ବିଜେପି ବିଧାୟକ ସୁବାଷ ପାଣିଗ୍ରାହୀ ଗିରଫ
- ଦେବଗଡ଼,ଭୁବନେଶ୍ୱର//TATKAL ODISHA//
ବିଜେପିର ବରିଷ୍ଠ ନେତା ତଥା ଦେବଗଡ ବିଧାୟକ ସୁବାଷ ପାଣିଗ୍ରାହୀ ଗିରଫ ହୋଇଛନ୍ତି । ବିଧାୟକ ଭୁବନେଶ୍ୱରସ୍ଥିତ ନିଜ ସରକାରୀ ବାସଭବନରେ ଥିବାବେଳେ ଦେବଗଡ ପୋଲିସ ତାଙ୍କୁ ଗିରଫ ନେଇଛି ।
ସୂଚନାନୁସାରେ କମିଶନରେଟ ପୋଲିସ ସୁବାଷଙ୍କୁ ଗିରଫ କରାଗଲା ବେଳେ ଦେବଗଡ ପୋଲିସ ସହାୟତା ଦେଇଛି ।
ତାଙ୍କ ବିରୋଧରେ ତିଲେଇବଣି ବିଡିଓ କୃଷ୍ଣଚନ୍ଦ୍ର ଦଳପତି ମାଡ ମାରିବା ନେଇ ଅଭିଯୋଗ କରିଥିଲେ ।
ଏଥିସହିତ ତାଙ୍କର ଜଣେ ସହଯୋଗୀ ମଧ୍ୟ ଗିରଫ ହୋଇଥିବା ଜଣାପଡିଛି ।