ବାସ୍ତୁଗୃହ-18: ଦକ୍ଷିଣ-ପଶ୍ଚିମାଭିମୁଖୀ ପାଇଁ କି ପଦକ୍ଷେପ ଗ୍ରହଣ କରିବେ?

0
  • ବାସ୍ତୁବିତ ଇଂ ଅଜୟ କୁମାର ମହାପାତ୍ର
  • TATKAL ODISHA//ବାସ୍ତୁବିଜ୍ଞାନ//

++++++++++++++++++++++++++++++++++++++

  • ଦିଗଭିତ୍ତିକ ଗୃହାବସ୍ଥାନ

ଗୃହ ନିର୍ମାଣ ପୂର୍ବରୁ ଆପଣଙ୍କ କ୍ଷେତ୍ରରେ ଆଉ କେତୋଟି ଦିଗ ପ୍ରତି ସଚେତନ ହେବା ଅପରିହାର୍ଯ୍ୟ I ମୁଖ୍ୟତଃ ସଡ଼କ ପାର୍ଶ୍ବସ୍ଥ ଭୂଖଣ୍ଡ ହୋଇଥିଲେ, ଗୃହର କେଉଁ ଦିଗରେ ସଡ଼କ ରହିଲେ କେଉଁ ପ୍ରଣାଳୀରେ ଗୃହାବସ୍ଥାନ ଏବଂ ଏହାର ପ୍ରବେଶ ପଥ ବା ଦ୍ଵାରଗୁଡ଼ିକ କେଉଁ କେଉଁ ଦିଗ ବା ସ୍ଥାନରେ ନିର୍ଦ୍ଧାରିତ ହେବା ଆବଶ୍ୟକ, ସେଥ୍ୟପ୍ରତି ଗଭୀର ଧ୍ୟାନ ଦେବା ଆବଶ୍ୟକ। ଭୂଖଣ୍ଡ ବା ପ୍ଲଟର ବିଭିନ୍ନ ଦିଗରେ ଅତିକ୍ରମ କରିଥିବା ରାସ୍ତା ବା ପଥକୁ ଆଖି ଆଗରେ ରଖି  ଗୃହର ଅବସ୍ଥାନ ଏବଂ ଏହାର ମୁଖ୍ୟଦ୍ୱାର ଓ ଅନ୍ତଃ ଦ୍ୱାରଗୁଡ଼ିକର ସଂସ୍ଥାପନ ସମ୍ପର୍କରେ TATKAL ODISHAରେ  ବିସ୍ତୃତ ଭାବେ ବର୍ଣ୍ଣନା କରାଯାଉଛି ।

ଆସନ୍ତୁ ଦକ୍ଷିଣ -ପଶ୍ଚିମାଭିମୁଖୀ ପ୍ଲଟ ବିଷୟରେ ବାସ୍ତୁବିତ ଇଂ ଅଜୟ କୁମାର ମହାପାତ୍ର କଣ କହୁଛନ୍ତି ଦେଖିବା..

@@@@@@@@@@@@@@@@@@@@@@@@@

  • ଦକ୍ଷିଣ-ପଶ୍ଚି ମାଭିମୁଖୀ ଭୂଖଣ୍ଡ (South-West Plot)

ଭୂଖଣ୍ଡ ଦକ୍ଷିଣ-ପଶ୍ଚିମ ନୈର୍ଗତ କୋଣକୁ ସାମ୍ନା କରିଥିଲେ, ଦକ୍ଷିଣା-ପଶ୍ଚିମାଭିମୁଖୀ ଭୂଖଣ୍ଡ କୁହାଯାଏ । ଏ ପ୍ରକାର ଭୂଖଣ୍ଡରେ ଗୃହ ନିର୍ମାଣ କଲେ ନିମ୍ନ ସୂଚୀତ ନିୟମ ପ୍ରତି ସଚେତନଶୀଳ ହେବା ଆବଶ୍ୟକ ।

  • କ ) ପଶ୍ଚିମରୁ ଦକ୍ଷିଣ-ପଶ୍ଚିମ ଦିଗ ଆଡ଼କୁ ନୀଚ ସ୍ଥାନ ଥ୍ରୁ ସେ ଦିଗରେ ଗୃହକୁ ବର୍ଦ୍ଧିତ କରିବା ଆଦୌ ଉଚିତ ନୁହେଁ ।
  • ଖ )ମୁଖ୍ୟଫାଟକ ଓ ମୁଖ୍ୟ ଦ୍ବାରରୁ ଉତ୍ତର-ପଶ୍ଚିମ ପାର୍ଶ୍ବରୁ ପଶ୍ଚିମ ଦିଗକୁ ହେବା ଉଚିତ ।
  • ଗ)ପଶ୍ଚାଦ୍ ପାର୍ଶ୍ଵର ଦ୍ଵାରଟି ଦକ୍ଷିଣ-ପୂର୍ବ ପାର୍ଶ୍ଵର ଦକ୍ଷିଣ ଦିଗକୁ ହେବା ଭଲ ।
  • ଘ)ଆବଶ୍ୟକସ୍ଥଳେ ଦକ୍ଷିଣ-ପୂର୍ବ ପାର୍ଶ୍ୱରୁ ଦକ୍ଷିଣ ପାର୍ଶ୍ବକୁ ଗୃହକୁ ବର୍ଦ୍ଧିତ କରାଗଲେ ପାରିଲେ କୌଣସି ଅସୁବିଧା ନାହିଁ

ଦେଖନ୍ତୁ TATKAL ODISHAର ପୂର୍ଵ ରିପୋର୍ଟ..

// ବାସ୍ତୁଗୃହ-17//
ଦକ୍ଷିଣ-ପୂର୍ବାଭିମୁଖୀ ପ୍ଲଟରେ କେମିତି ଘର କରିବେ?

ବାସ୍ତୁଗୃହ-17: ଦକ୍ଷିଣ-ପୂର୍ବାଭିମୁଖୀ ପ୍ଲଟରେ କେମିତି ଘର କରିବେ?

Leave A Reply

Your email address will not be published.