ରାମନବମୀ : ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଜନ୍ମଦିନ

0

  • ରାମ ନବମୀର ଅନୁଚିନ୍ତା

ରାମ° ଲକ୍ଷ୍ମଣ° ପୂର୍ବଜ° ରଘୁବର°ସୀତାପତି ସୁନ୍ଦର°, କାକୁସ୍ଥ°କରୁଣାକର° ଗୁଣନିଧି°ବିପ୍ର ପ୍ରିୟ° ଧାର୍ମିକ°, ରାଜେନ୍ଦ୍ର° ସତ୍ୟସନ୍ଧ° ଦଶରଥ ତନୟ°ଶ୍ୟାମଳ° ଶାନ୍ତମୂର୍ତ୍ତି°, ବନ୍ଦେ ଲୋକାଭିରାମ° ରଘୁକୁଳ ତିଳକଂ ରାଘବ° ରାବଣାରି |


ଧ୍ୟାୟେ ଆଜାନୁବାହୁ ଧୃତଶର ଧନୁଷ° ବଦ୍ଧପଦ୍ମାସନସ୍ଥ°, ପିତ°ଵାସୋ ବସାନ° ନବକମଳ ଦଳ ସ୍ପର୍ଦ୍ଦିନେତ୍ର°ପ୍ରପନ୍ନ°, ବାମାଙ୍କାରୁଢ଼ ସୀତା ମୁଖକମଳ ଲସତ ଲୋଚନ° ନୀରଦାଭ°, ନାନାଳଙ୍କାରଦୀପ୍ତ° ଦଧତ ମୁରୁଜଟା ମଣ୍ଡଳ° ରାମଚନ୍ଦ୍ର |

ରାମ ଓ ସୀତା

ଆଜି ପବିତ୍ର ରାମନବମୀ |

ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଜନ୍ମଦିନ | ବାଲ୍ମୀକି ରାମାୟଣ ଶ୍ରୀରାମଙ୍କୁ ସାଧାରଣ ମନୁଷ୍ୟରୂପେ ସ୍ୱୀକାର କରିଥିଲା ବେଳେ ଅଧ୍ୟାତ୍ମ ରାମାୟଣ ଶ୍ରୀରାମଙ୍କୁ ସ୍ୱୟଂ ବିଷ୍ଣୁଙ୍କ ଅବତାର ପରମବ୍ରହ୍ମ ରୂପେ ଗ୍ରହଣ କରିଛି | ବୈଷ୍ଣବ କବି ଶ୍ରୀ ଜୟଦେବ ଶ୍ରୀରାମଙ୍କୁ ବିଷ୍ଣୁଙ୍କର ସପ୍ତମ ଅବତାର ଭାବେ ଗ୍ରହଣ କରିଛନ୍ତି |ତେଵେ କହିବାକୁ ଗଲେ ଶ୍ରୀରାମଙ୍କ ଜୀବନ ଭାରତୀୟ ଶିକ୍ଷା, ସଂସ୍କୃତି, ଆଦର୍ଶ ତଥା ସମସ୍ତ ଦିବ୍ୟଗୁଣର ବଳିଷ୍ଠ ଉଦାହରଣ | ସେ କେବେ ମର୍ଯ୍ୟାଦା ଉଲଂଘନ କରିନାହାନ୍ତି | ସେଥିପାଇଁ ସେ ମର୍ଯ୍ୟାଦା ପୁରୁଷୋତ୍ତମ |


ବିପରୀତ ପରିସ୍ଥିତିରେ କିଭଳି ସମ୍ମାନର ସହ ବଞ୍ଚିହେବ, ତାହା ତାଙ୍କ ଜୀବନରୁ ଆମେ ଶିଖୁ |


ଆଜିର ଦିନକୁ ଆମେ ଗତାନୁଗତିକ ଧାରାରେ ପାଳନ କରୁଛୁ, ସତ ମାତ୍ର ଶ୍ରୀରାମଙ୍କ ପରି ମର୍ଯ୍ୟାଦାବନ୍ତ ହୋଇ ପାରିନୁ |ରାମାୟଣର ଏମିତି କିଛି ଛଳ ଚରିତ୍ର ରହିଛନ୍ତି, ଯେଉଁମାନେ ଆମର ଆଦର୍ଶ | କାରଣ ସେ ଚରିତ୍ର ମାନେ ଯାହା ଦେଖା ଯାନ୍ତି, ପ୍ରକୃତରେ ସେୟା ନୁହନ୍ତି | ଏଇ ଯେମିତି ଯତିର ଛଦ୍ମ ବେଶ ତଳେ ଜଣେ ରାକ୍ଷସ ଥିଲା, ଯତି ବେଶରେ ରାକ୍ଷସ ରାବଣ ହି ଥିଲା | ହରିଣ ବେଶରେ ରାକ୍ଷସ ମାରିଚ ହି ଥିଲା |

ସୁନ୍ଦରୀ ନାରୀ ଯେ ରାମଙ୍କୁ ସୌନ୍ଦର୍ଯ୍ୟରେ ଆକର୍ଷିତା ହୋଇ ଶେଷରେ ଲକ୍ଷ୍ମଣଙ୍କ ନିକଟରେ ପ୍ରେମ ନିବେଦନ କରି ତାଙ୍କ ଠାରୁ ପରାଭବ ପାଇଥିଲା ସେ ରାବଣ ଭଉଣୀ ସୂର୍ପଣଖା ଥିଲା | ଏମିତି ଅନେଜ ଚରିତ୍ରମାନଙ୍କୁ ନେଇ ରାମାୟଣର କାହାଣୀ ଗତିଶୀଳ |
ଭାଲୁ, ବାନର ପରି ପଶୁଙ୍କ ଅନ୍ତରରେ ମାନବୀୟ ଦିବ୍ୟଗୁଣ ସବୁକୁ ଶ୍ରୀରାମ ହି ସଞ୍ଜିବିତ କରିପାରିଥିଲେ |


ଆମକୁ ରାମ ରାଜ୍ୟର କଳ୍ପନା ନ କରି କେମିତି କାର୍ଯ୍ୟମାଧ୍ୟମରେ ଆମେ ସ୍ବପରିଚୟ ସୃଷ୍ଟି କରିବା, ତାହା ଆମର ଧ୍ୟାନ ହେବା ଉଚିତ | ସଦା ସତ୍ୟାଶ୍ରୟୀ ହେବା ଏହା ଶ୍ରୀରାମଙ୍କ ଚରିତ୍ରର ଅନ୍ୟତମ ବୈଶିଷ୍ଟ୍ୟ |
ଏହି ପବିତ୍ର ରାମ ନବମୀରେ ଆମକୁ ଶପଥ ନେବାକୁ ହେବ ଯେ ଆମେ ସଂକୀର୍ଣ୍ଣ ଚିନ୍ତାଧାରାରୁ ଉର୍ଦ୍ଧରେ ରହି ଦେଶ ତଥା ରାଜ୍ୟର ଗଠନ ଦିଗରେ ଆଗେଇଯିବା |


ଜୟ ଶ୍ରୀରାମ 🙏
* ଶ୍ରୀକାନ୍ତ ଦାଶ, କାର୍ଯ୍ୟକାରୀ ସଭାପତି, ଓଡ଼ିଆ ଜାତୀୟ ସମ୍ମିଳନୀ |

Leave A Reply

Your email address will not be published.