ବାହ୍ୟ ମଳତ୍ୟାଗ, ଓଡ଼ିଶା ଦେଶରେ ନଂ ୩

0
  • ଗ୍ରାମାଞ୍ଚଳରେ ୩୭.୦% ଲୋକେ ପଦାକୁ ଅଧିକ ପସନ୍ଦ କରନ୍ତି: ସର୍ଭେ
  • ଭୁବନେଶ୍ୱର//TATKAL ODISHA//
  • ରିପୋର୍ଟ // ମାନସ ରଞ୍ଜନ ପାତ୍ର//

ବାହ୍ୟ ମଳତ୍ୟାଗକୁ ସବୁ ସଭ୍ୟ ସମାଜ ନାପସନ୍ଦ କରନ୍ତି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମଧ୍ୟ ଏହାକୁ ସଂପୂର୍ଣ୍ଣ ବିଲୋପ ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ହେଲେ ଫଳ ଓଲଟା । ବାହ୍ୟ ମଳତ୍ୟାଗ ହାର କମୁନାହିଁ । ଓଡ଼ିଶା ଦେଶରେ ନଂ ତିନି (୩୭.୦%) ଥିବାବେଳେ ତାଲିକାରେ ସର୍ବାଗ୍ରେ ରହିଛି ବିହାର ।

ସର୍ଭେ ରିପୋର୍ଟ ଅନୁସାରେ ବିହାରର ଆନୁପାତିକ ହାର ୪୩.୯% ଥିବାବେଳେ ଝାଡ଼ଖଣ୍ଡରେ ୪୧.୦% ରହିଛି । ହେଲେ ଝାଡ଼ଖଣ୍ଡ ଦ୍ୱିତୀୟରେ ସ୍ଥାନରେ ରହିଛି ଏବଂ ସର୍ବନିମ୍ନରେ ରହିଛନ୍ତି ସିକିମ୍‌, ମଣିପୁର ଓ ମିଜୋରାମ ଭଳି ଦେଶର ଛୋଟ ଛୋଟ ରାଜ୍ୟ ।


 ଓଡ଼ିଶା ସମେତ ବିଭିନ୍ନ ରାଜ୍ୟକୁ ନେଇ ସଦ୍ୟପ୍ରକାଶିତ ନ୍ୟାସ୍‌ନାଲ ଫ୍ୟାମିଲି ହେଲ୍‌ଥ ସର୍ଭେ (ଏନ୍‌ଏଫ୍‌ଏଚ୍‌ଏସ୍‌)-୫ ରିପୋର୍ଟରୁ ତାହା ଜଣାପଡ଼ିଛି ।

ଉକ୍ତ ରିପୋର୍ଟରେ କୁହାଯାଇଛି ଯେ, ୨୦୨୧-୧୬ରେ ଦେଶରେ ୫୪.୧ ପ୍ରତିଶତ ଗ୍ରାମାଞ୍ଚଳ ଲୋକେ ବାହ୍ୟ ମଳତ୍ୟାଗ କରୁଥିଲାବେଳେ ୨୦୧୯-୨୦ରେ ସେଇ ହାର କମି ୨୫.୯% ରହିଛି । ମାତ୍ର ସହରାଞ୍ଚଳରେ ସବୁ ସୁବିଧା ସତ୍ତ୍ୱେ ୬% ଲୋକେ ବାହ୍ୟ ମଳତ୍ୟାଗ କରୁଛନ୍ତି ।

ସର୍ବଭାରତୀୟ ସ୍ତରରେ ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ବାହ୍ୟମଳତ୍ୟା କମୁଥିଲାବେଳେ ଓଡ଼ିଶାରେ ସ୍ଥିତି ପ୍ରାୟ ସମାନ ରହିଛି ।

୨୦୧୮-୧୯ ସର୍ଭେରେ ରାଜ୍ୟରେ ଗ୍ରାମାଞ୍ଚଳରେ ୩୯.୧% ଲୋକ ବାହ୍ୟ ମଳତ୍ୟାଗ କରିଥିଲାବେଳେ ୨୦୧୯-୨୦ରେ ୩୭.୦% ରହିଛି । ଫଳରେ ଦେଶରେ ଓଡ଼ିଶାର ତୃତୀୟ ସ୍ଥାନ ବଳବତ୍ତର ରହିଛି ।


ଦେଖନ୍ତୁ ତାଲିକା..

NFHS ସର୍ଭେ…

Leave A Reply

Your email address will not be published.