ମୋତେ ଗିରଫ କରାନଯାଉ, ସର୍ତ୍ତ ରଖିଲେ ଇମ୍ରାନ

0
  • ଅନାସ୍ଥା ପ୍ରସ୍ତାବ ‌ଉପରେ ଭୋଟ ଗ୍ରହଣ ହେବା ପୂର୍ବରୁ ଏହା କହିଲେ

ନୂଆଦିଲ୍ଲୀ//TATKAL ODISHA//

  • ଇସ୍ତଫା ଦେବା ପରେ ମୋତେ ଗିରଫ କରା ନ ଯାଉ 
  • ଶାହବାଜ ସରିଫଙ୍କୁ ପ୍ରଧାନମନ୍ତ୍ରୀ ପଦରେ ଆସୀନ  କରାନଯାଉ
  • ଏନଏବି ଅଧିନରେ ମାମଲା ମୋ ନାଁରେ ରୁଜୁ କରା ନଯାଉ 

  ବିବାଦରେ ଅଡ଼ୁଆ ସୂତାରେ ଛନ୍ଦି ହୋଇଥିବା ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଇସ୍ତଫା ଦେବା ପୂର୍ବରୁ ଏମିତି ତିନୋଟି ସର୍ତ୍ତ ରଖିଛନ୍ତି। ଅନାସ୍ଥା ପ୍ରସ୍ତାବ ‌ଉପରେ ଭୋଟ ଗ୍ରହଣ ହେବା ପୂର୍ବରୁ ସେ ଏହି କଥା କହିଛନ୍ତି I

ଇମ୍ରାନ ଖାନ

 

ଅନାସ୍ଥା ପ୍ରସ୍ତାବ ଉପରେ ବାଚସ୍ପତି ଅସଦ ଭୋଟ୍ ଗ୍ରହଣ କରିବାକୁ ମନା କରି  କହିଛନ୍ତି ଯେ, ଅନାସ୍ଥା ପ୍ରସ୍ତାବ ଉପରେ ଭୋଟ୍ କରାଇ ସେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସହ ପ୍ରତାରଣା କରିପାରିବେ ନାହିଁ। ଏନେଇ ସେ  ଯେକୌଣସି ଦଣ୍ଡର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ବୋଲି ସ୍ପଷ୍ଟ କରିଛନ୍ତି ।

 ଏଭଳି ସ୍ଥିତିରେ ଇମ୍ରାନଙ୍କ ଦୁଇ ମନ୍ତ୍ରୀ ଅନାସ୍ଥା  ଭ‌ୋଟ ହେବା ପୂର୍ବରୁ ନିଜକୁ ପୂର୍ବ ମନ୍ତ୍ରୀ ବୋଲି ଟ୍ୱିଟରେ ସ୍ପଷ୍ଟ କରି ସାରିଛନ୍ତି I ସେମାନେ ହେଉଛନ୍ତି ପାକିସ୍ତାନର ବିଦେଶ ମନ୍ତ୍ରୀ ଶାହ ମହମ୍ମଦ କୁରେଶୀ ଓ ସୂଚନା ପ୍ରସାରଣ ମନ୍ତ୍ରୀ ଫଓ୍ଵାଦ ଚୌଧୁରୀ।

ଯାହା ଜଣାପଡୁଛି ଇମ୍ରାନଙ୍କ ଉପରେ ପାକ ସମ୍ଭିଧାନ ଅସମ୍ମାନ ପାଇଁ ମାମଲା ରୁଜୁ ହେବାର ଯଥେଷ୍ଟ ସମ୍ଭାବନା ରହିଛି I ନିୟମ ଅନୁସାରେ ଏଥିରେ ମୃତ୍ୟୁ ଦଣ୍ଡ ବ୍ୟବସ୍ଥା ରହିଛି I 

Leave A Reply

Your email address will not be published.