ପଦୋନ୍ନତି ପାଇଲେ ଚାରି OAS
- ଦୁଇ ଜଣ ଲେଭଲ-17 ସୁପରଟାଇମ ଆଡମିନିଷ୍ଟ୍ରେଟିଭ ଗ୍ରେଡ
- ଅନ୍ୟ ଦୁଇଙ୍କୁ ଲେଭଲ-16 ସୁପରଟାଇମ୍ ଆଡମିନିଷ୍ଟ୍ରେଟିଭ୍ ଗ୍ରେଡ
ଭୁବନେଶ୍ୱର,//TATKAL ODISHA//
ଓଡ଼ିଶା ପ୍ରଶାସନିକ ସେବାର ୪ ଅଧିକାରୀଙ୍କୁ ପଦୋନ୍ନତି ମିଳିଛି I ସେଇ ଅଧିକାରୀମାନେ ହେଉଛନ୍ତି..
- କଟକ ରେଭେନ୍ସା ବିଶ୍ଵବିଦ୍ୟାଳୟର ରେଜିଷ୍ଟ୍ରାର ଡ. ଭକ୍ତଚରଣ ପ୍ରଧାନ
- ରାଜ୍ୟ ଜଙ୍ଗଲ ବିଭାଗ ଅତିରିକ୍ତ ସଚିବ ଦେବେନ କୁମାର ପ୍ରଧାନ
- ସମ୍ବଲପୁର ଡିଆର୍ଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଦିଲ୍ଲୀପ କୁମାର ବଳ
- ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ବିଭାଗର ଯୁଗ୍ମସଚିବ ତଥା ସମବାୟ ବିଭାଗର ଯୁଗ୍ମସଚିବ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଉଥିବା ନାରାୟଣ ଚନ୍ଦ୍ର ଧଳ।
ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ଭକ୍ତ ଚରଣ ଓ ଦେବେନ ଓଆର୍ଏସ୍ ନିୟମ, ୨୦୧୭ ଅନୁଯାୟୀ ଏଣିକି ଲେବେଲ୍-୧୭ ଅନୁଯାୟୀ ବେତନ ପାଇବେ I ଅର୍ଥାତ ଉକ୍ତ ଦୁଇ ଅଧିକାରୀ ସୁପର୍ଟାଇମ୍ ଆଡମିନିଷ୍ଟ୍ରେଟିଭ୍ ଗ୍ରେଡ୍( ଏସ୍ଏଜି)ରୁ ସ୍ୱତନ୍ତ୍ର ସଚିବ ପାହ୍ୟାକୁ ଉନ୍ନୀତ ହୋଇଛନ୍ତି।
ସେହିପରି ଦିଲ୍ଲୀପ କୁମାର ବଳ ଓ ଶନାରାୟଣ କୁମାର ଧଳ ଲେବେଲ୍-୧୬ ଅନୁଯାୟୀ ବେତନ ପାଇବେ। ଅର୍ଥାତ ଏଇ ଦୁଇ ଅଧିକାରୀ ସୁପରଟାଇମ୍ ସ୍କେଲ୍ରୁ ସୁପରଟାଇମ୍ ଆଡମିନିଷ୍ଟ୍ରେଟିଭ୍ ଗ୍ରେଡ୍କୁ ପଦୋନ୍ନତି ପାଇଛନ୍ତି।