ପଖାଳ ଉତ୍କଳେ ସଞ୍ଜିବନୀ ସୁଧା

0
  • ଆଲେଖ୍ୟ //ଶ୍ରୀକାନ୍ତ ଦାଶ//
  • TATKAL ODISHA//ଐତିହ୍ୟ ଖୋଜ//

“ପଖାଳ” ଦିବସ I କେବଳ ଓଡ଼ିଶା କି ଭାରତରେ ନୁହେଁ ସାରା ବିଶ୍ୱରେ ମହାସମାରୋହରେ ପାଳନ ହୋଇଛି ଏହି ଦିବସ I

  • ଜାଣନ୍ତୁ ତାତ୍ପର୍ଯ୍ୟ.. 
    ପ୍ରଚଣ୍ଡ ରୌଦ୍ର ତାପରୁ ରକ୍ଷାପାଇଁ ପଖାଳ ହିଁ ସୁଧା ସଂଜୀବନୀ | ଓଡ଼ିଆମିର ପରିଚୟ ପଖାଳ |
    କବି ଶେଖର ଚିନ୍ତାମଣି ମହାନ୍ତିଙ୍କ କାଳଜୟୀ ପଦ
  • ପଖାଳ ଉତ୍କଳେ ସଞ୍ଜିବନୀ ସୁଧା,ହରେ ଏକକାଳେ କ୍ଲାନ୍ତି, ତୃଷା, କ୍ଷୁଧା |ମଧୁର ଶୀତଳ ପରି ପୁଷ୍ପାକାର,ଯଥା ବିଜ୍ଞଜନ ଲଘୁ ତିରସ୍କାର |”
  • ପଖାଳ ତୋରାଣି କାଞ୍ଜିକୁ ନେଇ କବିଶେଖରଙ୍କ ପଦ ଆହୁରି ରସାଳ”ବିକିର୍ଣ୍ଣ ବିଜୟୀ କାଞ୍ଜି ସ୍ବର୍ଣ୍ଣବର୍ଣ୍ଣ ମୟୀ,କୋଟି ତୁଣ୍ଡେ ହେବନାହିଁ ତୋ ମହିମା କହି..ପିତ୍ତ ବିଳାସିନୀ ତୁହି ପଖାଳର କନ୍ୟା,ଦରିଦ୍ର ସମ୍ବଳ ଦେବୀ ବ୍ୟଞ୍ଜନରେ ଧନ୍ୟା “

 ଉତ୍କଳମଣି ଗୋପବନ୍ଧୁଙ୍କ ଭାଷାରେ “ଉତ୍କଳେ ନେତାର ନାହିଁ ପ୍ରୟୋଜନ, ଉତ୍କଳର ନେତା ସ୍ୱୟଂ ନାରାୟଣ ‘|
ସେଇ ଶ୍ରୀ ନାରାୟଣ ଚତୁର୍ଦ୍ଧାମୂର୍ତ୍ତି ଶ୍ରୀଜଗନ୍ନାଥ, ଯାହାଙ୍କ ପ୍ରିୟ ବ୍ୟଞ୍ଜନ ଦହି ପଖାଳ ଓ ଘିଅ ପଖାଳ | ତାଙ୍କ ଟଙ୍କ ତୋରାଣି ମୁନ୍ଦେ ପିଇ ଦେଲେ ସମସ୍ତ କ୍ଲାନ୍ତି ମେଣ୍ଟି ଯାଏ | ସତରେ ଓଡ଼ିଆ ପଖାଳ ବିଶ୍ୱରେ ଅନନ୍ୟ |

ଆସନ୍ତୁ ପଖାଳ ଖାଇବା ଓ ବିଶ୍ୱରେ ଏହାର ପ୍ରଚାର, ପ୍ରସାର ସହିତ ନିଜକୁ ଓଡ଼ିଆ ବୋଲି ଗର୍ବ କରିବା |  ତା’ହେଲେ ‘ପଖାଳ ଦିବସର ସ୍ୱତନ୍ତ୍ରତା ଅତୁଟ ରହିବ I 

 ଜୟ ଜଗନ୍ନାଥ I ବନ୍ଦେ ଉତ୍କଳ ଜନନୀ |

କାର୍ଯ୍ୟକାରୀ ସଭାପତି,ଓଡ଼ିଆ ଜାତୀୟ ସମ୍ମିଳନୀ
ଦୂରଭାଷ 9238304919

Leave A Reply

Your email address will not be published.