ନଜର ‘ଓଡ଼ିଶା’: ଆସୁଛନ୍ତି ଏକାଥରେ 10 କେନ୍ଦ୍ରମନ୍ତ୍ରୀ

0

  • ଭୁବନେଶ୍ୱର//TATKAL ODISHA//

ଭାରତୀୟ ଜନତା ପାର୍ଟି ନଜରରେ ଏବେ ‘ଓଡ଼ିଶା’ I 2024 ନିର୍ବାଚନ ପୂର୍ବରୁ ଲୋକଙ୍କ ନିକଟତ୍ତର ହେବା ପାଇଁ ଦଳ ପ୍ରୟାସ ଆରମ୍ଭ କରିଛି ବୋଲି ଚର୍ଚ୍ଚା ଆରମ୍ଭ ହେଉଛି I

 କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ଏବଂ କାର୍ଯ୍ୟକ୍ରମର ବାସ୍ତବ ସ୍ଥିତି ଅନୁଧ୍ୟାନ କରିବାକୁ ଓଡିଶାକୁ ଆସୁଛନ୍ତି ୧୦ଜଣ କେନ୍ଦ୍ରମନ୍ତ୍ରୀ I

ମନ୍ତ୍ରୀମାନେ ବିଭିନ୍ନ ଜିଲ୍ଲା ଗସ୍ତ କରି ସ୍ଥିତି ପରଖିବେ I

*କେଉଁ ମନ୍ତ୍ରୀ କେଉଁ ଜିଲ୍ଲା? 

  • କେନ୍ଦ୍ରମନ୍ତ୍ରୀ  ଧର୍ମେନ୍ଦ୍ର ପ୍ରଧାନ- ଢେଙ୍କାନାଳ ଜିଲ୍ଲା I
  • କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ – ମାଲକାନଗିରି;
  • ଅର୍ଜୁନ ମୁଣ୍ଡା – କଳାହାଣ୍ଡି; 
  • ପ୍ରହ୍ଲାଦ ସିଂ ପଟେଲ – ଗଜପତି;
  • ସାଧ୍ୱୀ ନିରଂଜନା ଜ୍ୟୋତି –ବଲାଙ୍ଗୀର;
  • ପ୍ରଫେସର ଏସ.ବାଘେଲ – ନୂଆପଡା;
  • ସୁଶ୍ରୀ ଶୋଭା କରନ୍ଦଲାଜେ–ନବରଙ୍ଗପୁର; 
  • ସୋମ ପ୍ରକାଶ –ରାୟଗଡା
  • ଡ.ଶୁଭ ସରକାର – କନ୍ଧମାଳ
  • ଡ.ସଞ୍ଜୀବ କୁମାର ବାଲ୍ୟାନ – କୋରାପୁଟ

ଏହି ସମୀକ୍ଷା ବୈଠକରେ  ହିତାଧିକାରୀ, ସ୍ଥାନୀୟ ସାଂସଦ, ବିଧାୟକ, ଚେୟାରମ୍ୟାନ, ସରପଂଚ ଓ ଅନ୍ୟ ଜନପ୍ରତିନିଧି ପ୍ରମୁଖ ଉପସ୍ଥିତ ରହିବେ ।

 କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତ ବିଷୟରେ ସୂଚନା ଦେଇଛନ୍ତି ଦଳର ବରିଷ୍ଠ ନେତା ଗୋଲକ  ମହାପାତ୍ର I 

Leave A Reply

Your email address will not be published.