ଲଘୁଚାପ କ୍ଷେତ୍ର ସୃଷ୍ଟି: ୮ ସୁଦ୍ଧା ଅବପାତ

0

* ବାତ୍ୟା ‘ଆସାନି’ର  ଗତିପଥ  ସ୍ପଷ୍ଟ ହୋଇନି

  • 18 ଜିଲ୍ଲାପାଳଙ୍କୁ  ଆଲର୍ଟ କଲେ ରାଜ୍ୟ ସରକାର- ୧୭
  • ଏନଡିଆରଏଫ୍, ୨୦ ଓଡ୍ରାଫ୍, ୧୭୫ ଅଗ୍ନିଶମ ଟିମ୍ ପ୍ରସ୍ତୁତ 

ନୂଆଦିଲ୍ଲୀ, ଭୁବନେଶ୍ୱର//TATKAL ODISHA//

ଦକ୍ଷିଣ ଆଣ୍ଡାମାନ ବଙ୍ଗୋପସାଗରରେ ଲଘୁଚାପ  କ୍ଷେତ୍ର ସୃଷ୍ଟି ହୋଇଛି I ତାହା ଉତ୍ତର ପଶ୍ଚିମକୁ ଗତି କରି ୮ ତାରିଖ ସୁଦ୍ଧା ଅବପାତର ରୂପ ନେଇ ପୁଣି ଧୀରଚଳନ କରିବ I ତାପରେ ବାତ୍ୟାର  ଗତିପଥ  ସ୍ପଷ୍ଟ ହେବ ।

ଝଡ଼ ବର୍ଷା ଆରମ୍ଭ

  ଭାରତୀୟ ପାଣିପାଗ ମହାନିର୍ଦେଶକ (ଆଇଏମଡି) ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର  ଏହା ସ୍ପଷ୍ଟ କରିଛନ୍ତି I ଅନ୍ୟପକ୍ଷରେ ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା  କହିଥିଲେ, ବାତ୍ୟାର ସମୟ, ବେଗ ଓ ଜାଗା ସମ୍ପର୍କରେ କିଛି ବି ସୂଚନା ଜଣାପଡ଼ିନାହିଁ । ତେବେ ବାତ୍ୟା ହେଲେ ଆମେ ପ୍ରସ୍ତୁତ I ୧୮ ଜିଲ୍ଲାର ଜିଲ୍ଲାପାଳଙ୍କୁ ଆଲର୍ଟ କରାଯାଇଛି I ବାତ୍ୟା ମୁକାବିଲା ପାଇଁ ୧୭ ଏନଡିଆରଏଫ୍ ଟିମ୍, ୨୦ ଓଡ୍ରାଫ୍ ଟିମ୍ ଏବଂ ୧୭୫ ଅଗ୍ନିଶମ ଟିମ୍ ପ୍ରସ୍ତୁତ ରହିଛନ୍ତି ।

ଶ୍ରୀ ଜେନା କହିଥିଲେ, ବାତ୍ୟା ପ୍ରଚାର ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ଅସାଧୁ ବ୍ୟବସାୟୀମାନେ କଳା ବଜାର କରୁଥିବା ଅଭିଯୋଗ ଆସିଛି । ତେବେ ବଜାରରେ ଅତ୍ୟାବଶ୍ୟକ ସାମଗ୍ରୀ ଯଥେଷ୍ଟ ମହଜୁଦ ଅଛି । ବାତ୍ୟା ହେଲେ ବି ଏହାର ଯୋଗାଣ ପ୍ରଭାବିତ ହେବନାହିଁ I ତେଣୁ ଲୋକମାନେ ଆତଙ୍କିତ ହୁଅନ୍ତୁ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି ।

Leave A Reply

Your email address will not be published.