ବାସ୍ତୁବିଜ୍ଞାନ-31: ଶିଳ୍ପାନୁଷ୍ଠାନର ଦୋଷତ୍ରୁଟି ସୁଧାରିବେ କିପରି?

0
  • ବାସ୍ତୁବିତ ଇଂ ଅଜୟ କୁମାର ମହାପାତ୍ର
  • TATKAL ODISHA//ବାସ୍ତୁଗୃହ//

+++++++++++++++++++++++++++++++++++++

ପୂର୍ବରୁ TATKAL ODISHAରେ 30ଟି ସ୍ତମ୍ଭରେ ଗୃହ ପାଇଁ ‘ବାସ୍ତୁ ବିଜ୍ଞାନ’ ପ୍ରକାଶ ପାଇସାରିଛି I ଏଥର ଶିଳ୍ପାନୁଷ୍ଠାନ ଉପରେ ବିସ୍ତୃତ ଭାବେ ବର୍ଣ୍ଣନା କରାଯାଇଛି I

ଏସବୁ ପ୍ରତିଷ୍ଠାବେଳେ କର୍ତ୍ତାଙ୍କୁ ଦୃଷ୍ଟି ଦେବାକୁ ହେବ ନ ହେଲେ କୁପ୍ରଭାବ ପଡ଼ିବାର ଯଥେଷ୍ଟ ସମ୍ଭାବନା ରହିଛି I ଏଥିପାଇଁ ପ୍ରଥମରୁ ଯତ୍ନବାନ ହେବା ଆବଶ୍ୟକ…

ବାସ୍ତୁବିତ ଇଂ ଅଜୟ କୁମାର ମହାପାତ୍ର କ’ଣ କହୁଛନ୍ତି ଆସନ୍ତୁ ଦେଖିବା..

++++++++++++++++++++++++++++++++++++++++

ଶିଳ୍ପାନୁଷ୍ଠାନ (Factories) :

  • ଭୂଖଣ୍ଡ ଆୟତାକାର ହେବା ସର୍ବାଦୌ ଉତ୍ତମ।
  • ଅଥବା ବାୟବ୍ୟ ଓ ନୈରୁତ କୋଣ ଦୁଇଟି ସମକୋଣ ହେବା ନିହାତି ଆବଶ୍ୟକ ।
  • ପଶ୍ଚିମ ପାର୍ଶ୍ବରେ ମୁଖ୍ୟ ଦ୍ବାର କରିବା ନିଷେଧ ।
  • ମୁଖ୍ୟ ପ୍ଲାଣ୍ଟ ଦକ୍ଷିଣ-ପଶ୍ଚିମ ପାର୍ଶ୍ବରେ
  • ଓଜନଦାର ଯନ୍ତ୍ରପାତି ଦକ୍ଷିଣ ପାର୍ଶ୍ବରେ,
  • ହାଲ୍କା ଯନ୍ତ୍ରପାତି ଉତ୍ତର ପାର୍ଶ୍ବରେ,
  • ବିଦ୍ୟୁତ ସମ୍ପର୍କିତ ଯନ୍ତ୍ରପାତି ଆଗ୍ନେୟ କୋଣରେ ଅବସ୍ଥାପିତ ହେବା ଉତ୍ତମ ।
  • ମୁଖ୍ୟ କାର୍ଯ୍ୟାଳୟ, ଲାବୋରେଟୋରୀ, ପରିଚାଳନା ଅଫିସ୍ ପଶ୍ଚିମ ପାର୍ଶ୍ୱରେ,
  • କଞ୍ଚାମାଲ ଦକ୍ଷିଣ-ପଶ୍ଚିମ ପାର୍ଶ୍ବରେ,
  • ଶ୍ରମିକମାନଙ୍କ ପାଇଁ ଉତ୍ତର ପଶ୍ଚିମରେ
  • ଉତ୍ପାଦ୍ୟ ବସ୍ତୁ ଉତ୍ତର-ପଶ୍ଚିମ ଦିଗରେ ରହିବା ଜରୁରୀ
  • କାରଖାନାରୁ ପ୍ରସ୍ତୁତ ଦ୍ରବ୍ୟ ବା ଜିନିଷ ଉତ୍ତର ଦିଗ ଦ୍ବାର ଦେଇ ବଜାରକୁ ପ୍ରେରଣ ହେବା ଉଚିତ ।
  • ଉତ୍ତର-ପଶ୍ଚିମରେ ପାଣି ଟାଙ୍କି ଏବଂ ଉତ୍ତର-ପୂର୍ବ ଯେକୌଣସି ଦିଗରେ ଯାନବାହନ ପାର୍କିଙ୍ଗ ବ୍ୟବସ୍ଥା କରିବା ଉଚିତ ।

ଦେଖନ୍ତୁ ପୂର୍ବ ରିପୋର୍ଟ…

//ବାସ୍ତୁବିଜ୍ଞାନ-30//
ବାସ୍ତୁଶାସ୍ତ୍ର ଅନୁସାରେ ଶିକ୍ଷାନୁଷ୍ଠାନ କରିବେ କିପରି?

ବାସ୍ତୁବିଜ୍ଞାନ-30: ବାସ୍ତୁଶାସ୍ତ୍ର ଅନୁସାରେ ଶିକ୍ଷାନୁଷ୍ଠାନ କରିବେ କିପରି?

Leave A Reply

Your email address will not be published.