ରାଜଧାନୀରେ ପୁଣି ହତ୍ୟାକାଣ୍ଡ : ବାପାକୁ ଧରାଇଦେଲା କୁନି ଝିଅ

0
  • ରିପୋର୍ଟ //ବିଜୟ କୁମାର ସାହୁ
  • ଭୁବନେଶ୍ୱର //TATKAL ODISHA//

ଭୁବନେଶ୍ୱରସ୍ଥ କଟକ-ପୁରୀ ବାଇପାସ ଏବଂ ଟଙ୍କପାଣି ରୋଡ ସନ୍ନିକଟ ଦୁର୍ଗାପୁରପାଟଣା ଗାଁରେ ଏକ ହତ୍ୟାକାଣ୍ଡ ଘଟିଯାଇଛି I ସ୍ୱାମୀ ସୌଭାଗ୍ୟ ଦାସ ନିଜ ପତ୍ନୀ ମିଲି ଦାସକୁ ବାଡ଼େଇ ବାଡ଼େଇ ମାରି ଦେଇ ଶବକୁ ପଦାରେ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି I ପୋଲିସ ଘଟଣାସ୍ଥଳରେ ପହଁଛି ତଦନ୍ତ ଆରମ୍ଭ କରିଛି I

ହେଲେ ଗୁରୁତ୍ୱପୂର୍ଣ୍ଣ ଘଟଣା ହେଉଛି ଏସବୁ ଲୋମହର୍ଷକ ହତ୍ୟାକାଣ୍ଡକୁ ଦେଖିଥିବା ଏକମାତ୍ର କୁନି ଝିଅ ‘ରୁନି'(କାଳ୍ପନିକ ନାଁ) ପୋଲିସକୁ କହିବା ପରେ ତା’ର ବାପା ଗିରଫ ହୋଇଛି I

ମୃତା ପତ୍ନୀ ମିଲି ଦାସ (ଫାଇଲ ଫଟୋ)

ଘଟଣାରୁ ଜଣାପଡ଼ିଛି ଯେ, ଟଙ୍କପାଣି ସାଇ ମନ୍ଦିରର ଦକ୍ଷିଣ ଦିଗରେ ପ୍ରାୟ 400 ମିଟର ଦୂରରେ ଏହି ଘଟଣା ଘଇଛି I

ଶୁକ୍ରବାର ବିଳମ୍ବିତ ରାତ୍ରିରେ ସ୍ୱାମୀ – ସ୍ତ୍ରୀ ମଧ୍ୟରେ ଝଗଡା ହୋଇଥିଲା I ଏଥିରେ ଉତକ୍ଷିପ୍ତ ହୋଇ ସ୍ୱାମୀ ଏକ ଶକ୍ତ ଡେଙ୍ଗା ଓ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ମାରିଦେଇଥିବା କୁନି ଝିଅ ରୁନି ପୋଲିସକୁ ସବୁ କଥା କହିଛି I

ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ଅନୁସାରେ ଅଭିଯୁକ୍ତ ସ୍ୱାମୀ ସୌଭାଗ୍ୟ ଏଠାରେ ପ୍ରାୟ 4 ବର୍ଷ ଧରି ପରିବାର ସହ ରହୁଥିଲା I ସେ ଅନ୍ୟ ଜଣେ ସ୍ତ୍ରୀକୁ ବିବାହ କରିଥିଲା I ଦୁହିଁଙ୍କ ମଧ୍ୟରେ ମନମାଳିନ୍ୟ କାରଣରୁ ପତ୍ନୀ ଘର ଛାଡ଼ି ଚାଲିଯାଇଥିଲା I ଦ୍ଵିତୀୟ ପତ୍ନୀ ମିଲି ଆସିବା ପରେ ଅନୁରୂପ ସ୍ଥିତି ହୋଇଥିଲା I ଶେଷରେ ସ୍ୱାମୀର ଆକ୍ରମଣରେ ତାର ପ୍ରାଣବାୟୁ ଉଡ଼ି ଯାଇଥିବା କୁହାଯାଉଛି I

ତେବେ ହତ୍ୟାକାଣ୍ଡରେ ଆଉ କିଏ ସାମିଲ ଅଛି କି ନାହିଁ ପୋଲିସ ତଦନ୍ତ ଜାରି ରଖିଛି I

Leave A Reply

Your email address will not be published.