ପଖାଳ ମୋର ଅତି ପ୍ରିୟ-ଧର୍ମେନ୍ଦ୍ର

0

j

  • ଓଡିଶାବାସୀଙ୍କୁ ‘ପଖାଳ ଦିବସ’ର ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ

ଓଡ଼ିଆଙ୍କ ଜନଜୀବନରେ ପାରମ୍ପରିକ ଖାଦ୍ୟ ‘ପଖାଳ’ର ସ୍ଥାନ ସ୍ଵତନ୍ତ୍ର

ନୂଆଦିଲ୍ଲୀ/ ଭୁବନେଶ୍ବର,//TATKAL ODISHA//

ନୂଆଦିଲ୍ଲୀ ସ୍ଥିତ ନିଜ ବାସଭବନରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ‘ପଖାଳ ଦିବସ’ ଅବସରରେ ପଖାଳ ଖାଇ ପ୍ରତ୍ୟେକ ଓଡ଼ିଆଙ୍କୁ ଏହି ଦିବସର ଶୁଭେଚ୍ଛା ବାର୍ତା ଜଣାଇଛନ୍ତି ।

କେନ୍ଦ୍ରମନ୍ତ୍ରୀ ଟ୍ଵିଟ୍ କରିଛନ୍ତି ଯେ ଆମ ଓଡ଼ିଆ ଲୋକଙ୍କର ପ୍ରିୟ ଖାଦ୍ୟ ‘ ପଖାଳ’ ଖାଇ ଅତ୍ୟନ୍ତ ଆନନ୍ଦିତ । ପଖାଳ ମୋର ଅତି ପ୍ରିୟ । ପଖାଳ ସାଙ୍ଗରେ ଅନ୍ୟାନ୍ୟ ସ୍ଵାଦିଷ୍ଟ ଓଡ଼ିଆ ବ୍ୟଞ୍ଜନର ସ୍ଵାଦ ସତରେ ନିଆରା । ଆମ ଓଡ଼ିଆଙ୍କ ଜନଜୀବନରେ ପାରମ୍ପରିକ ଖାଦ୍ୟ ‘ ପଖାଳ’ର ସ୍ଥାନ ସ୍ଵତନ୍ତ୍ର । ଏହା କେବଳ ଆମ ପାଇଁ ଏକ ଖାଦ୍ୟ ନୁହେଁ ବରଂ ଖାଦ୍ୟ ପାଇଁ ଥିବା ଆମର ଭଲ ପାଇବା, ଶ୍ରଦ୍ଧା ଓ ସଦିଚ୍ଛାର ନିଚ୍ଛକ ପ୍ରମାଣ ବୋଲି ଶ୍ରୀ ପ୍ରଧାନ ଟ୍ଵିଟ୍ କରିଛନ୍ତି ।

Leave A Reply

Your email address will not be published.