ଜୀବନ ମନ୍ତ୍ର :ଉତ୍ତମ ସ୍ବାସ୍ଥ୍ୟ ପାଇଁ 15 ନିୟମ
- ଭୁବନେଶ୍ୱର//TATKAL ODISHA//
++++++++++++++++++++++++++++++++++++++
ଉତ୍ତମ ସ୍ୱାସ୍ଥ୍ୟ ପାଇଁ ନିଜକୁ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ I କିଛି ବଦଭ୍ୟାସ ଛାଡ଼ି ସୁଅଭ୍ୟାସ କଲେ ଜୀବନ ସୁଖମୟ ହୋଇ ପାରିବ I
ଉତ୍ତମ ସ୍ୱାସ୍ଥ୍ୟ ପାଇଁ 15 ନିୟମ ପାଳନ୍ତୁ…ଦେଖିବେ ସବୁ ଠିକଠାକ ହୋଇଯିବ..
+++++++++++++++++++++++++++++++++++++++
- ୧) ସକାଳ ୫ଟା ବ୍ରହ୍ମମୁହୂର୍ତ୍ତରେ ଉଠନ୍ତୁ
- ୨) ଖାଲି ପେଟରେ ଗୋଟିଏ ଲିଟର ଉଷୁମ ପାଣି ପିଅନ୍ତୁ
- ୩) ସକାଳ ଜଳଖୁଆରେ ୮୦ ପ୍ରତିଶତ ପେଟ ଭରି ଖା’ନ୍ତୁ ।
- ୪) ମଧ୍ୟାହ୍ନ ଭୋଜନରେ ୭୦ ପ୍ରତିଶତ ପେଟ ଭରି ଖା’ନ୍ତୁ
- ୫) ରାତ୍ରି ଭୋଜନରେ ଅଧା ପେଟ ଖା’ନ୍ତୁ
- ୬) ସକାଳେ,ଦି ପହରେ ଓ ରାତିରେ ଖାଇବାର ଅଧଘଣ୍ଟା ପରେ ଅଧାଲିଟର ଲେଖା ପାଣି ପିଅନ୍ତୁ।
- ୭) ପ୍ରତିଥର ଖାଇବାର ଅଧଘଣ୍ଟା ଆଗରୁ ଗୋଟିଏ ଗ୍ଲାସ ପାଣି ପିଅନ୍ତୁ ।
- ୮) ରାତିରେ ଭୋଜନର ୧ ଘଣ୍ଟା ପରେ ଶୁଅନ୍ତୁ
- ୯) ରାତିରେ ଶୋଇବା ଆଗରୁ ଏକ ଗ୍ଲାସ ଉଷୁମ ପାଣି ପିଅନ୍ତୁ ।
- ୧୦) ରାତିରେ ଶୋଇବା ସମୟରେ ପ୍ରଥମେ ଚିତ୍ ହୋଇ ଶୁଅନ୍ତୁ ଓ ୩ ଟୋପା ସୋରିଷ ତେଲ ନାଭିରେ ପକାନ୍ତୁ ଓ ନାଭି ଚାରିପଟେ ଟିକେ ତେଲ ଧୂରେ ମାଲିସ୍ କରନ୍ତୁ,ତାପରେ ଆରାମରେ ଶୋଇଯାନ୍ତୁ ।
- ୧୧) ସପ୍ତାହରେ ୨ ରୁ ୩ ଥର ପିତା(କଲରା) ଖା’ନ୍ତୁ । ୨ ରୁ ୩ ଥର ଅମୃତଭଣ୍ଡା(କଞ୍ଚା)ସନ୍ତୁଳା ଖା’ନ୍ତୁ । ୨ ରୁ ୩ ଥର ଲାଉ ଖା’ନ୍ତୁ। (କଲରା,ଅମୃତଭଣ୍ଡା ଓ ଲାଭର ପରିମାଣ ଅତି କମରେ ଥରକୁ ୨୦୦ ଗ୍ରାମ
- ୧୨) ଆଇଁଷ ଯେତେ କମ୍ ଖାଇବେ ସେତେ ଭଲ ।ବିଲକୁଲ୍ ଆଇଁଷ ନ ଖାଇଲେ ବହୁତ ଭଲ
- ୧୩)ସକାଳେ ଗାଧୋଇଲା ବେଳେ,ପ୍ରଥମେ ଗୋଡଆଡୁ ପାଣି ଢାଳି ଢାଳି ବେକଯାଏ ଗାଧାନ୍ତୁ ଓ ଶେଷରେ ମୁଣ୍ଡରେ ପାଣି ଢାଳି ଗାଧାନ୍ତୁ ।
- ୧୪)ଦରକାର ନ ପଡ଼ିଲେ ଉପବାସ କରନ୍ତୁ ନାହିଁ,କେବେବି ଠିଆ ଠିଆ ପାଣି ପିଅନ୍ତୁ ନାହିଁ ।
- ୧୫)ଲୋଭରେ କେବେବି ପେଟଭରି ଖୁଆନ୍ତୁ ନାହିଁ।
ଏତିକି ମାତ୍ର ପାଳନ କରନ୍ତୁ,ଆଉ ଦେଖନ୍ତୁ ଆପଣଂକ ଜୀବନ ସୁଖମୟ ହୋଇଯିବ, ଆପଣ କେବେବି ରୋଗରେ ଆକ୍ରାନ୍ତ ହେବେନାହିଁ, ଆନନ୍ଦରେ ଜୀବନ କାଟିବେ ।
(ସଂଗୃହିତ)