ବାସ୍ତୁବିଜ୍ଞାନ-24: କେମିତି ହେବ ରୋଷେଇ ଘର?

0
  • ବାସ୍ତୁବିତ ଇଂ ଅଜୟ କୁମାର ମହାପାତ୍ର
  • TATKAL ODISHA//ବାସ୍ତୁ ଗୃହ//

+++++++//+++++++++++//+++++++++++//+++++++

ଘର ପାଇଁ ବାସ୍ତୁବିଜ୍ଞାନ କେତେ ଜରୁରୀ? ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା 24ଟି ଅଧ୍ୟାୟ ଦେଇଛୁ I ଏହି ନୂଆ ଅଧ୍ୟାୟରେ ରୋଷେଇ ଘର ଉପରେ ବାସ୍ତୁ ବିଜ୍ଞାନ ଆଧାରରେ କ’ଣ କରିବା ଉଚିତ? ସେସମ୍ପର୍କରେ ବିସ୍ତୃତ ଭାବେ ବର୍ଣ୍ଣନା କରାଯାଇଛି I

ଆସନ୍ତୁ ଦେଖିବା…

+++++//+++++++++//++++++++++//+++++++++++

ଇଂ ଅଜୟ କୁମାର ମହାପାତ୍ର

ରୋଷେଇ ଘର (KITCHEN ROOM)

  • କ) ଆଗ୍ନେୟ କୋଣର ଦେବତା ଅଗ୍ନି I ଏଣୁ ଏହି କୋଣରେ ରୋଷେଇ ଘରଟି ଅବସ୍ଥାପିତ କରିବା ସର୍ବୋତ୍ତମ I 
  • (ଖ) ଅନ୍ୟ ସମସ୍ତ ସ୍ଥାନରେ କରିବା କ୍ଷତି ନୁହେଁ, ମାତ୍ର ନୈର୍ଗତ କୋଣରେ କରିବା ଆଦୌ ଉଚିତ ନୁହେଁ । କାରଣ ଅସୁର ଏ କୋଶର ଦେବତା ।
  • (ଗ) ଝରକା ପୂର୍ବ ଓ ପଶ୍ଚିମ ଦିଗରେ ରଖୁବା ଭଲ ।
  •  (ଘ) ଓ୍ୱାସିଙ୍ଗ ବେସିନ୍ ଉତ୍ତର-ପୂର୍ବ କୋଣରେ ଫିଟିଙ୍ଗ କରାଯାଏ ।
  • (ଙ) ରୋଷେଇ ପ୍ଲାଟଫର୍ମଟି ପୂର୍ବ ଓ ଦକ୍ଷିଣ କାନ୍ଥରୁ ବାହାରିବା ଉତ୍ତମ ।
  • (ଚ) ପୂର୍ବ ମୁଖା କିମ୍ବା ପଶ୍ଚିମମୁଖା ହୋଇ ରୋଷେଇ କରିବା ଉଚିତ ।
  • (ଛ) ରୋଷେଇ ସରଞ୍ଜାମ ଦକ୍ଷିଣ ଓ ପଶ୍ଚିମ ପାଖରେ ରଖୁ ଭଲ ।
  • (ଜ) ଦକ୍ଷିଣ ପାର୍ଶ୍ବ କାନ୍ଥ ସେଲ୍ରେ ମିକ୍ଚର (Mixer) ଗ୍ରାଇଣ୍ଡର, ମାଇକ୍ରୋଓଭନ୍ ଆଦି ରଖୁବା ଉଚିତ ।
  •  (ଝ) ଚାଉଳ, ଡାଲି, ଗହମ ଆଦି ଦକ୍ଷିଣ କିମ୍ବା ପଶ୍ଚିମ ପାର୍ଶ୍ଵରେ କିମ୍ବା ଆବଶ୍ୟକ ସ୍ଥଳେ ଦକ୍ଷିଣ-ପୂର୍ବ କୋଣରେ ରଖାଯାଇପାରେ ।
  • (ଞ) ଫ୍ରଳ ଆଗ୍ନେୟ କୋଣରେ ରଖୁବା ବିଧେୟ, ଆବଶ୍ୟକସ୍ଥଳେ ଉତ୍ତର, ଦକ୍ଷିଣ କିମ୍ବା ପଶ୍ଚିମ ପାର୍ଶ୍ଵରେ ରଖୁପାରିବ ।
  • (ଟ) ପାନୀୟଜଳ ପାତ୍ର (ଫିଲ୍‌ଟର) ଚଟାଣରେ ପୂର୍ବ କିମ୍ବା ଉତ୍ତର କଡ଼ କାନ୍ଥକୁ ଲଗାଇ ରଖିବା ଉଚିତ ନୁହେଁ ।
  • (ଠ)ଯଦି ଦକ୍ଷିଣ-ପଶ୍ଚିମ କୋଣରେ ରଖିଲେ ଚଟାଣ ଉପରେ ନ ରଖି ଉଚ୍ଚ ଜାଗାରେ ରଖି ବିଧେୟ ।
  •  (ଡ ) ରୋଷେଇ ଗ୍ରହର ରଙ୍ଗ ଗୋଲାପୀ, କମଳା କିମ୍ବା ହଳଦିଆ କିମ୍ବା ଚକୋଲେଟ୍ଆଦି ରଙ୍ଗର କରିବା ଉଚିତ।

ଦେଖନ୍ତୁ TATKAL ODISHAର ପୂର୍ଵ ରିପୋର୍ଟ..

// ବାସ୍ତୁବିଜ୍ଞାନ-23 //
କେମିତି ହେବ ଡ୍ରଙ୍ଗ-ଡାଇନିଙ୍ଗ ରୁମ

ବାସ୍ତୁବିଜ୍ଞାନ-23: କେମିତି ହେବ ଡ୍ରଇଂ-ଡାଇନିଙ୍ଗ?

ଇଂ ଅଜୟ କୁମାର ମହାପାତ୍ର, ବାସ୍ତୁବିତ

Leave A Reply

Your email address will not be published.