ହିଟ ୱେଭ ଜାରି, 72 ଘଣ୍ଟା ପରେ ଝଡ଼ବର୍ଷା

0
  • ଉତ୍ତର ଓ ଦକ୍ଷିଣ ଓଡ଼ିଶାର 10 ଜିଲ୍ଲାରେ ବର୍ଷା ସମ୍ଭାବନା
  • ଆଠ ଜିଲ୍ଲାରେ ଗ୍ରୀଷ୍ମ ଲହରୀ ଅସହ୍ୟ ହେବ

ଭୁବନେଶ୍ୱର//TATKAL ODISHA//

ରିପୋର୍ଟ //ମାନସ ରଞ୍ଜନ ପାତ୍ର//

ତାତି କମିବାର ନା ନେଉନି

ପଶ୍ଚିମାଞ୍ଚଳରୁ ‘ଲୁ’ ପ୍ରବାହିତ ହେଉଥିବାରୁ ତାତି ଆହୁରି ବଢ଼ିବ I ଓଡିଶାର ପଶ୍ଚିମାଞ୍ଚଳରେ ହିଟ୍ ୱେଭ୍ (Heat Wave) ବା ଗ୍ରୀଷ୍ମ ପ୍ରବାହ ଅନୁଭୁତ ହେବ। 8 ଜିଲ୍ଲାରେ ଏନେଇ ୟେଲୋ ୱାର୍ଣିଂ ଜାରି ରହିଛି I

ଆଗକୁ ଏମିତି ହିଟ୍ ୱେଭ୍ ଜାରି ରହିବ ବୋଲି ପାଣିବାଗ ବିଭାଗ ପକ୍ଷରୁ ସୂଚନା ରହିଛି I ହେଲେ ପରେ ପାଗ ପରିବର୍ତ୍ତନ ହେବ I

  • 72 ଘଣ୍ଟା ପରେ 10 ଜିଲ୍ଲାରେ ବର୍ଷା

ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନାନୁସାରେ, ବୁଧବାର ରାଜ୍ୟର 10ଟି ଜିଲ୍ଲାରେ ବର୍ଷା ସମ୍ଭାବନା ଅଛି।ଏଥିଯୋଗୁଁ ପାଗରେ ପରିବର୍ତନ ଘଟିବ I

ଦକ୍ଷିଣ ଓ ଉତ୍ତର ଓଡିଶାରେ ଝଡତୋଫାନ ସହ ବର୍ଷା ହୋଇପାରେ।

ବିଶେଷକରି ଦକ୍ଷିଣ ଓଡିଶାର ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି, ଗଞ୍ଜାମ ଜିଲ୍ଲାରେ ବର୍ଷା ହେବ।

Leave A Reply

Your email address will not be published.