ବାତ୍ୟା ଲାପତ୍ତା? ମୁହଁ ମୋଡ଼ି ଚାଲିଗଲା
- ରିପୋର୍ଟ : କିଶୋର ଦ୍ବିବେଦୀ
- ନୂଆଦିଲ୍ଲୀ,ଭୁବନେଶ୍ୱର //TATKAL ODISHA//
ବାତ୍ୟା ଲାପତ୍ତା?
ଓଡ଼ିଶାକୁ ମୁହଁ ମୋଡ଼ି ପଳାଇଛି ବାତ୍ୟା ‘ଆସାନି’ I ବଙ୍ଗଲାଦେଶ ଆଡ଼େ ଗତି କରୁଛି I ଓଡ଼ିଶାରେ ପ୍ରବଳ ପବନ ହେବନି କି ଭାରି ବର୍ଷା ହେବନାହିଁ I
TATKAL ODISHAକୁ ଏହା କହିଛନ୍ତି ଭାରତୀୟ ପାଣିପାଗ ମହାନିର୍ଦେଶକ ଡ଼ଃ ମୃତ୍ୟୁଞ୍ଜୟ ମହାପାତ୍ର I
ସେ କହିଛନ୍ତି ଯେ,ସୋମବାର ସୁଦ୍ଧା ବାତ୍ୟା ଆସିନ ପୁରୀ ଠାରୁ 780 କିଲୋମିଟର ଦକ୍ଷିଣ-ପୂର୍ବ ଦିଗରେ ରହିଛି । ତାହା ଘଣ୍ଟାକୁ ୧୪ କିଲୋମିଟର ବେଗରେ ଆଗକୁ ବଢୁଛି ।ହେଲେ ବାତ୍ୟା ଓଡ଼ିଶା ଉପକୂଳ ଠାରୁ ପ୍ରାୟ ୧୦୦ କିଲୋମିଟର ଦୂରରେ ଏହା ସମୁଦ୍ର ଭିତରେ ମୁହଁ ବୁଲାଇ ଚାଲିଯିବ ।
ତେବେ ବାତ୍ୟାର ପ୍ରଭାବରେ ହାଲକା ବର୍ଷା ସହ ପବନର ବେଗ ଘଣ୍ଟା ପ୍ରତି ମାତ୍ର 40 କିମି ରହିପାରେ I
- ଭାରି ମନ ଦୁଃଖ?
ବାତ୍ୟା ନ ଆସିବାରୁ ଓଡ଼ିଶାରେ ଅଧିକାଂଶଙ୍କ ମନ ଭାରି ଦୁଃଖ?
ରାଜା ଦୁଃଖୀ I ପ୍ରଜା ଦୁଃଖୀ I ଅଧିକାରୀ ଦୁଃଖୀ ଓ କର୍ମଚାରୀ ବି ଦୁଖୀ I
ନେତା, ଭକ୍ତା ଓ କିଛି ସାଧରଣ ଲୋକଙ୍କର ବି ମନ ଖରାପ I
ହେବନି ରାଜନୀତି…ହେବନି ବୟାନବାଜୀ I
ମିଳିବନି କିଛି କ୍ଷତିପୂରଣ I ମିଳିବନି ଘର I ମିଳିବନି ଆହା..କି ଆଶ୍ୱାସନା.. ଓଃ ବାତ୍ୟା??
I