ଆଗ ଦଳୀୟ ସଂଗଠନ? ପରେ ମନ୍ତ୍ରୀମଣ୍ଡଳ ଅଦଳବଦଳ??
//ଘଡ଼ିକେ ଘୋଡ଼ା ଛୁଟୁଛି//2017 ଫର୍ମୁଲା ଅନୁସରଣ//
++++++++++++++++++++++++++++++++
- ମନ୍ତ୍ରୀ ପଦକୁ ଫେରି ପାରନ୍ତି ବାଚସ୍ପତି
- ଭୂପିନ୍ଦର ସିଂଙ୍କ ନାଁ ବି ଚର୍ଚ୍ଚାରେ
- 6 ମୁଣ୍ଡ ଛେଦନ ମନ୍ତ୍ରୀଙ୍କୁ ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟୀତ୍ୱ?
- ଟାର୍ଗେଟ କେବଳ 2024 ନିର୍ବାଚନ
ଭୁବନେଶ୍ୱର//TATKAL ODISHA//
ମନ୍ତ୍ରୀମଣ୍ଡଳ ଅଦଳବଦଳ ହେବ କେବେ? କାହା ମୁଣ୍ଡ ଗଡ଼ିବ? କି’ଏ ବସିବ ରାଜେନ୍ଦ୍ରାସନେ??
ରାଜ୍ୟବ୍ୟାପୀ ଏହି ଆଲୋଚନା ‘ତାଳରୁ ତଳିପା’ ସବୁଠି ଜୋର ଧରିଛି I ଏନେଇ TATKAL ODISHA ପକ୍ଷରୁ କ୍ରମାଗତ ଅନୁସନ୍ଧାନ ମୂଳକ ରିପୋର୍ଟ ପାଇଚାଲିଛି I ଏକ ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ସୂଚନାନୁସାରେ ମନ୍ତୀମଣ୍ଡଳ ସମ୍ପ୍ରସାରଣ ପୂର୍ଵରୁ ଦଳୀୟ ସଂଗଠନକୁ ମଜଭୁତ କରାଯିବ I ମୁଣ୍ଡ ଗଡୁଥିବା 10 ମନ୍ତ୍ରୀଙ୍କ ମଧ୍ୟରୁ 6 ଜଣଙ୍କୁ ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ୱ ମିଳିବ? ଆଉ ଚାରି ଜଣଙ୍କୁ ଦଳର ଅନ୍ୟ ସାଙ୍ଗଠନିକ ଦାୟିତ୍ୱ ମିଳିବ?? ସେଥିପାଇଁ ଶୁକ୍ରବାରରୁ ଦଳର ଜିଲ୍ଲା ପର୍ଯ୍ୟବେକ୍ଷକଙ୍କୁ ନେଇ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମୀକ୍ଷା ଆରମ୍ଭ କରିଛନ୍ତି I 2017 ଫର୍ମୁଲା ଅନୁସରଣ କରାଯାଇଛି I
– ଟାର୍ଗେଟ କେବଳ 2024 ନିର୍ବାଚନ I
ଦଳୀୟ ସଂଗଠନରେ କାହାକୁ ରଖାଯିବ? କାହାକୁ ବାଦ ଦିଆଯିବ? ତାହା ଖୁବଶୀଘ୍ର ସ୍ପଷ୍ଟ ହୋଇଯିବ I ମନ୍ତ୍ରୀ ମଣ୍ଡଳ ଅଦଳବଦଳ ପ୍ରାୟ ମଇ ପ୍ରଥମ ବା ଦ୍ଵିତୀୟ ସପ୍ତାହରେ ହୋଇପାରେ I ଏନେଇ ଦଳୀୟ ଭାବେ ଅନୁଷ୍ଠାନିକ କିଛି ସ୍ପଷ୍ଟ କରାଯାଇନାହିଁ I
ସୂଚନା ଓ ଚର୍ଚ୍ଚାନୁସାରେ..
ମନ୍ତ୍ରୀ ପଦରୁ ଯାଇ କେଉଁମାନେ ଦଳୀୟ ସଂଗଠନ ରହିବେ?
- ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି,
- ଜଙ୍ଗଲ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ,
- ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର
- ପଞ୍ଚାୟତିରାଜ ଓ ଆଇନ ମନ୍ତ୍ରୀ ପ୍ରତାପ ଜେନା
- କୃଷି ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ
- ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରାଣେନ୍ଦ୍ର ପ୍ରତାପ ସ୍ୱାଇଁ
ଏହି ମନ୍ତ୍ରୀମାନେ ସମୂହ ଇସ୍ତଫା ଦେଇ ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ୱ ରହିବେ ବୋଲି ଚର୍ଚ୍ଚା ଜୋରଧରିଛି ।
ସ୍ଥିତି ପୁଣି ବଦଳିଛି I ବାଚସ୍ପତି ଡ଼ଃ ସୂର୍ଯ୍ୟ ନାରାୟଣ ପାତ୍ର ଏବଂ ଭୂପିନ୍ଦର ସିଂ ମନ୍ତ୍ରୀ ହେବାର ସମ୍ଭାବନା ରହିଛି I
କାରଣ ଜଙ୍ଗଲ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ବିଦା ହେଲେ ସୂର୍ଯ୍ୟ ନାରାୟଣଙ୍କୁ ମନ୍ତ୍ରୀ କରିବାକୁ ପଡ଼ିବ I ସେ ମନ୍ତ୍ରୀ ପଦ ସହ ଗଞ୍ଜାମ ଓ ଗଜପତି ଜିଲ୍ଲାର ସଂଗଠନ ବି ବୁଝିବେ I ଅନ୍ୟପକ୍ଷରେ କଳାହାଣ୍ଡି ଜିଲ୍ଲାରେ ବି ଅନୁରୂପ ସ୍ଥିତି I ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମନ୍ତ୍ରୀ ପଦ ଗଲେ, କଂଗ୍ରେସ ଛାଡି ବିଜେଡି ଆସିଥିବା ଭୂପିନ୍ଦର ସିଂ ମନ୍ତ୍ରୀ ହେବାର ଯଥେଷ୍ଟ ସମ୍ଭାବନା ରହିଛି I
ଇତିହାସର ପୁନରାବୃତ୍ତି ହେବ? ଏଥର ନବୀନଙ୍କ କାମରାଜ ପ୍ଲାନ’ : ସିଜନ-2 !! ବୋଲି ଚର୍ଚ୍ଚା ହେଉଛି...
ଏକା ଥରେ 10 ମନ୍ତ୍ରୀଙ୍କ ସମୂହ ଇସ୍ତଫା ଦେବା ପ୍ରସଙ୍ଗ ଚର୍ଚ୍ଚିତ ଘଟଣା ହୋଇଥିଲେ ହେଁ ତାହା ନୂଆ ଘଟଣା ନୁହେଁ I
2017 ମଇ 6ରେ ନବୀନ ବାବୁଙ୍କ କୋଡିଏ ଜଣିଆ ମନ୍ତ୍ରୀପରିଷଦରୁ ଏମିତି 10 ଜଣ ମନ୍ତ୍ରୀ ଇସ୍ତଫା ଦେଇ ରାଜନୀତିକୁ ସରଗରମ କରିଥିଲେ I
ସେହି ଇସ୍ତଫା ଦେଇଥିବା ମନ୍ତ୍ରୀମାନେ ଥିଲେ..
ଦେଵୀ ପ୍ରସାଦ ମିଶ୍ର, ଅରୁଣ ସାହୁ, ସଞ୍ଜୟ କୁମାର ଦାସବର୍ମା, ପ୍ରଦୀପ କୁମାର ପାଣିଗ୍ରାହୀ, ସୁଦାମ ମାରାଣ୍ଡି, ପ୍ରଣବ ପ୍ରକାଶ ଦାସ, ପୁଷ୍ପେନ୍ଦ୍ର ସିଂଦେଓ, ଲାଲ ବିହାରୀ ହିମିରିକା I ତେବେ ସ୍ବଇଛାରେ ମନ୍ତ୍ରୀ ଇସ୍ତଫା ଦେବାର ଗୋଟିଏ ଦିନ ପରେ ନିରଞ୍ଜନ ପୂଜାରୀ ଓଡ଼ିଶା ବିଧାନସଭାର ନୂଆ ବାଚସ୍ପତି ହୋଇଥିଲେ I
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା 5 ନେତାଙ୍କୁ ବିଭିନ୍ନ ଜିଲ୍ଲା ଦାୟିତ୍ୱ ମିଳିଥିଲା I
- ସଞ୍ଜୟ ଦାସବର୍ମାଙ୍କୁ ବିଜେଡି ସାଧାରଣ ସମ୍ପାଦକ କରାଯାଇ ନବରଙ୍ଗପୁର ଓ ରାୟଗଡା ଜିଲ୍ଲାର ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ମିଳିଥିଲା I
- ଅରୁଣ ସାହୁ(ସାଧାରଣ ସମ୍ପାଦକ)ଙ୍କୁ ମୟୁରଭଞ୍ଜ,
- ପ୍ରଣବ ପ୍ରକାଶ ଦାସ (ସାଧାରଣ ସମ୍ପାଦକ)ଙ୍କୁ ମାଲକାନଗିରି ଓ କୋରାପୁଟ
- ପ୍ରଦୀପ ପାଣିଗ୍ରାହୀ(ସାଧାରଣ ସମ୍ପାଦକ)ଙ୍କୁ ଗଜପତି ଏବଂ
- ଦଳର ଉପସଭାପତି ଦେବୀ ପ୍ରସାଦ ମିଶ୍ରଙ୍କୁ ସମ୍ବଲପୁର ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ୱ ମିଳିଥିଲା I
TATKAL ODISHAର ପୂର୍ଵ ରିପୋର୍ଟ ଦେଖନ୍ତୁ…
// EXCLUSIVE //
ନୂଆ ମନ୍ତ୍ରୀମଣ୍ଡଳ ‘କାଉଣ୍ଟ ଡାଉନ’ : ଟେନସନରେ 10 ମନ୍ତ୍ରୀ?
ନୂଆ ମନ୍ତ୍ରୀମଣ୍ଡଳ ‘କାଉଣ୍ଟ ଡାଉନ’ : ଟେନସନରେ 10 ମନ୍ତ୍ରୀ?