ମୋ ସ୍ମୃତିରେ ବିଜୁବାବୁ

0

  • //ଗୁରୁକଲ୍ୟାଣ ମହାପାତ୍ର//
  • TATKAL ODISHA//ସ୍ମୃତିଚାରଣ //

ଓଡ଼ିଶାର ଅନ୍ୟତମ କିମ୍ବଦନ୍ତୀ ପୁରୁଷ ବିଜୁବାବୁଙ୍କ ଶ୍ରାଦ୍ଧଦିବସରେ ଅନେକ କଥା ମନେ ପଡୁଛି।

ବିଜୁବାବୁଙ୍କ ଶ୍ରାଦ୍ଧ ଦିବସରେ ମୋ’ ପିତୃବ୍ୟ,ସ୍ୱାଧୀନତା ସଂଗ୍ରାମୀ ଓ ପୂର୍ବତନ ମନ୍ତ୍ରୀ ନିତ୍ୟାନନ୍ଦ ମହାପାତ୍ର ଓ ପଶ୍ଚିମ ଓଡିଶା ବରଗଡ଼ ଅଂଚଳର ବିଶିଷ୍ଟ ଶିକ୍ଷାବିତ ଓ ପୁରୀ ସଂସ୍କୃତ ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି,ପ୍ରଫେସର ପ୍ରହଲ୍ଲାଦ ପ୍ରଧାନଙ୍କ ମଧ୍ୟ ଶ୍ର।ଦ୍ଧ ଦିବସ।

ଆହୁରି ଅନେକ ବ୍ୟକ୍ତିଙ୍କର ମଧ୍ୟ ଏପ୍ରିଲ ୧୭ ତାରିଖଟି ଶ୍ରାଦ୍ଧ ଦିବସ ହୋଇପାରେ,ଏ ଲେଖକକୁ ଜଣାନାହିଁ।
ସେ ଯାହାହେଉ,ବିଧାନସଭାରେ ଷାଠିଏ ଦଶକରେ ମୋ ପିତୃବ୍ୟ ସ୍ୱାଧୀନ ବିଧାୟକ ଥିବାବେଳେ ବିଜୁବାବୁ ମୁଖ୍ୟମନ୍ତ୍ରୀ ମଧ୍ୟ ଥିଲେ,କଂଗ୍ରେସ ଦଲରୁ।ବିଧାନ ସଭା ଗୃହରେ ସେମାନଙ୍କର କଥା କଟ।କଟି ଚାଲେ,ମାତ୍ର ବିଧାନସଭା ବାହାରେ ସେମାନେ ଖୁବ ଘନିଷ୍ଠ ଥିଲେ।ବିଜୁବାବୁ ଦ୍ଵିତୀୟ ଥର ମୁଖ୍ୟମନ୍ତ୍ରୀ ଥିବାବେଳେ ମୋ ପିତୃବ୍ୟଙ୍କ ଗୋଟିଏ ଆଦର୍ଶ ଯାହା ତାଙ୍କୁ ଭଲ ଲାଗିଥିଲା,ସେ ନିଜ ପାଇଁ ତାକୁ ଗ୍ରହଣ କରିଥିଲେ।ପିତୃବ୍ୟ ୧୯୬୭ରେ ସ୍ୱତନ୍ତ୍ର-ଜନ କଂଗ୍ରେସ ମନ୍ତ୍ରି ମଣ୍ଡଳରେ କ୍ୟାବିନେଟ ମନ୍ତ୍ରୀ ହେଲେ,ଖାଦ୍ୟ ଯୋଗାଣ ଓ ସଂ।ସ୍କୃତିକ ବ୍ୟାପାର ବିଭାଗରେ।

ମାତ୍ର ସେ ବିଭାଗରେ ଅଧିକ ଗାଡ଼ି ନଥିବାରୁ ପିତୃବ୍ୟ ନିତ୍ୟାନନ୍ଦ ସାଇକେଲ ଚଢି ସେକ୍ରେଟେରିଏଟ ଯାଇ ଏକ ଅଭିନବ ପରମ୍ପରା ସେତେବେଳେ ସୃଷ୍ଟି କରିଥିଲେ।ପ୍ରାୟ ସମସ୍ତ ଓଡ଼ିଆ ଓ ଇଂରାଜୀ ସମ୍ବାଦପତ୍ରରେ ତାଙ୍କ ଫଟୋ ସହ ଖବର ପ୍ରକାଶ ପାଇଥିଲା।

ବିଜୁବାବୁ ମଧ୍ୟ ଦ୍ଵିତୀୟ ଥର ମୁଖ୍ୟମନ୍ତ୍ରୀ ହେବ।ପରେ ଆର୍ଥିକ ସଂକଟରୁ ରାଜ୍ୟକୁ ରକ୍ଷା କରିବାକୁ ଯାଇ ନିଜେ ‘ନବୀନ ନିବାସ’ରୁ ସେକ୍ରେଟେରିଏଟ(ଏବର ଲୋକସେବା ଭବନ)କୁ ସାଇକେଲରେ ଯିବା ଆସିବା କରିଥିଲେ।ତାଙ୍କର ଖର୍ଚ୍ଚକାଟ ସଂକ୍ରାନ୍ତରେ ଅନେକ ପ୍ରସ୍ତାବକୁ ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ନରସିଂହ ରାଓ ଗ୍ରହଣ କରି ବିଜୁବାବୁଙ୍କୁ ଜାତୀୟ ଖର୍ଚ୍ଚ କାଟ କମିଟିର ଅଧ୍ୟକ୍ଷ କରାଇଥିଲେ।

ରାଜ୍ୟ ସ୍ୱାଧୀନତା ସଂଗ୍ରାମୀ ପେନସନ କମିଟିକୁ ଶୃଙ୍ଖଳିତ କରିବାକୁ ବିଜୁବାବୁ ମୋ ପିତା,ସ୍ୱାଧୀନତା ସଂଗ୍ରାମୀ ଗୌରଚନ୍ଦ୍ର ମହାପାତ୍ରଙ୍କୁ(ଏବେ ସ୍ଵର୍ଗରେ) ସେହି କମିଟିର ସଦସ୍ୟ କରିଥିଲେ।

ଦିନେ ଜଣେ ପୂର୍ବତନ ସାଂସଦ ପିତାଙ୍କ ନିକଟକୁ ଆସିଥିଲେ।ସେ ସ୍ବାଧୀନତା ସଂଗ୍ରାମ କାଳରେ ଜେଲ ଯାଇ ନଥିଲେବି ପିତା ଗୌରଚନ୍ଦ୍ରଙ୍କୁ ଟିକେ ସୁପାରିଶ କରି ସରକାରଙ୍କୁ ଚିଠି ପଠାଇବାକୁ ଅନୁରୋଧ କରିଥିଲେ।ମାତ୍ର ପିତା ଆମର ସେପରି କରି ପାରିବେ ନାହିଁ ବୋଲି ରୋକଠୋକ କହିବାରୁ ସେ ମନ ଦୁଃଖରେ ଫେରି ଯାଇଥିଲେ।
————
ଭୁବନେଶ୍ୱର

Leave A Reply

Your email address will not be published.