ଆରପାରିରେ ବିଶିଷ୍ଟ ସାହିତ୍ୟିକା ବୀଣାପାଣି ମହାନ୍ତି

0

  • ଆବିର୍ଭାବ-୧୧ ନଭେମ୍ବର ୧୯୩୬
  • ତିରୋଧାନ -୨୪ ଅପ୍ରେଲ ୨୦୨୨

କଟକ//TATKAL ODISHA//

ବିଶିଷ୍ଟ ସାହିତ୍ୟିକା ବୀଣାପାଣି ମହାନ୍ତି ଆଉ ଇହ ଜଗତରେ ନାହାନ୍ତି I

ମୃତ୍ୟୁ ବେଳକୁ ତାଙ୍କୁ 85 ବର୍ଷ ବୟସ ହୋଇଥିଲା I ସେ ଦୀର୍ଘ ଦିନରୁ ଅସୁସ୍ଥ ଥିଲେ I

ସ୍ବର୍ଗତା ମହାନ୍ତିଙ୍କ ମୃତ୍ୟୁ ଖବର ପ୍ରଚାର ହେବା ମାତ୍ରେ ତାଙ୍କ କଟକସ୍ଥ ବାସଭବନରେ ବହୁ ବିଶିଷ୍ଟ ବୁଦ୍ଧିଜୀବୀ,କବି,ଲେଖକ, ଚଳଚିତ୍ର ପ୍ରଯୋଜକ, ପ୍ରଶାସକ ସାମ୍ବାଦିକ ଆଦି ପହଞ୍ଚି ଶେଷ ଦର୍ଶନ କରିଥିଲେ I


ସ୍ବର୍ଗତା ବୀଣାପାଣି ମହାନ୍ତିଙ୍କ ଜନ୍ମ ୧୯୩୬ ରେ ବ୍ରହ୍ମପୁରରେ ହୋଇଥିଲା । ମାତ୍ର ତାଙ୍କ ପୈତୃକ ଗୃହ କେନ୍ଦ୍ରାପଡ଼ା ନିକଟସ୍ଥ ଚାନ୍ଦୋଳଠାରେ ଥିଲା । ସେ ୧୯୫୩ରେ ମାଟ୍ରିକ, ୧୯୫୭ରେ ଅର୍ଥନୀତିରେ ସ୍ନାତକ ଓ ୧୯୫୯ରେ ସ୍ନାତକୋତ୍ତର ଉତ୍ତୀର୍ଣ୍ଣ ହୋଇଥିଲେ । ତାଙ୍କର ସାହିତ୍ୟିକ ଜୀବନ କବିତା ଲେଖାରୁ ଆରମ୍ଭ ହୋଇ ଥିଲା ।

୧୯୬୦ରେ ସେ ଜଣେ ଅର୍ଥନୀତି ଅଧ୍ୟାପିକା ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ ଓ ୧୯୯୨ରେ ଏଥିରୁ ଅବସର ଗ୍ରହଣ କରିଥିଲେ । ସେ ଥିଲେ ଆଜୀବନ ଅବିବାହିତା I


ସ୍ବର୍ଗତା ମହାନ୍ତି ଥିଲେ ଜଣେ ଆଗଧାଡ଼ିର ଓଡ଼ିଆ ଗାଳ୍ପିକା ।

  • //ସମ୍ମାନ//

 ସାହିତ୍ୟିକ କୃତି ନିମନ୍ତେ ୨୦୨୦ରେ ପଦ୍ମଶ୍ରୀ ସମ୍ମାନ ଏବଂ ଓଡ଼ିଆ ସାହିତ୍ୟର ସର୍ବୋଚ୍ଚ ପୁରସ୍କାର ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ ଲାଭ କରିଥିଲେ ଓ ପୂର୍ବରୁ କେନ୍ଦ୍ର ସାହିତ୍ୟ ଏକାଡେମୀ ଓ ଶାରଳା ପୁରସ୍କାରରେ ମଧ୍ୟ ସମ୍ମାନୀତ ହୋଇଥିଲେ ।

ସେ ଓଡ଼ିଶା ଲେଖିକା ସଂସଦର ସଭାପତି ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।

କୃତି 

  • କସ୍ତୁରୀ ମୃଗ ଓ ସବୁଜ ଅରଣ୍ୟ
  • ପାଟଦେଇ
  • ବସ୍ତ୍ର ହରଣ
  • ଆରୋହଣ
  • ଇଣ୍ଟରଭିଉ
  • ଏକାକୀ ପରାଶର
  • ନବ ତରଙ୍ଗ
  • ଅନ୍ଧକାରର ଛାଇ
  • ମଧ୍ୟାନ୍ତର
  • ପାଟଦେଈ
  • ବହ୍ନି ବଳୟ
  • ଉତ୍ତରାୟଣ
  • ସାୟାହ୍ନର ସ୍ୱର
  • ତଟିନୀର ତୃଷ୍ଣା
  • କାଳାନ୍ତର
  • ମଧ୍ୟାନ୍ତର
  • ଜନ୍ମାନ୍ତର
  • ଅଶ୍ରୁଅନଳ
  • ଶକୁନିର ଚକା
  • ଅପହଞ୍ଚ ଆକାଶ
  • ପାଚେରୀ ସେପଟେ ନଈ
  • ଖେଳ ଚାଲିଛି
  • ଦୃଶ୍ୟାନ୍ତର
  • ଖେଳନା
  • ଚରିତ୍ର ହସୁଛି

ଉପନ୍ୟାସ

  • ସୀତାର ଶୋଣିତ
  • ମନସ୍ୱିନୀ
  • କୁନ୍ତୀ କୁନ୍ତଳା ଶକୁନ୍ତଳା

ଆତ୍ମଜୀବନୀ

  • ବିତିଯାଇଥିବା ଦି(ପ୍ରକାଶନ ଅପେକ୍ଷାରେ)

Leave A Reply

Your email address will not be published.