ନବୀନଙ୍କ ‘କାମରାଜ ପ୍ଲାନ’ -ସିଜନ2: ଟେନସନରେ 10 ମନ୍ତ୍ରୀ?

0

  • 2017 ଭଳି ମନ୍ତ୍ରୀମାନେ ସ୍ୱଇଚ୍ଛାରେ ଇସ୍ତଫା ଦେବେ??


ଭୁବନେଶ୍ୱର //TATKAL ODISHA//EXCLUSIVE//


ନବୀନଙ୍କ ‘କାମରାଜ ପ୍ଲାନ’ ସିଜନ-2 I ସାପ ମରିବ,ବାଡ଼ିଭାଙ୍ଗିବନିI

ପ୍ରାୟ ପାଞ୍ଚ ବର୍ଷ ପରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ପୁରୁଣା “ଷ୍ଟ୍ରାଟେଜି” ଆପଣାଇବାକୁ ଯାଉଛନ୍ତି? ଷାଠିଏ ଦଶକରେ  ଜାତୀୟ ରାଜନୀତିକୁ ହଲଚଲ କରିଥିବା ‘କାମରାଜ ପ୍ଲାନ’ ଭଳି ନବୀନ ବାବୁ ପୁଣି ଥରେ ତାଙ୍କ ମନ୍ତ୍ରୀମଣ୍ଡଳରେ 10 ସଦସ୍ୟଙ୍କ ପରୋକ୍ଷ ମୁଣ୍ଡକାଟ କରିବାକୁ ଯୋଜନା କରିଛନ୍ତି??


   ହେଲେ ବିଜେଡି ପକ୍ଷରୁ ବା ସରକାରୀ ଭାବେ କିଛି କୁହାଯାଇ ନାହିଁ I

ଲୋକସେବା ଭବନ


ଭିତିରିଆ ସୂତ୍ରରୁ ମିଳିଥିବା ସୂଚାନୁସାରେ ହିଟ ଲିଷ୍ଟରେ ଥିବା ମନ୍ତ୍ରୀମାନେ ସ୍ୱଇଚ୍ଛା(voluntarily)ରେ ଇସ୍ତଫା ଦେବେ ! ଏନେଇ ଗୁପ୍ତରେ ଚାଲିଛି ମନ୍ତ୍ରଣା ଓ ତାଲିକା I ସମ୍ଭବତଃ ମଇ  ପ୍ରଥମ ବା  ଦ୍ଵିତୀୟ ସାପ୍ତାହ ସୁଦ୍ଧା ନୂଆ ମନ୍ତ୍ରୀମଣ୍ଡଳ  ସଦସ୍ୟମାନେ ଶପଥ ନେବେ?
 ମୁଣ୍ଡକାଟ ପାଇଁ  ଛଅଟି “ମାନ ଦଣ୍ଡ” ସ୍ଥିର ହୋଇଛି I

  •  ଯେଉଁ ମନ୍ତ୍ରୀଙ୍କ ‘ଇଣ୍ଡିଗ୍ରିଟି ଡାଉଟଫୁଲ’ ଥିବ
  • ଯେଉଁ ମନ୍ତ୍ରୀଙ୍କ  କାର୍ଯ୍ୟ ଦକ୍ଷତା ଭଲ ନ ଥିବ
  • ଯେଉଁ ମନ୍ତ୍ରୀ କିଛି ‘ଘୋଟଲା’ରେ ସାମିଲ ଥିବେ 
  • ଯେଉଁ ମନ୍ତ୍ରୀ ଅଳିଆ କାର୍ଯ୍ୟରେ ସାମିଲ ଥାଇ ବିବାଦୀୟ ହୋଇଥିବେ
  • ଯେଉଁ ମନ୍ତ୍ରୀ ଦଳ ପାଇଁ ବାରମ୍ବାର ସମସ୍ୟା ସୃଷ୍ଟି କରୁଥିବେ
  • ପଞ୍ଚାୟତ, ପୌର ନିର୍ବାଚନରେ ଦକ୍ଷତା ପ୍ରତିପାଦନ କରିନଥିବେ I


 ଏସବୁ ଥିବା ମନ୍ତ୍ରୀଙ୍କ ମୁଣ୍ଡ ଛେଦନ ହେବ I ଅର୍ଥାତ ଏବେ 10 ନୁହେଁ ଅଧିକ ମନ୍ତ୍ରୀ ବିଭିନ୍ନ ବିବାଦରେ ଛନ୍ଦି ହୋଇଛନ୍ତି I ଏମାନେ ଯିବା ପ୍ରାୟ ନିଶ୍ଚିତ I ସେହି ମନ୍ତ୍ରୀମାନେ କିଏ କିଏ ?

ଉକ୍ତ ବିବାଦୀୟ ମନ୍ତ୍ରୀମାନଙ୍କ ନାଁ ପ୍ରାୟ ସମସ୍ତେ ଜାଣି ପାରୁଥିବେ I ତାହା ପ୍ରକାଶ କରିବାର କିଛି  ଆବଶ୍ୟକତା ନାହିଁ l ତାହା ପରେ ପ୍ରକାଶ କରାଯିବ I


 ଏକା ଥରେ ଏତେ ସଂଖ୍ୟାରେ ମନ୍ତ୍ରୀ ଇସ୍ତଫା ଦେବା ପ୍ରସଙ୍ଗ ଚର୍ଚ୍ଚିତ ଘଟଣା  ହୋଇଥିଲେ ହେଁ ତାହା ନୂଆ ଘଟଣା ନୁହେଁ I 2017 ମସିହା ମଇ 6ରେ ନବୀନ ବାବୁଙ୍କ କୋଡିଏ ଜଣିଆ ମନ୍ତ୍ରୀପରିଷଦରୁ ଏମିତି 10 ଜଣ ମନ୍ତ୍ରୀ ଇସ୍ତଫା ଦେଇ ରାଜନୀତିକୁ ସରଗରମ କରିଥିଲେ I ସେହି ଇସ୍ତଫା ଦେଇଥିବା ମନ୍ତ୍ରୀମାନେ ଥିଲେ

  • ଦେଵୀ ପ୍ରସାଦ ମିଶ୍ର,
  • ଅରୁଣ ସାହୁ,
  • ସଞ୍ଜୟ କୁମାର ଦାସବର୍ମା,
  • ପ୍ରଦୀପ କୁମାର ପାଣିଗ୍ରାହୀ,
  • ସୁଦାମ ମାରାଣ୍ଡି, ପ୍ରଣବ ପ୍ରକାଶ ଦାସ,
  • ପୁଷ୍ପେନ୍ଦ୍ର ସିଂଦେଓ,
  • ଲାଲ ବିହାରୀ ହିମିରିକା I
  • ତେବେ ସ୍ବଇଛାରେ ମନ୍ତ୍ରୀ ଇସ୍ତଫା ଦେବାର ଗୋଟିଏ ଦିନ ପରେ ନିରଞ୍ଜନ ପୂଜାରୀ ଓଡ଼ିଶା ବିଧାନସଭାର ନୂଆ ବାଚସ୍ପତି ହୋଇଥିଲେ I

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା 5 ନେତାଙ୍କୁ ବିଭିନ୍ନ ଜିଲ୍ଲା ଦାୟିତ୍ୱ ମିଳିଥିଲା I

ସଞ୍ଜୟ ଦାସବର୍ମାଙ୍କୁ ବିଜେଡି ସାଧାରଣ ସମ୍ପାଦକ କରାଯାଇ ନବରଙ୍ଗପୁର ଓ ରାୟଗଡା ଜିଲ୍ଲାର ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ମିଳିଥିଲାବେଳେ ଅରୁଣ ସାହୁ(ସାଧାରଣ ସମ୍ପାଦକ)ଙ୍କୁ ମୟୁରଭଞ୍ଜ, ପ୍ରଣବ ପ୍ରକାଶ ଦାସ (ସାଧାରଣ ସମ୍ପାଦକ)ଙ୍କୁ ମାଲକାନଗିରି ଓ କୋରାପୁଟ, ପ୍ରଦୀପ ପାଣିଗ୍ରାହୀ(ସାଧାରଣ ସମ୍ପାଦକ)ଙ୍କୁ ଗଜପତି ଏବଂ ଦଳର ଉପସଭାପତି ଦେବୀ ପ୍ରସାଦ ମିଶ୍ରଙ୍କୁ ସମ୍ବଲପୁର ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ୱ ମିଳିଥିଲା I

ଇତିହାସର ପୁନରାବୃତ୍ତି ହେବ?

ଏଥର କାମରାଜ ପ୍ଲାନ’ : ସିଜନ-2 !!  ଯେଉଁ ମନ୍ତ୍ରୀମାନଙ୍କ ମୁଣ୍ଡ ଛେଦନ ହେବ ସେମାନଙ୍କ ମଧ୍ୟରୁ ପ୍ରାୟ ପାଞ୍ଚ ଜଣଙ୍କୁ ଦଳରେ କିଛି ନୂଆ ଦାୟିତ୍ୱ ମିଳିବ ବୋଲି ନିର୍ଭରଯୋଗ୍ୟ ସୂତ୍ରରୁ ସ୍ପଷ୍ଟ ହୋଇଛି I
 (କ୍ରମଶଃ)

Leave A Reply

Your email address will not be published.