ଉତ୍କଳ ଦିବସର ଶପଥ

0
  • ଶ୍ରୀକାନ୍ତ ଦାଶ
  • TATKAL ODISHA//ଅନୁଚିନ୍ତା/


ଆଜି ଏପ୍ରିଲ ପହିଲା I

ଉତ୍କଳ ଦିବସ ଭାବେ ଭାବେ ପାଳୁଛୁ | ଏହି ଦିନଟି ଆମ ଓଡ଼ିଆଙ୍କ ପାଇଁ ଏକ ପବିତ୍ର ଦିବସ, କାରଣ 1936 ମସିହା ଆଜିର ଦିନରେ ଆମେ ଭାଷା ଭିତ୍ତିରେ ଆମ ପ୍ରଦେଶକୁ ପାଇଲେ |

ଇତିହାସକୁ ତର୍ଜମା କରି କେମିତି ଆମେ ସ୍ୱତନ୍ତ୍ର ରାଜ୍ୟ ପାଇଲେ? ତା’ଉପରେ ମତ ଦେବା ଏ ଲେଖାର ଉଦ୍ଦେଶ୍ୟ ନୁହେଁ, ଉଦ୍ଦେଶ୍ୟ ଆମେ କେତେ ଓଡ଼ିଆ ଭାଷା ଭାଷୀ ହୋଇଛେ, ତାର ଆଲୋଚନା କରିବା ଉଚିତ ମନେକରେ |

ଶ୍ରୀକାନ୍ତ ଦାଶ


1954ମସିହାର ଭାଷା ଆଇନକୁ ଆମେ ବଦଳେଇ ଦେଇ ଇଂରେଜୀ ଭାଷାରେ ଶାସନ ପରିଚାଳନା କରୁଛେ, ଯାହା ଅନ୍ୟ ରାଜ୍ୟରେ ଘଟୁନାହିଁ |


ଆମର ଅନେକ ସ୍ୱାଭିମାନୀ ବ୍ୟକ୍ତି ଏବେବି ଆନ୍ଦୋଳନ କରୁଚନ୍ତି ଆମଭାଷା ଶାସନର ଭାଷା ହେଉ ବୋଲି | ମାତ୍ର ରାଜନୈତିକ ବ୍ୟକ୍ତି ବିଶେଷ ଓ କିଛି ପ୍ରଶାସକ ଏହା କରେଇ ଦେଉନାହାନ୍ତି | ଆଉ ଆମ ସ୍ୱାର୍ଥପର ବିଧାୟକମାନେ ଏ ରୀତିକୁ ନିରବ ସମର୍ଥନ ଦେଇ ଚାଲିଛନ୍ତି |

ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଆମର ଆଦର୍ଶ ହୋଇଛି |


ଭାଷା ଟିଏ ପ୍ରଶାସନର ଭାଷା ନ ହେଲେ ତାର ମୃତ୍ୟୁ ନିଶ୍ଚିତ |
ଏଣୁ ଆଜିର ଦିନରେ ଅନେକ ସଂଗଠନ ଓଡିଶା ଦିବସ ପାଳନ କରୁଛନ୍ତି | ଆଉ ସରକାର ମଧ୍ୟ ଏ ଦିବସ ପାଳନରେ କାର୍ପଣ୍ୟ କରୁନାହାନ୍ତି |
ଅର୍ଥାତ ସରକାର ଆମ ଏ ମହାନ ଜାତି ପାଇଁ ଛଳନା କରୁଛନ୍ତି |


ଆମର ଉନ୍ନତ ସାହିତ୍ୟ, ଏଜ ସଂସ୍କୃତି ସମ୍ପର୍ଣ୍ଣ ଐତିହ୍ୟ, ସର୍ବୋପରି ଭାଷାର ଶାସ୍ତ୍ରୀୟତା ବିଶ୍ୱ ସ୍ତରରେ ସ୍ୱୀକୃତି ପାଇଥିଲେ ବି ଏ ଭାଷା ଶାସନର ଭାଷା ନ ହେବା ଯୋଗୁଁ ଅଚିରେ ମୃତ୍ୟୁ ଲଭିବ |


ଆଜିର ଦିନଟି” ଭାଷା ବଞ୍ଚାଅ” ଦିବସ ଭାବେ ପାଳନ କରିବାକୁ ନିବେଦନ କରୁଛି |

ସମସ୍ତ ସଂଗଠନ ଏକାଠି ହୋଇ ଭାଷା ପାଇଁ ସଂଗ୍ରାମ କରିବା ବେଳ ଆସିଯାଇଛି |ଭାଷା ବଞ୍ଚିଲେ ଆମେ ସ୍ୱାଭିମାନୀ ଭାବେ ବଞ୍ଚିବା, ଏହା ଆମକୁ ସ୍ୱୀକାର କରିବାକୁ ହେବ |

ବନ୍ଦେ ଉତ୍କଳ ଜନନୀ,
ଶ୍ରୀକାନ୍ତ ଦାଶ, କାର୍ଯ୍ୟକାରୀ ସଭାପତି, ଓଡ଼ିଆ ଜାତୀୟ ସମ୍ମିଳନୀ, 🙏
ଦୂରଭାଷ- 9238304919

Leave A Reply

Your email address will not be published.