦ ବିଜ୍ଞାନୀ ପଦ୍ମଭୂଷଣ ପ୍ରାଣକୃଷ୍ଣ ପରିଜା,ପଢ଼ିବା ପାଇଁ ଚାଲୁଥିଲେ 36 ମାଇଲ

0
  • ଶ୍ରୀକାନ୍ତ ଦାଶ
  • ଭୁବନେଶ୍ୱର//TATKAL ODISHA//

ଉଦ୍ଭିଦ ବିଜ୍ଞାନୀ ପଦ୍ମଭୂଷଣ ପ୍ରାଣକୃଷ୍ଣ ପରିଜା I 1891ମସିହା ଏପ୍ରିଲ 1 ତାରିଖରେ ପରିଜା ସାହେବ ଜଗତସିଂହପୁର ଜିଲ୍ଲା ବାଲିକୁଦା ସ୍ଥିତ ଇଚ୍ଛାପୁର ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ |

ସଂଘର୍ଷମୟ ଜୀବନ ଭିତରେ ସେ ବାଲିକୁଦାରୁ କଟକ 36 ମାଇଲ ବାଟ ଚାଲିଚାଲି  ଯାଇ ପାଠ ପଢିଥିଲେ |1913ରେ କଲିକତା ପ୍ରେସିଡେନ୍ସି କଲେଜରେ ପଢ଼ିବାର ସୁଯୋଗ ପାଇଲେ |ପରେ ବୃତ୍ତି ପାଇ ସେ ଇଂଲଣ୍ଡର କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ଉଦ୍ଭିଦ ବିଜ୍ଞାନରେ ସ୍ନାତକୋତ୍ତର ଶିକ୍ଷା ପାଇଁ ଯାଇଥିଲେ |ସେଠାରେ ସେ ପ୍ରଥମ ଭାରତୀୟ ଭାବେ ଫ୍ରାଙ୍କଫୋର୍ଟ ପୁରସ୍କାର ଓ ଛାତ୍ରଵୃତ୍ତି  ଲାଭ କରିଥିଲେ |

1938ମସିହାରୁ 1951ମସିହା ପର୍ଯ୍ୟନ୍ତ ସେ ରେଭେନ୍ସା ମହାବିଦ୍ୟାଳୟ ,, ଉତ୍କଳ ବିଶ୍ୱବିଦ୍ୟାଳୟ, ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ପରି ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ମାନଙ୍କରେ ଅଧ୍ୟାପନା କରିବା ସହିତ ଅଧ୍ୟକ୍ଷ, କୁଳପତି ପରି ପଦବୀରେ କାର୍ଯ୍ୟ କରିଥିଲେ |ସେ ପ୍ରଥମ ଓଡ଼ିଆ ବୈଜ୍ଞାନିକ ଭାବେ ଅନ୍ତର୍ଜାତୀୟ ସ୍ୱୀକୃତି ହାସଲ କରିଥିଲେ |

ବିଜ୍ଞାନର ଛାତ୍ର ଥିଲେ ବି ସାହିତ୍ୟ, ସଂସ୍କୃତି ପ୍ରତି ତାଙ୍କର ଗଭୀର ଆଗ୍ରହ ଥିଲା | ସେ ମଧ୍ୟ ରାଜନୀତିରେ ପାଦ ଦେଇ ବାଲିକୁଦା ନିର୍ବାଚନ ମଣ୍ଡଳୀରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ |


ଜଣେ ବିଦ୍ୱାନ, ବୈଜ୍ଞାନିକ, ସମାଜସେବି, ରାଜନେତା ଭାବେ ସେ ନିଜର ସ୍ୱତନ୍ତ୍ର ପରିଚୟ 

ସୃଷ୍ଟି କରିଥିଲେ |ସେ ଏକାଧିକ ପତ୍ର, ପତ୍ରିକା ପାଇଁ ପ୍ରବନ୍ଧ ଲେଖୁଥିଲେ | ତାଙ୍କ ଆତ୍ମ ଜିବନୀ “ଅକିଞ୍ଚନର ଜୀବନ ସ୍ମୃତି ” ଓଡ଼ିଆ ସାହିତ୍ୟର ଅମୁଲ୍ୟ ଗ୍ରନ୍ଥ | ଏଭଳି ଜଣେ  ପ୍ରତିଭାଙ୍କୁ ସମ୍ମାନ ଦେବାକୁ ଯାଇ ଭାରତ ସରକାର 1955ମସିହାରେ “ପଦ୍ମ ଭୂଷଣ ” ସମ୍ମାନରେ ସମ୍ମାନିତ କରିଛନ୍ତି  | ଏହି ମହାନ ବ୍ୟକ୍ତି 87 ବର୍ଷ ବୟସରେ ଆଜିର ଦିନରେ ଇହଲୀଳା ସମ୍ବରଣ କରିଥିଲେ |ତାଙ୍କର ଅମ୍ଲାନସ୍ମୃତିରେ ଓଡ଼ିଆ ଜାତୀୟ ସମ୍ମିଳନୀ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି |

  • ଶ୍ରୀକାନ୍ତ ଦାଶ,
  • କାର୍ଯ୍ୟକାରୀ ସଭାପତି, ଓଡ଼ିଆ ଜାତୀୟ ସମ୍ମିଳନୀ

Leave A Reply

Your email address will not be published.