ଖରାଦିନେ ଗାଡ଼ି ଟାଙ୍କିକୁ ତେଲରେ ପୂର୍ଣ୍ଣ କରନ୍ତୁ ନାହିଁ
- ଇଣ୍ଡିଆନ ଅଏଲ ଜାରି କଲା ମାର୍ଗଦର୍ଶିକା
ଭୁବନେଶ୍ୱର//TATKAL ODISHA//
ଖରାଦିନେ ଆପଣ ନିଜ ଦୁଇ ଚକିଆ ବା ଚାରି ଚକିଆ ଗାଡ଼ିରେ ପେଟ୍ରୋଲ କିମ୍ବା ଡିଜେଲରେ ଟାଙ୍କି ଭରି ଦେଉଛନ୍ତି କି?
ତାହା କରନ୍ତୁ ନାହିଁ I ବିପଦ ମାଡ଼ି ଆସିବ I ଗ୍ରୀଷ୍ମ ପ୍ରବାହରେ ଟାଙ୍କି ଫାଟିଯିବାର ସମ୍ଭାବନା ରହିଛି I
ଏଇ ନିକଟରେ 5ଟି ଗାଡିର ଟାଙ୍କି ବିସ୍ପୋରଣ ହୋଇ ବିରାଟ ଅଘଟଣ ଘଟିଛି I
ତେଣୁ ଇଣ୍ଡିଆନ ଅଏଲ ଜାରି କରିଛି ମାର୍ଗଦର୍ଶିକା I
- କ’ଣ କରିବେ?
- ଗାଡ଼ି ଟାଙ୍କିରେ ଅଧା ତେଲ ଭରିବେ I
- ତେଲ ଭରିବା ପରେ କେଇ ମିନିଟ ଢାଙ୍କୁଣୀ ଖୋଲା ରଖିବେ I
- ଟାଙ୍କିରେ ଗ୍ୟାସ ସୃଷ୍ଟି ହେବାକୁ ଦେବେ ନାହିଁ I
- ପୁରା ଖରାରେ ଗାଡ଼ି ରଖିବେ ନାହିଁ I
- ଗ୍ରୀଷ୍ମ ଦିନେ ଗାଡିକୁ ଧୋଇ ଦେଲେ ଭଲ
- ଦିନରେ ଥରେ/ଦୁଇ ଥର ଟାଙ୍କି ଖୋଲି ଗ୍ୟାସ ବାହାର କରିବେ I
ଏସବୁ ପ୍ରତି ସତର୍କ ନ ହେଲେ ବିପଦ ନିଶ୍ଚିତ ବୋଲି ଇଣ୍ଡିଆନ ଅଏଲ ସତର୍କ କରିଦେଇଛି I