ବେଲରେ ମୁକୁଳିଲେ ଦେବଗଡ଼ ବିଧାୟକ

0

  • ଦେବଗଡ଼,ଭୁବନେଶ୍ୱର//TATKAL ODISHA//

ଗିରଫ ହୋଉ ଜେଲରେ ଥିବା ବିଜେପିର ବରିଷ୍ଠ ନେତା ତଥା ଦେବଗଡ ବିଧାୟକ ସୁବାଷ  ପାଣିଗ୍ରାହୀ ବେଲ ପାଇ ମୁକୁଳିଛନ୍ତି ।

ଶନିବାର ପୂର୍ବାହ୍ନରେ କୋର୍ଟ ତାଙ୍କୁ ସର୍ତ୍ତମୂଳକ ଜାମିନ ଦେଇଛନ୍ତି I

ଗତ ମଇ ପହିଲାରେ ବିଧାୟକଙ୍କୁ ତାଙ୍କ ଭୁବନେଶ୍ୱରସ୍ଥିତ ନିଜ ସରକାରୀ ବାସଭବନରେ ଦେବଗଡ ପୋଲିସ ଗିରଫ କରିଥିଲା ।

   କମିଶନରେଟ ପୋଲିସ ସୁବାଷଙ୍କୁ ଗିରଫ କରାଗଲା ବେଳେ  ଦେବଗଡ ପୋଲିସ ସହାୟତା ଦେଇଛଥିଲା ।

ତାଙ୍କ ବିରୋଧରେ ତିଲେଇବଣି ବିଡିଓ କୃଷ୍ଣଚନ୍ଦ୍ର ଦଳପତି ମାଡ ମାରିବା ନେଇ ଅଭିଯୋଗ କରିଥିଲେ ।

ଏଥିସହିତ ତାଙ୍କର ଜଣେ ସହଯୋଗୀ ମଧ୍ୟ ଗିରଫ ହୋଇଥିଲେ ।

Leave A Reply

Your email address will not be published.