ଶିଶୁ ଝିଅକୁ ମାରିଲେ, ବାପା-ମା ନିଜେ ମଲେ

0

  • ଲଷ୍ମୀସାଗର ଘର ଭିତରୁ ଶିଶୁ କନ୍ୟା ସହ ଦମ୍ପତିଙ୍କ ମୃତ ଦେହ ଉଦ୍ଧାର

ଭୁବନେଶ୍ୱର//TATKAL ODISHA//

ଶିଶୁ ଝିଅକୁ ମାରିଲେ, ନିଜେ ବାପା-ମା ଆତ୍ମହତ୍ୟା କଲେ I ଏଭଳି ଚାଞ୍ଚଲ୍ୟକର

ସ୍ଥାନୀୟ ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଚିନ୍ତାମଣିଶ୍ୱର ଅଞ୍ଚଳର ଏକ ଘର ଭିତରୁ ଝୁଲନ୍ତା ଅବସ୍ଥାରେ ଏହି ଶିଶୁ କନ୍ୟା ସହ ଦମ୍ପତିଙ୍କ ମୃତ ଦେହ ଉଦ୍ଧାର ହୋଇଛି I

ଗୁରୁବାର ଲକ୍ଷ୍ମୀସାଗର ପୋଲିସ ତିନି ଜଣଙ୍କ ମୃତ ଦେହ ଜବତ କରିଛି।ମୃତକ ମହାରାଷ୍ଟ୍ରର ମୂଳବାସିନ୍ଦା I ତାଙ୍କ ନାମ ତୁଷାର ଜଗପାଟ୍ଟ ଓ ନୀଲା ଜଗପାଟ୍ଟ ବୋଲି ଜଣାପଡିଛି।

ମୃତକଙ୍କ ପିତା ତାଙ୍କ ନାମରେ ଥିବା ସମସ୍ତ ସ୍ଥାବର,ଅସ୍ଥାବର ସମ୍ପତିକୁ ତାଙ୍କର ଦ୍ଵିତୀୟ ପତ୍ନୀଙ୍କ ନାମରେ କରିଦେଇ ଥିବାରୁ ହତାଶ ହୋଇ ଦମ୍ପତି ନିଜର ୧୫ମାସର ଶିଶୁ କନ୍ୟାକୁ ପ୍ରଥମେ ହତ୍ୟା କରି ପରେ ନିଜେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି।

ଲକ୍ଷ୍ମୀସାଗର ଥାନା ପୋଲିସ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.