ବାସ୍ତୁଗୃହ-12: ଉତ୍ତରାଭିମୁଖୀ ପ୍ଲଟରେ କଣ କଲେ ଭଲ?

0

  • ବାସ୍ତୁବିତ ଇଂ ଅଜୟ କୁମାର ମହାପାତ୍ର
  • TATKAL ODISHA//ଦିଗଭିତ୍ତିକ ଗୃହାବସ୍ଥାନ//


 ଗୃହ ନିର୍ମାଣ ପୂର୍ବରୁ ଆପଣଙ୍କ କ୍ଷେତ୍ରରେ ଆଉ କେତୋଟି ଦିଗ ପ୍ରତି ସଚେତନ ହେବା ଅପରିହାର୍ଯ୍ୟ I ମୁଖ୍ୟତଃ ସଡ଼କ ପାର୍ଶ୍ବସ୍ଥ ଭୂଖଣ୍ଡ ହୋଇଥିଲେ, ଗୃହର କେଉଁ ଦିଗରେ ସଡ଼କ ରହିଲେ କେଉଁ ପ୍ରଣାଳୀରେ ଗୃହାବସ୍ଥାନ ଏବଂ ଏହାର ପ୍ରବେଶ ପଥ ବା ଦ୍ଵାରଗୁଡ଼ିକ କେଉଁ କେଉଁ ଦିଗ ବା ସ୍ଥାନରେ ନିର୍ଦ୍ଧାରିତ ହେବା ଆବଶ୍ୟକ, ସେଥିପ୍ରତି ଗଭୀର ଧ୍ୟାନ ଦେବା ଆବଶ୍ୟକ।

ଭୂଖଣ୍ଡ ବା ପ୍ଲଟର ବିଭିନ୍ନ ଦିଗରେ ଅତିକ୍ରମ କରିଥିବା ରାସ୍ତା ବା ପଥକୁ ଆଖି ଆଗରେ ରଖି  ଗୃହର ଅବସ୍ଥାନ ଏବଂ ଏହାର ମୁଖ୍ୟ ଦ୍ୱାର ଓ ଅନ୍ତଃ ଦ୍ୱାରଗୁଡ଼ିକର ସଂସ୍ଥାପନ ସମ୍ପର୍କରେ TATKAL ODISHAରେ  ବିସ୍ତୃତ ଭାବେ ଆଲୋଚନା କରାଯାଉଛି ।

ଏଥର ଉତ୍ତରାଭିମୁଖୀ ପ୍ଲଟ ଉପରେ ନଜର ପକାଇବା..

ଆସନ୍ତୁ ବାସ୍ତୁବିତ ଇଂ ଅଜୟ କୁମାର ମହାପାତ୍ର କଣ କହୁଛନ୍ତି ଦେଖିବା..


 * ଉତ୍ତରାଭିମୁଖୀ ଭୂଖଣ୍ଡ (North Plot) :


ସଡ଼କ ପ୍ଲଟର ଉତ୍ତର ଦିଗରେ ଯାଇଥିଲେ, ଉତ୍ତରାଭିମୁଖୀ ପ୍ଲଟ କହନ୍ତି । ଏ ପ୍ରକାର ଫୁଟରେ ଗୃହ ନିର୍ମାଣ କଲେ କେତେକ ନିୟମ ପାଳନ କରିବାକୁ ପଡ଼ିଥାଏ..

ଉତ୍ତରାଭିମୁଖୀ ପ୍ଲଟ
  •  ଆଉଟ ହାଉସ୍ (out house) ଦକ୍ଷିଣ ଦିଗରେ କରିବା ଉଚିତ ।
  • ଆଉଟ ହାଉସ୍‌ଟି ରୋଷେଇ ଗୃହ, ସ୍ନାନାଗାର ଗୃହ, ଷ୍ଟୋର୍ ରୁମ୍ ଭାବେ ବ୍ୟବହାର କରାଯାଇପାରେ ।
  • ମୁଖ୍ୟ ଗୃହର ଚଟାଣ ଅପେକ୍ଷା ଆଉଟ ହାଉସ୍ର ଚଟାଣ ଉଚ୍ଚା ହେବା ବିଧେୟ ।
  • ମୁଖ୍ୟ ଫାଟକଟି (Main gate) ଉତ୍ତର-ପୂର୍ବ କୋଣରେ ହେବା ଉଚିତ ।
  • ମୁଖ୍ୟ ପ୍ରବେଶ ପଥଟି ଗୃହର ଉତ୍ତର-ପୂର୍ବ ବା ଉତ୍ତର ଦିଗରେ ହେବା ଭଲ । 
  • ପଶ୍ଚାଦ୍‌ଭାଗର ଦ୍ଵାରଟି ଦକ୍ଷିଣ-ପୂର୍ବ କୋଣ ବା ଦକ୍ଷିଣ ଦିଗରେ ହେବା ଉଚିତ ।
  • ଗୃହର ଉତ୍ତରପୂର୍ବ କୋଣଟି ଉତ୍ତର ପାର୍ଶ୍ବକୁ ବର୍ଦ୍ଧିତ ହେବା ବିଧେୟ ।
  • TATKALODISHAରେ ପୂର୍ବ ରିପୋର୍ଟ ଦେଖନ୍ତୁ.

//ବାସ୍ତୁଗୃହ-11//

କେଉଁ ଦିଗରେ ରାସ୍ତା ରହିଲେ ଗୃହ ପାଇଁ ଶୁଭ ?

ବାସ୍ତୁଗୃହ-11 : କେଉଁ ଦିଗରେ ରାସ୍ତା ରହିଲେ ଗୃହ ପାଇଁ ଶୁଭ ?

Leave A Reply

Your email address will not be published.